Posted inଖେଳ

ବୟସ ଜାଲିଆତି: ରଣଜୀ ଟ୍ରଫିରୁ କାଲରା ୧ ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୨।୧(ପି.ଟି.)- ବୟସ ଜାଲିଆତିରେ ଧରାପଡିଛନ୍ତି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ହିରୋ ମନଜୋତ କାଲରା। ଗତ ବିଶ୍ୱକପ୍‌ ଫାଇନାଲରେ ଶତକ ହାସଲ କରିଥିବା ଯୁବ ବାମହାତୀ ଓପନର କାଲରା ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ଓମ୍ବୁଡ୍ସମ୍ୟାନଙ୍କ ଦ୍ୱାରା ବୟସ ଜାଲିଆତି ପାଇଁ ରଣଜୀ ଟ୍ରଫିରୁ ଗୋଟିଏ ବର୍ଷ ବାସନ୍ଦ ହୋଇଛନ୍ତି। ସେ ୧୬ ଓ ୧୯ ବର୍ଷରୁ କମ୍‌ କ୍ରିକେଟ ଖେଳୁଥିବା ବେଳେ ବୟସ ଜାଲିଆତି କରିଥିବା ଜଣାପଡିଥିଲା।
ତେବେ ସମାନ ପ୍ରକାର ଦୋଷ ପାଇଁ ଦିଲ୍ଲୀ ସିନିୟର ଦଳ ଉପ- ଅଧିନାୟକ ନୀତୀଶ ରାଣାଙ୍କୁ ବର୍ତ୍ତମାନ ପାଇଁ ଦଣ୍ଡିତ କରାଯାଇନାହିଁ। ଜୁନିୟର ସ୍ତରରେ ସେ ଏଭଳି ଜାଲିଆତି କରିଥିଲେ। ତେବେ ତାଙ୍କୁ ଆହୁରି କିଛି କାଗଜପତ୍ର ଦାଖଲ କରିବା ପାଇଁ କୁହାଯାଇଛି। ସେହିପରି ୧୯ ବର୍ଷରୁ କମ୍‌ ତାରକା ଶିବମ ମାଭିଙ୍କ ମାମଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ପ୍ରଦାନ କରାଯାଇଛି। ସେ ଏବେ ସିନିୟର କ୍ରିକେଟରେ ଉତ୍ତର ପ୍ରଦେଶ ତରଫରୁ ପ୍ରତିନିଧିତ୍ୱ କରୁଛନ୍ତି।
ଓମ୍ବୁଡ୍ସମ୍ୟାନ ବଦର ଦୁରେଜ ଅହମ୍ମଦ କାଲରାଙ୍କୁ ବୟସ- ବର୍ଗ କ୍ରିକେଟରୁ ୨ ବର୍ଷ ଓ ରଣଜୀ କ୍ରିକେଟରୁ ଗୋଟିଏ ବର୍ଷ ବାସନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ସେ ଅତିକମ୍‌ରେ ଚଳିତ ସେସନରେ ରଣଜୀ ନ ଖେଳିବା ସ୍ପଷ୍ଟ ହୋଇଛି। ବିସିସିଆଇ ରେକର୍ଡ ଅନୁସାରେ କାଲରାଙ୍କ ବୟସ ଏବେ ୨୦ ବର୍ଷ ୩୫୧ ଦିନ ରହିଛି। ସେ ଗତ ସପ୍ତାହରେ ୨୩ ବର୍ଷରୁ କମ୍‌ ଦିଲ୍ଲୀ ଦଳ ପାଇଁ ବେଙ୍ଗଲ ବିପକ୍ଷରେ ଖେଳିଥିଲେ ଓ ୮୦ ରନ ସଂଗ୍ରହ କରିଥିଲେ। ସେ ସିନିୟର ଓପନର ଶିଖର ଧାଓ୍ବନଙ୍କ ବଦଳରେ ଖେଳିବାର କାର୍ଯ୍ୟକ୍ରମ ଥିଲା। ତେବେ ବର୍ତ୍ତମାନ ସେ ଖେଳିବାରୁ ବଞ୍ଚିତ ହେବେ। ଏହି ଘଟଣାରେ ଡିଡିସିଏ ସାଧାରଣ ସମ୍ପାଦକ ବିନୋଦ ତିହାରା ନୈରାଶ୍ୟ ଜାହିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri