ଭଙ୍ଗା ସିଲଟରୁ ସୂର୍ଯ୍ୟମନ୍ଦିର

ଭଙ୍ଗା ସିଲଟ ଧରି ସେ ସ୍ବପ୍ନ ଦେଖିଥିଲେ। ସ୍ବପ୍ନ ଥିଲା କଳାଜଗତର ଆବୁଡ଼ାଖାବୁଡ଼ା ରାସ୍ତାରେ ଚାଲିବେ। ସତକୁସତ ସେ ଚାଲିଛନ୍ତି। ଆଉ ଚାଲିଚାଲି ଆସି ପହଞ୍ଚଛନ୍ତି ‘ସୂର୍ଯ୍ୟମନ୍ଦିର’ରେ। ତାଙ୍କୁ ଦେଖିଲେ ଲାଗୁଛି ସତେ ଯେମିତି ତାଙ୍କର ଚାଲିବା ତଥାପି ସରିନି। ତାଙ୍କ ପାଇଁ ଆହୁରି ଅନେକ ପଥ ବାକି ପଡ଼ିଛି। ସେ ଯେମିତି ପ୍ରତ୍ୟେକ ମୁହୂର୍ତ୍ତରେ ରବର୍ଟ ଫ୍ରଷ୍ଟଙ୍କର ସେଇ କାଳଜୟୀ ପଙ୍‌କ୍ତିକୁ ଦୋହରାଉଛନ୍ତି :

And miles to go before I sleep. ସେ ହେଉଛନ୍ତି ନାଟ୍ୟକାର ବଙ୍କିମ ସ୍ବାଇଁ। ସେ ତ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ଜଣେ ଅଭିନେତା ଭାବରେ। ମାତ୍ର ଲୋକମାନେ ତାଙ୍କୁ ଚିହ୍ନିଲେ ଜଣେ ନାଟ୍ୟକାର ଭାବରେ ଯେତେବେଳେ ସେ ଲେଖିଲେ ନାଟକ ‘ସାହାଣୀ ମାଷ୍ଟ୍ରଙ୍କ ଭଙ୍ଗାସିଲଟ’। ନବେ ଦଶକର ପ୍ରଥମ ଭାଗରେ ଲେଖାଯାଇଥିବା ଏହି ନାଟକରେ ଥିଲା ଦିନକୁଦିନ ରୋଗଗ୍ରସ୍ତ ହୋଇ ପଡୁଥିବା ଗୋଟେ ସମାଜର କଥା। ଯୌତୁକ ପାଇଁ ବୋହୂମାନଙ୍କୁ ମାରିଦିଆ ଯାଉଥିଲା। ମଦ ପିଇ ଯୁବକମାନେ ବିପଥଗାମୀ ହେଉଥିଲେ। ବେକାରି ସମସ୍ୟା ଶିକ୍ଷିତ ଯୁବକମାନଙ୍କୁ ଅପରାଧୀ ସଜାଉଥିଲା। ଏହି ସବୁକୁ କଞ୍ଚାମାଲ ନେଇ ବଙ୍କିମ ସ୍ବାଇଁ ଲେଖିଥିଲେ ‘ସାହାଣୀମାଷ୍ଟ୍ରଙ୍କ ଭଙ୍ଗାସିଲଟ’। ସିଲଟକୁ ସେ ନେଇଥିଲେ ସମାଜର ମେଟାଫର ବା ପ୍ରତୀକ ଭାବରେ। କେମିତି ସେହି ସିଲଟ ରୂପୀ ସମାଜର ସ୍ବପ୍ନ, ସମ୍ଭାବନା, ଭବିଷ୍ୟତ ସବୁ ଭାଙ୍ଗି ଯାଉଛି ତାହାର ଏକ ଜୀବନ୍ତ ଚିତ୍ର ରହିଥିଲା ସେହି ନାଟକରେ, ଯେଉଁଥିପାଇଁ ନାଟକଟିକୁ ଲୋକମାନେ ଖୁବ୍‌ ଆନ୍ତରିକତାର ସହିତ ଗ୍ରହଣ କରିଥିଲେ। କେମିତି ଏଭଳି ଏକ ନାଟକର ପରିକଳ୍ପନା କଲେ ବୋଲି ପ୍ରଶ୍ନରେ ନାଟ୍ୟକାର କହନ୍ତି : ‘ମୁଁ ଯାହା ନିଜେ ଭୋଗିଥିଲି ତାହାକୁ ହିଁ ନାଟକରେ ରୂପ ଦେଇଥିଲି। ପାଠପଢ଼ା ଶେଷ କରିବା ପରେ ରିସ୍‌ବତ୍‌ ଅଭାବରୁ ମୋତେ ଚାକିରି ମିଳିଲାନି। ଦାରିଦ୍ର୍ୟ ମୋ ପରିବାର ପଛରେ ଛାଇ ପରି ଲାଗି ରହିଥିଲା। ଯେଉଁଠି ବି ଘରୋଇ କାର୍ଯ୍ୟାଳୟରେ ଚାକିରି କଲି ସେଠାରେ ମୋର ସ୍ବାଭିମାନକୁ ବାରମ୍ବାର ହତ୍ୟା କରାଗଲା। ପାଠ ପଢୁଆ ପୁଅ ହୋଇ ମାସଶେଷରେ ଘରକୁ ଦି’ ପଇସା ଦେଇ ନ ପାରିବା ଆଉ ବାପାମା’ଙ୍କ ଆଖିରେ ଫୁଟି ଉଠୁଥିବା ଦୟନୀୟତାକୁ ନିଜ ଆଖିରେ ଦେଖିବା ଯେ କେତେ ଯନ୍ତ୍ରଣାଦାୟକ ତାହା ଯିଏ ଭୋଗିଛି ସିଏ ଜାଣିଛି। କଲେଜରେ ଡ୍ରାମାଟିକ୍‌ ସେକ୍ରେଟାରି ଥିଲି। କଲେଜରୁ ଗଁା ଯାତ୍ରା ଯାଏ ପ୍ରାୟ ଦୁଇଶହରୁ ଅଧିକ ନାଟକରେ ଅଭିନୟ କରି ସାରିଥିତ୍ଲି। ତେଣୁ ଭାବିଲି, ଯାତ୍ରାରେ ଅଭିନୟ କରି ଘରକୁ ଦି’ ପଇସା ଦେବି। ମାତ୍ର ସେତେବେଳର ଯାତ୍ରା ବର୍ତ୍ତମାନର ଯାତ୍ରା ପରି ନ ଥିଲା। ମାସକରେ ବା ଦୁଇମାସରେ ଥରେ ଘରକୁ ଫେରିବା ବେଳେ ମିଠା କେଜିଏ କିମ୍ବା ବିସ୍କୁଟ ପ୍ୟାକେଟ ଘରକୁ ନେବା ପାଇଁ ମଧ୍ୟ ମୋ ପାଖରେ ପଇସା ବଳେନି। ଅପରପକ୍ଷରେ ମୋ ଭିତରେ ଗୋଟେ ନାଟ୍ୟକାର ଥିଲା। ମୁଁ ନାଟକ ଲେଖିବାକୁ ମନସ୍ଥ କଲି। ମୁଁ ଜାଣିଥିଲି ମୁଁ ଗୋଟେ ଦୁଃଖର ଜୀବନ ବିତେଇଛି। ଅନେକ ସ୍ଥାନରେ ଧୋକା ଖାଇଛି। ସମାଜର ଅନ୍ଧାର ପାଖଟିକୁ ମୁଁ ଅତି ପାଖରୁ ଦେଖିଛି। ତେଣୁ ସେଇଆକୁ ରୂପ ଦେବି ମୋ କଲମରେ। ଅନ୍ତତଃ ମୋତେ ଆଶ୍ୱାସନା ମିଳିବା ସହିତ ଅନ୍ୟମାନଙ୍କୁ ତ ବଞ୍ଚତ୍ବାର ଖୋରାକ ଯୋଗେଇବ। ବାସ୍‌, ଅଭିନେତାରୁ ବନିଗଲି ନାଟ୍ୟକାର।’ ବାସ୍ତବିକ ନାଟ୍ୟକାର ଭାବରେ ତାଙ୍କର କଲମ ଥିଲା ଖୁବ୍‌ ପ୍ରଖର। ତାଙ୍କ କଲମରୁ ସୃଷ୍ଟି ହୋଇଥିଲା- ‘ବାଘ ବଜାରୀ ଖେଳ’, ‘ସାହାଣୀ ମାଷ୍ଟ୍ରଙ୍କ ଭଙ୍ଗା ସିଲଟ’, ‘ଧନ୍ୟ ସେ ମା’ ଧନ୍ୟ ସେ ମାଟି’, ‘ଶୁଭ ସାହାନାଇ ବିଷ କଳସ’, ‘ହୁଳହୁଳି ଦିଅ ଭାଉଜ ରାଣୀ’, ‘ଜହ୍ନ ହଜିଗଲା ପୁନେଇ ଦିନ’, ‘କଣ୍ଢେଇ ଦେଇ ଭଣ୍ଡେଇ ଦେଲୁ’, ‘ମୋ ଛବି ବହି’, ‘ବୋହୂ ମୋର ଠିକ୍‌ କରିଛି’, ‘ଯେମିତି ଦିଅଁକୁ ସେମିତି ପୂଜା’, ‘ମାମୁ ମତେ ମାଇଲେ’, ‘ବେଇମାନ’ ଭଳି ଅନେକ ନାଟକ। ଏସବୁ କେବଳ ନାଟକ ନ ଥିଲା; ଥିଲା ସମାଜର ଗୋଟିଏ ଗୋଟିଏ ନିଚ୍ଛକ ଚିତ୍ର। ସମ୍ପ୍ରତି ‘ସୂର୍ଯ୍ୟମନ୍ଦିର’ର ମଙ୍ଗ ରହିଛି ଏହି ନାଟ୍ୟକାରଙ୍କ ହାତରେ। ଜଣେ ସଫଳ ପରିଚାଳକ ଭାବରେ ପାର୍ଟିକୁ ଦେଇଛନ୍ତି ନୂଆରୂପ। ସେତିକିନୁହେଁ, ସେ ଏବେ ସ୍ବପ୍ନ ଦେଖୁଛନ୍ତି ଅନ୍ୟ ସଂଘର୍ଷରତ ଯୁବକମାନଙ୍କ ପାଇଁ। ସେଇଥିପାଇଁ ତ ସେ କହନ୍ତି, ମୋର ଚାଲିବା ସରିନାହିଁ। କାହିଁକି ନା ଆଗକୁ ଆହୁରି ଅନେକ ପଥ ବାକି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri