ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ: ଅଧ୍ୟକ୍ଷ ପଦବୀ ପାଇଁ ବଦଳି ରାଜନୀତି

ଯାଜପୁର ରୋଡ,୧୫।୩(ଡି.ଏନ.ଏ.): ବ୍ୟାସନଗର ସ୍ବୟଂଶାସିତ କଲେଜ ଅଧ୍ୟକ୍ଷ ପଦବୀକୁ ନେଇ ବଦଳି ରାଜନୀତି ଆରମ୍ଭ ହୋଇଛି। ଯୋଗ୍ୟ ପ୍ରାଧ୍ୟାପକଙ୍କୁ ଏଠାରୁ ରାତିଅଧିଆ ବଦଳି କରାଯାଇ ବର୍ଷକ ତଳେ ବଦଳି କରାଯାଇଥିବା ଅନ୍ୟଜଣେ ପ୍ରାଧ୍ୟାପିକାଙ୍କୁ ପୁଣି ଏଠାକୁ ବଦଳି କରାଯାଇ ଅଣାଯାଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆସନ୍ତା ମାର୍ଚ୍ଚ ୩୧ରେ ବ୍ୟାସନଗର ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଏସ.କେ. ଆବୁ ତାହିର ଦାୟିତ୍ୱରୁ ଅବସର ନେଉଛନ୍ତି। ଏପ୍ରିଲ ପହିଲାରୁ ଏହି ଅଧ୍ୟକ୍ଷ ପଦ ଖାଲି ପଡ଼ିବ। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ପତ୍ରସଂଖ୍ୟା ୩୧୧୭୫/୨୭ା୯ା୨୦୧୮ ଅନୁଯାୟୀ ଅବସର ନେବାର ମାତ୍ର ମାସକ ପୂର୍ବରୁ ବରିଷ୍ଠତା ଏବଂ ଯୋଗ୍ୟତା ଆଧାରରେ ୪ଜଣ ଅଧ୍ୟାପକଙ୍କ ନାମ ତାଲିକା ଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ଏଯାଏ ଅଧ୍ୟକ୍ଷଙ୍କ ଦ୍ୱାରା ସେଭଳି କୌଣସି ପଦକ୍ଷେପ ନିଆଯାଇ ନାହିଁ। ମାତ୍ର ବର୍ଷକ ତଳେ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଶିବଚରଣ ମାଝୀଙ୍କୁ ପ୍ରଶାସନିକ ହସ୍ତକ୍ଷେପ କ୍ରମେ ମୁଗପାଳ ଉପେନ୍ଦ୍ରନାଥ ସାରଦା ମହାବିଦ୍ୟାଳୟକୁ ବଦଳି କରାଯାଇଥିଲା। ପ୍ରାଧ୍ୟାପକ ମାଝୀଙ୍କୁ ଏବେ ପୁନଶ୍ଚ ରାତିଅଧିଆଭାବେ ସେଠାରୁ ପୁଣି ଏହି ମହାବିଦ୍ୟାଳୟକୁ ବଦଳି କରି ଅଣାଯିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷେ ୟୁଜିସି ଅନୁମୋଦନପ୍ରାପ୍ତ ତଥା ଓଡ଼ିଆ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଗୋପାଳଚରଣ ନନ୍ଦଙ୍କୁ ମୁଗପାଳ ମହାବିଦ୍ୟାଳୟକୁ ତରବରିଆଭାବେ ଏଠାରୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଥାଉକି, ପ୍ରାଧ୍ୟାପକ ନନ୍ଦ ଏକମାତ୍ର ୟୁଜିସି ଅନୁମୋଦନପ୍ରାପ୍ତ ବରିଷ୍ଠ ପ୍ରାଧ୍ୟାପକ ହୋଇଥିବା ବେଳେ ଅଧ୍ୟକ୍ଷ ପଦ ପାଇଁ ସେ ହିଁ ପ୍ରକୃତ ପକ୍ଷେ ଦାବିଦାର ବୋଲି ସ୍ପଷ୍ଟ ବାରି ହେଉଥିଲା। ମାତ୍ର ନନ୍ଦଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ ଚଞ୍ଚକତା ପୂର୍ବକ ଏଭଳି ରାତିଅଧିଆ ବଦଳି ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି। ଏହି କଲେଜରେ ଓଡ଼ିଆ ବିଭାଗରେ ଏକ ଅଧ୍ୟାପକ ପଦବୀ ଖାଲିଥିବାବେଳେ ଓଡ଼ିଆ ବିଭାଗର ମୁଖ୍ୟ ନନ୍ଦଙ୍କୁ ଅନ୍ୟତ୍ର ବଦଳି କରାଯିବା ଘଟଣା ଅପ୍ରାସଙ୍ଗିକ ବୋଲି ମଧ୍ୟ କୁହାଯାଉଛି। ଏ ସଂକ୍ରାନ୍ତରେ ଭାରପ୍ରାପ୍ତ ଅଧ୍ୟକ୍ଷ ତାହିରଙ୍କୁ ପଚାରିବାରୁ, ୪ଜଣଙ୍କ ନାମ ଉଚ୍ଚଶିକ୍ଷା ବିଭାଗକୁ ପଠାଯିବ। ଏହାପରେ ବିଭାଗୀୟ ନିଷ୍ପତ୍ତି ଅନୁସାରେ ଅଧ୍ୟକ୍ଷ ପଦବୀ ଦିଆଯିବ। ଯେଉଁସବୁ ଅଦଳବଦଳ ହୋଇଛି ତାହା ତାଙ୍କ ନିଷ୍ପତ୍ତି ନୁହେଁ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ସ୍ୱାମପାଟଣା ଅଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସରଗରମ: ସଭାପତି ପଦ ପାଇଁ ଚତୁର୍ମୁଖୀ ଲଢ଼େଇ, ୨୧ ପ୍ରାର୍ଥିପତ୍ର କାଏମ

ପାଟଣା,୧୦।୧୦ (ବୀର କିଶୋର ଦାଶ): ସ୍ୱାମପାଟଣା ସ୍ଥିତ ଅଞ୍ଚଳିକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଛାତ୍ର ସଂସଦ ନିର୍ବାଚନ ପାଇଁ ପାରଦ ବଢ଼ିବାରେ ଲାଗିଛି। ଯାଞ୍ଚ ପରେ ମୋଟ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?