ରିଭ୍ୟୁ ପିଟିଶନ ଦାଏର କରିପାରେ ଏଆଇଏମ୍‌ପିଏଲ୍‌ବି

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ଅଯୋଧ୍ୟା ରାୟକୁ ନେଇ ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ଅସନ୍ତୋଷ ବ୍ୟକ୍ତ କରିଛି। ଏହା ଉପରେ ରିଭ୍ୟୁ ପିଟିଶନ ଦାଏର ଲାଗି ଏହା ବିଚାର କରିବ ବୋଲି କହିଛି। ତେବେ ଉକ୍ତ ସଂଗଠନର କେତେଜଣ ନେତା ଓ କେତେକ ମୁସଲମାନ ସଂଗଠନ ମାମଲାକୁ ଅଧିକ ନ ବଢ଼ାଇବା ଲାଗି ମତ ଦେଇଛନ୍ତି। ଅଧିକାଂଶ ମୁସଲମାନ ସଂଗଠନ ଓ ମୌଲବୀମାନେ ଜନସାଧାରଣଙ୍କୁ ଶାନ୍ତ ରହିବା ଲାଗି ଆହ୍ବାନ ଦେଇଛନ୍ତି। ଏକ ଖବରଦାତା ସମ୍ମିଳନୀରେ ଏଆଇଏମ୍‌ପିଏଲ୍‌ବିର ସମ୍ପାଦକ ଜଫରୟାବ ଜିଲାନି କହିଛନ୍ତି, ସୁପ୍ରିମକୋର୍ଟଙ୍କ କେତେକ ଉକ୍ତିରେ ଆମେ ସନ୍ତୁଷ୍ଟ ନୋହୁଁ। ଆମେ ସର୍ବୋଚ୍ଚ ଅଦାଲତଙ୍କୁ ସମ୍ମାନ କରିବା ସହ ଏହାର କେତେକ ଆଭିମୁଖ୍ୟରେ ସହମତ ନ ଥିବା ଜଣାଉଛୁ। ରାୟକୁ ପଢ଼ିବା ପରେ ଏହାର ସମୀକ୍ଷା ପାଇଁ ଆବେଦନ କରିବା ନେଇ ବିଚାର କରିବୁ ବୋଲି ସେ କହିଛନ୍ତି। ତେବେ ଜମାଏତ ଉଲେମା-ଇ-ହିନ୍ଦ୍‌ ରିଭ୍ୟୁ ପିଟିଶନକୁ ବିରୋଧ କରିଛି। ମାମଲାର ଅନ୍ୟତମ ପକ୍ଷ ଉତ୍ତରପ୍ରଦେଶର ସୁନ୍ନୀ ଓ୍ବାକଫ୍‌ ବୋର୍ଡ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ ଜଣାଇଛି। ରାୟକୁ ଚ୍ୟାଲେଞ୍ଜ କରିବା ଯୋଜନା ନାହିଁ ବୋଲି ବୋର୍ଡର ଅଧ୍ୟକ୍ଷ ଜଫର ଅହମଦ ଫାରୁକି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ମୁସଲମାନ ମିଳିମିଶି ନିର୍ମାଣ କରନ୍ତୁ ମନ୍ଦିର-ମସଜିଦ

ନୂଆଦିଲ୍ଲୀ,୧୦।୧୧: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ଜମି ବିବାଦକୁ ନେଇ ଯେଉଁ ଐତିହାସିକ ରାୟ ଦେଇଛନ୍ତି ତାହା...

ଆସନ୍ତା ବର୍ଷ ନିର୍ମାଣ ହେବ ରାମ ମନ୍ଦିର: ସମ୍ପୂର୍ଣ୍ଣ ହେବାକୁ ଲାଗିପାରେ ୫ ବର୍ଷ

ନୂଆଦିଲ୍ଲୀ,୧୦।୧୧: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଏବେ ସମସ୍ତଙ୍କ ନଜର କେବେ ଓ କେମିତି ନିର୍ମାଣ ହେବ ଅଯୋଧ୍ୟାରେ ରାମ ମନ୍ଦିର। ତେବେ ରାଷ୍ଟ୍ରୀୟ ସ୍ବୟଂ...

ଅଯୋଧ୍ୟା ବିବାଦର ଇତିହାସ

ନୂଆଦିଲ୍ଲୀ,୧୦ା୧୧: ଅଯୋଧ୍ୟାରେ ୨.୭୭ ଏକର ଜମିକୁ ନେଇ ବହୁ ଦଶନ୍ଧି ଧରି ବିବାଦ ଲାଗିରହିଛି। ଏହି ମାମଲା ଅନେକ ବର୍ଷ ଧରି ଏକ ରାଜନୈତିକ, ଐତିହାସିକ...

ଅନୁଚ୍ଛେଦ ୧୪୨ କ’ଣ

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅନୁଯାୟୀ କେତେକ ରାୟ ଶୁଣାଇବା ସହ ୨.୭୭ ଏକର ବିବାଦୀୟ ଜମି ହସ୍ତାନ୍ତର ଲାଗି...

ମଧ୍ୟସ୍ଥଙ୍କ ଚୁକ୍ତିରେ ନାହିଁ ସବୁ ପକ୍ଷଙ୍କ ସ୍ବାକ୍ଷର

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦର ସମାଧାନ ପାଇଁ କେତେକ ପକ୍ଷ ମଧ୍ୟସ୍ଥତା ଲାଗି ରାଜି ହୋଇଥିଲେ ହେଁ ଏହା ସର୍ତ୍ତମୂଳକ ଥିଲା। ଏହାକୁ...

୪୦ ଦିନିଆ ଶୁଣାଣି ସୁପ୍ରିମକୋର୍ଟ ଇତିହାସରେ ଦ୍ୱିତୀୟ ଦୀର୍ଘତମ

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ଦୀର୍ଘ ଦଶନ୍ଧିର ମନ୍ଦିର-ମସ୍‌ଜିଦ ଜମି ବିବାଦ ମାମଲା ଉଭୟ ରାଜନୈତିକ ଓ ଧର୍ମୀୟ ଦୃଷ୍ଟିରୁ ସମ୍ବେଦନଶୀଳ ହୋଇଥିଲାବେଳେ ସୁପ୍ରିମକୋର୍ଟରେ କ୍ରମାଗତ ୪୦ ଦିନ ଧରି...

ବାବ୍ରୀ ମସ୍‌ଜିଦ ଭଙ୍ଗ ଆଇନର ଉଲ୍ଲଂଘନ

ନୂଆଦିଲ୍ଲୀ,୧୦ା୧୧: ଦୀର୍ଘବର୍ଷର ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଶନିବାର ଐତିହାସିକ ରାୟ ପ୍ରଦାନ କରିଛନ୍ତି। ବିବାଦୀୟ ଜମି ଉପରେ ରାମ ମନ୍ଦିର ନିର୍ମାଣ ପାଇଁ...

ରାମମନ୍ଦିର ସପକ୍ଷରେ ରାୟ

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ଦୀର୍ଘ ୧୩୪ ବର୍ଷ ଧରି ଚାଲିଥିବା ଆଇନଗତ ଲଢ଼େଇ ଓ ପ୍ରତୀକ୍ଷାର ଅନ୍ତ ଘଟିଛି। ବିଶ୍ୱର ଅନ୍ୟତମ ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ଐତିହାସିକ ରାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri