ଭଙ୍ଗାହେଲା ୧୦ ମନ୍ଦିର

କଟକ ଅଫିସ,୧୩ା୨: କଟକସ୍ଥ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ସଂପ୍ରସାରଣ ଓ ଉନ୍ନତୀକରଣ ଯୋଜନା କାର୍ଯ୍ୟକାରୀ କ୍ରମରେ ଏହାର ଆଖପାଖ ଅଞ୍ଚଳକୁ ଖାଲି କରାଯାଉଛି। ଏ ନେଇ ବୁଧବାରଠାରୁ ତୃତୀୟ ପର୍ଯ୍ୟାୟ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଯୋବ୍ରା ଓ ରାଣୀହାଟ ନିକଟ ତଥା ଲଞ୍ଚ ଘାଟ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୦ଟି ମନ୍ଦିର ଏବଂ ୪ଟି କ୍ଲବଘରକୁ ଭଙ୍ଗାଯାଇଛି। ଏହି ସମୟରେ ପ୍ରଶାସନିକ ଅଧିକାରୀ ଏବଂ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ମେଶିନ୍‌ ମାଡ଼ରେ ଅଳ୍ପ ସମୟ ମଧ୍ୟରେ ବର୍ଷ ବର୍ଷର ମନ୍ଦିର ଏବଂ କ୍ଲବଘର ମାଟିରେ ମିଶିଯାଇଥିଲା। ସ୍ଥାନୀୟ ଲୋକେ ବିରୋଧ କରି ନ ଥିଲେ ମଧ୍ୟ ମନ୍ଦିର ଭଙ୍ଗା ହେଉଥିବା ଦେଖି ଦୁଃଖରେ କାନ୍ଦି ପକାଇଥିଲେ। ଅନ୍ୟପଟେ ଏହି ଅଞ୍ଚଳରେ ଥିବା ଦର୍‌ଘାକୁ ଭଙ୍ଗାଯାଇ ନାହିଁ।
ସକାଳ ପ୍ରାୟ ୯ଟାରେ ଜେସିବି ମେଶିନ୍‌ ସହ ପ୍ରଶାସନିକ ଅଧିକାରୀମାନେ ଲଞ୍ଚ୍‌ଘାଟଠାରେ ପହଞ୍ଚିଥିଲେ। ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ର ଏବଂ ସିଏମ୍‌ସି ଡେପୁଟି କମିଶନର୍‌ ଅବିନାଶ ରାଉତ ଉଚ୍ଛେଦ ଅଭିଯାନର ନେତୃତ୍ୱ ନେଇଥିଲେ। ଗୋଟିଏ ପରେ ଗୋଟିଏ ମନ୍ଦିର ଉପରେ ଜେସିବି ମେଶିନ୍‌ ଚାଲିଥିଲା। ଉଚ୍ଛେଦ ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ଉକ୍ତ ଅଞ୍ଚଳରେ ଥିବା ତାରିଣୀ ଏବଂ ମଙ୍ଗଳା ମନ୍ଦିରକୁ ଅଞ୍ଚଳବାସୀ ଖାଲି କରିଦେଇଥିଲେ। ବୁଧବାର ଏହି ଦୁଇଟି ମନ୍ଦିର ସମେତ ଅନ୍ୟ ୮ଟି ମନ୍ଦିରକୁ ଭଙ୍ଗାଯାଇଥିଲା। ତେବେ ଯୋବ୍ରା କେନାଲ ପାର୍ଶ୍ୱସ୍ଥ ଏକ ମନ୍ଦିର ଭଙ୍ଗାଯିବାକୁ ବିରୋଧ କରି ସେଠାକାର ମହିଳାମାନେ ମନ୍ଦିର ବାରଣ୍ଡାରେ ବସିରହିଥିଲେ। ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ବୁଝାଶୁଝା କରିବା ପରେ ସେମାନେ ହଟିଯାଇଥିଲେ। ମନ୍ଦିର ଭଙ୍ଗାଯିବାବେଳେ ଭାବବିହ୍ବଳ ହୋଇପଡ଼ିଥିଲେ ଅଞ୍ଚଳବାସୀ। ଦୀର୍ଘବର୍ଷ ହେଲା ସେମାନେ ଯେଉଁ ଦେବୀଦେବଙ୍କୁ ପୂଜା କରୁଥିଲେ, ଆଖି ଆଗରେ ବିଗ୍ରହଗୁଡ଼ିକୁ ଭଙ୍ଗାଯିବାର ଦୃଶ୍ୟ ସେମାନଙ୍କୁ ବ୍ୟଥିତ କରିଥିଲା। ସେମାନେ ଧୈର୍ଯ୍ୟ ଧରି ନ ପାରି ଭୋ ଭୋ କାନ୍ଦି ପକାଇଥିଲେ। ଭାବାବେଗ ସହ ଜଡ଼ିତ ମନ୍ଦିରଗୁଡ଼ିକୁ ଭଙ୍ଗାଯିବା ନେଇ ସେମାନଙ୍କ ମନରେ ଦୁଃଖ ଛାଇଯାଇଥିଲା। ସେହିଭଳି କ୍ଲବ ଘରଗୁଡ଼ିକ ଭଙ୍ଗାଯିବାବେଳେ ମଧ୍ୟ ସଦସ୍ୟମାନଙ୍କ ମୁହଁରେ ଦୁଃଖର ଛାପ ଦେଖିବାକୁ ମିଳିଥିଲା।
ଅନ୍ୟପକ୍ଷେ ସେହି ଅଞ୍ଚଳରେ ଥିବା ଦର୍‌ଘାକୁ ଭାଙ୍ଗିବାକୁ ଯିବାବେଳେ ପ୍ରଶାସନକୁ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। କିଛି ଘଣ୍ଟା ଧରି ଆଲୋଚନା ପରେ ପ୍ରଶାସନ ସମୟ ଦେଇ ସେଠାରୁ ଫେରିଥିଲା। ବିଏମ୍‌ସି ଡେପୁଟି କମିଶନର ରାଉତଙ୍କ କହିବାନୁଯାୟୀ, ୩ଦିନ ପୂର୍ବେ ଦର୍‌ଘା କର୍ତ୍ତୃପକ୍ଷ ୭ଦିନ ସମୟ ମାଗିଥିଲେ। ସେମାନଙ୍କୁ ସମୟ ଦିଆଯାଇଥିବାରୁ ବୁଧବାର ଭଙ୍ଗାଯାଇନାହିଁ। କେବେ ଭଙ୍ଗାଯିବ, ସେ ନିଷ୍ପତ୍ତି କେବଳ ଜିଲାପାଳ ହିଁ ନେଇପାରିବେ। ମନ୍ଦିର କିମ୍ବା କ୍ଲବ ଭଙ୍ଗାଯିବାବେଳେ କୌଣସି ପ୍ରକାର ବିରୋଧ ହୋଇନାହିଁ। ଶାନ୍ତିଶୃଙ୍ଖଳାରେ ଉଚ୍ଛେଦ କରାଯାଇଛି। ଶୁକ୍ରବାର ପରବର୍ତ୍ତୀ ପର୍ଯ୍ୟାୟ ଉଚ୍ଛେଦ ହେବ ବୋଲି ସେ କହିଛନ୍ତି।
କେବଳ ଉଚ୍ଛେଦ ନୁହେଁ, ଥଇଥାନ ଏବଂ ପୁନର୍ବାସକୁ ମଧ୍ୟ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ, ସିଏମ୍‌ସି ଆୟୁକ୍ତ ଅନନ୍ୟା ଦାସଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସମସ୍ତ ଉଚ୍ଛେଦ ସ୍ଥଳ ବୁଲି ଦେଖିଥିଲେ। ନିମପୁରରେ ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ହେଉଥିବା କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା ସହ କାର୍ଯ୍ୟସ୍ଥଳ ବୁଲି ଦେଖିଥିଲେ। ଆଗାମୀ ଏକ ସପ୍ତାହ ପରେ ପ୍ରଥମ ଦଫା ବସ୍ତିବାସିନ୍ଦାଙ୍କୁ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?