ଭଙ୍ଗା ସିଲଟରୁ ସୂର୍ଯ୍ୟମନ୍ଦିର

ଭଙ୍ଗା ସିଲଟ ଧରି ସେ ସ୍ବପ୍ନ ଦେଖିଥିଲେ। ସ୍ବପ୍ନ ଥିଲା କଳାଜଗତର ଆବୁଡ଼ାଖାବୁଡ଼ା ରାସ୍ତାରେ ଚାଲିବେ। ସତକୁସତ ସେ ଚାଲିଛନ୍ତି। ଆଉ ଚାଲିଚାଲି ଆସି ପହଞ୍ଚଛନ୍ତି ‘ସୂର୍ଯ୍ୟମନ୍ଦିର’ରେ। ତାଙ୍କୁ ଦେଖିଲେ ଲାଗୁଛି ସତେ ଯେମିତି ତାଙ୍କର ଚାଲିବା ତଥାପି ସରିନି। ତାଙ୍କ ପାଇଁ ଆହୁରି ଅନେକ ପଥ ବାକି ପଡ଼ିଛି। ସେ ଯେମିତି ପ୍ରତ୍ୟେକ ମୁହୂର୍ତ୍ତରେ ରବର୍ଟ ଫ୍ରଷ୍ଟଙ୍କର ସେଇ କାଳଜୟୀ ପଙ୍‌କ୍ତିକୁ ଦୋହରାଉଛନ୍ତି :

And miles to go before I sleep. ସେ ହେଉଛନ୍ତି ନାଟ୍ୟକାର ବଙ୍କିମ ସ୍ବାଇଁ। ସେ ତ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ଜଣେ ଅଭିନେତା ଭାବରେ। ମାତ୍ର ଲୋକମାନେ ତାଙ୍କୁ ଚିହ୍ନିଲେ ଜଣେ ନାଟ୍ୟକାର ଭାବରେ ଯେତେବେଳେ ସେ ଲେଖିଲେ ନାଟକ ‘ସାହାଣୀ ମାଷ୍ଟ୍ରଙ୍କ ଭଙ୍ଗାସିଲଟ’। ନବେ ଦଶକର ପ୍ରଥମ ଭାଗରେ ଲେଖାଯାଇଥିବା ଏହି ନାଟକରେ ଥିଲା ଦିନକୁଦିନ ରୋଗଗ୍ରସ୍ତ ହୋଇ ପଡୁଥିବା ଗୋଟେ ସମାଜର କଥା। ଯୌତୁକ ପାଇଁ ବୋହୂମାନଙ୍କୁ ମାରିଦିଆ ଯାଉଥିଲା। ମଦ ପିଇ ଯୁବକମାନେ ବିପଥଗାମୀ ହେଉଥିଲେ। ବେକାରି ସମସ୍ୟା ଶିକ୍ଷିତ ଯୁବକମାନଙ୍କୁ ଅପରାଧୀ ସଜାଉଥିଲା। ଏହି ସବୁକୁ କଞ୍ଚାମାଲ ନେଇ ବଙ୍କିମ ସ୍ବାଇଁ ଲେଖିଥିଲେ ‘ସାହାଣୀମାଷ୍ଟ୍ରଙ୍କ ଭଙ୍ଗାସିଲଟ’। ସିଲଟକୁ ସେ ନେଇଥିଲେ ସମାଜର ମେଟାଫର ବା ପ୍ରତୀକ ଭାବରେ। କେମିତି ସେହି ସିଲଟ ରୂପୀ ସମାଜର ସ୍ବପ୍ନ, ସମ୍ଭାବନା, ଭବିଷ୍ୟତ ସବୁ ଭାଙ୍ଗି ଯାଉଛି ତାହାର ଏକ ଜୀବନ୍ତ ଚିତ୍ର ରହିଥିଲା ସେହି ନାଟକରେ, ଯେଉଁଥିପାଇଁ ନାଟକଟିକୁ ଲୋକମାନେ ଖୁବ୍‌ ଆନ୍ତରିକତାର ସହିତ ଗ୍ରହଣ କରିଥିଲେ। କେମିତି ଏଭଳି ଏକ ନାଟକର ପରିକଳ୍ପନା କଲେ ବୋଲି ପ୍ରଶ୍ନରେ ନାଟ୍ୟକାର କହନ୍ତି : ‘ମୁଁ ଯାହା ନିଜେ ଭୋଗିଥିଲି ତାହାକୁ ହିଁ ନାଟକରେ ରୂପ ଦେଇଥିଲି। ପାଠପଢ଼ା ଶେଷ କରିବା ପରେ ରିସ୍‌ବତ୍‌ ଅଭାବରୁ ମୋତେ ଚାକିରି ମିଳିଲାନି। ଦାରିଦ୍ର୍ୟ ମୋ ପରିବାର ପଛରେ ଛାଇ ପରି ଲାଗି ରହିଥିଲା। ଯେଉଁଠି ବି ଘରୋଇ କାର୍ଯ୍ୟାଳୟରେ ଚାକିରି କଲି ସେଠାରେ ମୋର ସ୍ବାଭିମାନକୁ ବାରମ୍ବାର ହତ୍ୟା କରାଗଲା। ପାଠ ପଢୁଆ ପୁଅ ହୋଇ ମାସଶେଷରେ ଘରକୁ ଦି’ ପଇସା ଦେଇ ନ ପାରିବା ଆଉ ବାପାମା’ଙ୍କ ଆଖିରେ ଫୁଟି ଉଠୁଥିବା ଦୟନୀୟତାକୁ ନିଜ ଆଖିରେ ଦେଖିବା ଯେ କେତେ ଯନ୍ତ୍ରଣାଦାୟକ ତାହା ଯିଏ ଭୋଗିଛି ସିଏ ଜାଣିଛି। କଲେଜରେ ଡ୍ରାମାଟିକ୍‌ ସେକ୍ରେଟାରି ଥିଲି। କଲେଜରୁ ଗଁା ଯାତ୍ରା ଯାଏ ପ୍ରାୟ ଦୁଇଶହରୁ ଅଧିକ ନାଟକରେ ଅଭିନୟ କରି ସାରିଥିତ୍ଲି। ତେଣୁ ଭାବିଲି, ଯାତ୍ରାରେ ଅଭିନୟ କରି ଘରକୁ ଦି’ ପଇସା ଦେବି। ମାତ୍ର ସେତେବେଳର ଯାତ୍ରା ବର୍ତ୍ତମାନର ଯାତ୍ରା ପରି ନ ଥିଲା। ମାସକରେ ବା ଦୁଇମାସରେ ଥରେ ଘରକୁ ଫେରିବା ବେଳେ ମିଠା କେଜିଏ କିମ୍ବା ବିସ୍କୁଟ ପ୍ୟାକେଟ ଘରକୁ ନେବା ପାଇଁ ମଧ୍ୟ ମୋ ପାଖରେ ପଇସା ବଳେନି। ଅପରପକ୍ଷରେ ମୋ ଭିତରେ ଗୋଟେ ନାଟ୍ୟକାର ଥିଲା। ମୁଁ ନାଟକ ଲେଖିବାକୁ ମନସ୍ଥ କଲି। ମୁଁ ଜାଣିଥିଲି ମୁଁ ଗୋଟେ ଦୁଃଖର ଜୀବନ ବିତେଇଛି। ଅନେକ ସ୍ଥାନରେ ଧୋକା ଖାଇଛି। ସମାଜର ଅନ୍ଧାର ପାଖଟିକୁ ମୁଁ ଅତି ପାଖରୁ ଦେଖିଛି। ତେଣୁ ସେଇଆକୁ ରୂପ ଦେବି ମୋ କଲମରେ। ଅନ୍ତତଃ ମୋତେ ଆଶ୍ୱାସନା ମିଳିବା ସହିତ ଅନ୍ୟମାନଙ୍କୁ ତ ବଞ୍ଚତ୍ବାର ଖୋରାକ ଯୋଗେଇବ। ବାସ୍‌, ଅଭିନେତାରୁ ବନିଗଲି ନାଟ୍ୟକାର।’ ବାସ୍ତବିକ ନାଟ୍ୟକାର ଭାବରେ ତାଙ୍କର କଲମ ଥିଲା ଖୁବ୍‌ ପ୍ରଖର। ତାଙ୍କ କଲମରୁ ସୃଷ୍ଟି ହୋଇଥିଲା- ‘ବାଘ ବଜାରୀ ଖେଳ’, ‘ସାହାଣୀ ମାଷ୍ଟ୍ରଙ୍କ ଭଙ୍ଗା ସିଲଟ’, ‘ଧନ୍ୟ ସେ ମା’ ଧନ୍ୟ ସେ ମାଟି’, ‘ଶୁଭ ସାହାନାଇ ବିଷ କଳସ’, ‘ହୁଳହୁଳି ଦିଅ ଭାଉଜ ରାଣୀ’, ‘ଜହ୍ନ ହଜିଗଲା ପୁନେଇ ଦିନ’, ‘କଣ୍ଢେଇ ଦେଇ ଭଣ୍ଡେଇ ଦେଲୁ’, ‘ମୋ ଛବି ବହି’, ‘ବୋହୂ ମୋର ଠିକ୍‌ କରିଛି’, ‘ଯେମିତି ଦିଅଁକୁ ସେମିତି ପୂଜା’, ‘ମାମୁ ମତେ ମାଇଲେ’, ‘ବେଇମାନ’ ଭଳି ଅନେକ ନାଟକ। ଏସବୁ କେବଳ ନାଟକ ନ ଥିଲା; ଥିଲା ସମାଜର ଗୋଟିଏ ଗୋଟିଏ ନିଚ୍ଛକ ଚିତ୍ର। ସମ୍ପ୍ରତି ‘ସୂର୍ଯ୍ୟମନ୍ଦିର’ର ମଙ୍ଗ ରହିଛି ଏହି ନାଟ୍ୟକାରଙ୍କ ହାତରେ। ଜଣେ ସଫଳ ପରିଚାଳକ ଭାବରେ ପାର୍ଟିକୁ ଦେଇଛନ୍ତି ନୂଆରୂପ। ସେତିକିନୁହେଁ, ସେ ଏବେ ସ୍ବପ୍ନ ଦେଖୁଛନ୍ତି ଅନ୍ୟ ସଂଘର୍ଷରତ ଯୁବକମାନଙ୍କ ପାଇଁ। ସେଇଥିପାଇଁ ତ ସେ କହନ୍ତି, ମୋର ଚାଲିବା ସରିନାହିଁ। କାହିଁକି ନା ଆଗକୁ ଆହୁରି ଅନେକ ପଥ ବାକି।


Enter your email to get our daily news in your inbox.

All Right Reserved By Dharitri.Com

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ଭିଡ଼ିଓ ଭାଇରାଲ, ହଠାତ ଚମକିଲେ ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କୁ ମିସ୍‌ କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିକଟରେ ଶନିବାର…

ସୁନିତା ଆହୁଜାଙ୍କୁ ନେଇ କୋମଲ ରାଣୀଙ୍କ ଚାଞ୍ଚଲ୍ୟକର ଦାବି; ‘ଯିଏ ତାଙ୍କ ସ୍ବାମୀଙ୍କ ହତ୍ୟା ପଛରେ ଥିଲେ…’: ଗୋବିନ୍ଦାଙ୍କ ସହ ଡେଟିଂକୁ ନେଇ…

ମୁମ୍ବାଇ,୨୬।୯: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଗୋବିନ୍ଦାଙ୍କ ଅନ୍ୟ…

ଅମିତାଭଙ୍କ ସାମ୍ନାରେ ଭାବପ୍ରବଣ ହୋଇପଡ଼ିଲେ ରାଜକୁମାର: କହୁ କହୁ କହିଦେଲେ…

ମୁମ୍ବାଇ:ଲୋକପ୍ରିୟ କୁଇଜ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ସିଜନ ୧୮ର ମଞ୍ଚ କେବଳ ଜ୍ଞାନ ଓ ପୁରସ୍କାରରେ ସୀମିତ ନୁହେଁ। ଅନେକ ସମୟରେ ଏଠାରେ ଅତିଥିଙ୍କ…

ଗୋବିନ୍ଦାଙ୍କୁ ଫେରାଇ ଆଣିବାକୁ କୋମଲ ରାଣୀଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ସୁନିତା! ହାତଯୋଡି କଲେ ନିବେଦନ, ଭିଡ଼ିଓ ଦେଖିଲେ…

ମୁମ୍ବାଇ,୨୬।୯: ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଛି। ଖବର ଅନୁଯାୟୀ, ସୁନିତା ଅଭିଯୋଗ କରିଛନ୍ତି ଯେ ଗୋବିନ୍ଦାଙ୍କର କୋମଲ ରାଣୀ…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?