ବ୍ୟାଙ୍କରେ ଗଣ୍ଡଗୋଳ ନେଇ ଥାନାରେ ମାମଲା

ବାହାନଗା, ୨୪ା୪(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ କରି ଲୋକମାନଙ୍କୁ ଘରେ ରହିବା ପାଇଁ ନିବେଦନ କରୁଛନ୍ତି। ତେବେ ଆବଶ୍ୟକ ନ ଥିଲେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଉଛି। ବିଭିନ୍ନ ସରକାରୀ ଅଫିସରେ କାମ ଚଳାଇବା ପାଇଁ ଆବଶ୍ୟକଠାରୁ ଅଳ୍ପ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ହେଉଛି ା ବ୍ୟାଙ୍କଗଡିକ ମଧ୍ୟ ସେଥିରୁ ବାଦ୍‌ ପଡିନାହାନ୍ତି ା ନିହାତି ଆବଶ୍ୟକ କାମ ବ୍ୟାଙ୍କ ମାଧ୍ୟମରେ କରାଯାଉଛି। ବାଲେଶ୍ୱର ଜିଲା ବାହାନଗା ବ୍ଲକ ଏକ ପଞ୍ଚାୟତର ପାସବୁକ୍‌ ଅପଡେଟ୍‌ କରିବା ନେଇ ମଙ୍ଗଳବାର ଅପରାହ୍ନରେ ଗୋପାଳପୁର ୟୁକୋ ବ୍ୟାଙ୍କରେ ଗଣ୍ଡଗୋଳ ହୋଇଥିଲା। ପଣ୍ଡାଶୁଣି ପଞ୍ଚାୟତର ପରୀକ୍ଷିତ ମାଝି ନାମକ ବ୍ୟକ୍ତି ମ୍ୟାନେଜର ଓ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ନାମରେ ଗୋପାଳପୁର ଫାଣ୍ଡିରେ ପାଲଟା ଅଭିଯୋଗ କରିବା ପରେ ଖନ୍ତାପଡା ଥାନାରେ ଏକ ମାମଲା (ନଂ.୧୩୭/୨୦) ରୁଜୁ ହୋଇଛି ା ଗୋପାଳପୁର ୟୁକୋ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ସବିତା ହାସଁଦାଙ୍କ ପାଲଟା ଅଭିଯୋଗକ୍ରମେ ଥାନାରେ ୭ଜଣଙ୍କ ନାମରେ ଏକ ମାମଲା (ନଂ. ୧୩୮/୨୦) ରୁଜୁ କରଯାଇଛି। ଉକ୍ତ ଅଭିଯୋଗରେ ବ୍ୟାଙ୍କର ମହିଳ ଅଧିକାରୀଙ୍କୁ ଜାତି ଉଠାଇ ଗାଳିଗୁଲଜ କରାଯାଇଥିବା ଦର୍ଶାଯାଇଛି।
କେନ୍ଦ୍ର ସରକାର ଜନଧନ ଯୋଜନାରେ ମହିଳାମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିବା ବେଳେ ତାହାକୁ ଉଠାଇବା ପାଇଁ ୟୁକୋ ବ୍ୟାଙ୍କରେ ନାହିଁ ନ ଥିବା ଗହଳି ହେଉଛି ା ଫଳରେ ବ୍ୟାଙ୍କରେ ଟଙ୍କା ଉଠା, ଟଙ୍କା ଡିପୋଜିଟ୍‌ ଆଦି କାମ କରାଯାଉଛି। କର୍ମଚାରୀ କମ୍‌ ଆସୁଥିବାରୁ ପାସ୍‌ବୁକ୍‌ ଅପଡେଟ କରାଯାଉନାହିଁ ା ତେବେ ପଣ୍ଡାଶୁଣି ପଞ୍ଚାୟତ ତରଫରୁ ପରୀକ୍ଷିତ ମାଝୀ ପଞ୍ଚାୟତ ପାସ୍‌ବୁକ୍‌ ଅପଡେଟ କରିବା ପାଇଁ ଆସିଥିଲେ ମଧ୍ୟ ବ୍ୟାଙ୍କର ଅତିରିକ୍ତ ଶାଖା ପରିଚାଳକ ନ କରିବାରୁ ଏହାକୁ ନେଇ ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଲକ୍ଷ୍ୟ: ପ୍ରତି ମଙ୍ଗଳବାର ୫୦୩ ପଞ୍ଚାୟତରେ…

ଭଞ୍ଜନଗର,୧୯।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ ଅଭିଯାନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହାର ଲକ୍ଷ୍ୟ ହେଲା ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଲକ୍ଷ୍ୟ।…

ଧ୍ରୁବଙ୍କୁ ଅପହରଣ କରିନେଇଥିଲେ ଦାଦନ ସର୍ଦ୍ଦାର: ମାସେ ପରେ ଘଟିଲା…

ନୂଆପଡ଼ା,୧୯ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା ଖଡିଆଳ ଥାନା ତୁକଲା ଗଁାର ଧ୍ରୁବ ଚରଣ ଶବର(୬୫) ଅପହରଣର ମାସେ ପରେ ଆନ୍ଧ୍ରରୁ ଉଦ୍ଧାର ହୋଇଥିଲେ ମଧ୍ୟ ତାଙ୍କ ଅବସ୍ଥା…

ଘର ଉପରେ ଝୁଲୁଛି ବିପଦ:ଭୟରେ ଦିନକାଟୁଛନ୍ତି ୨ ପରିବାର

ଲୋଇସିଂହା,୧୯।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ନବଗଠିତ ଏନଏସି ଅନ୍ତର୍ଗତ ପନେସରା ଗାଁରେ ଦୀର୍ଘଦିନଧରି ଭୟରେ ଦିନ କାଟୁଛନ୍ତି ୨ଟି ପରିବାର। ଗ୍ରାମର ଗ୍ରାମପତି ଗୁଡି ନିକଟରେ ଥିବା…

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

ଭିଜିଲାନ୍ସ ଜାଲରେ ପିଡବ୍ଲୁଡି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକାଧିକ ସ୍ଥାନରେ ଚାଲିଛି ରେଡ୍

ଭବାନୀପାଟଣା,୧୯।୫(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ଆଉ ଜଣେ ସରକାରୀ ବାବୁ। ମଙ୍ଗଳବାର ସକାଳୁ ସକାଳୁ କଳାହାଣ୍ଡି ଜିଲା ଧର୍ମଗଡ଼ ପିଡବ୍ଲୁଡି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର; ବିଦ୍ୟୁତସେବା ବ୍ୟାହତ, ରୋଗୀ ହନ୍ତସନ୍ତ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍ବାସ୍ଥ୍ୟସେବା ଭୁଷୁଡ଼ି ପଡ଼ିଛି। ଏହା ନୂଆଁ କଥା ନୁହେଁ। ବର୍ଷବର୍ଷ ଧରି ଏଠାରେ ଏହି ସମ୍ଯଯା ଲାଗି ରହିଛି। ଡାକ୍ତର ଏବଂ…

ପଥଚାରୀଙ୍କୁ ପିଟିଦେଲା ବାଇକ୍‌: ପରିବହନ ବିଭାଗ କ୍ୟାମେରା ଆଗରେ ଘଟିଲା…

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମଲାସପଦର ଛକ ନିକଟରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏକ ବାଇକ ଚାଳକ ଜଣେ ପଥଚାରୀଙ୍କୁ…

ବୈଠକରେ ଜିଲାପାଳଙ୍କ ବଡ଼ ସୂଚନା: ଜୁନ ୧ ତାରିଖଠୁ ଆରମ୍ଭ ହେବ…

ଛତ୍ରପୁର ,୧୮।୫(ଦିଲ୍ଲୀପ ସାମଲ) : ଛତ୍ରପୁରରେ ମେ’ ୪ ତାରିଖ ଠାରୁ ଚାଲିଛି ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା । ଏହାକୁ ଆହୁରୀ ଆକର୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri