ବ୍ୟାଙ୍କରେ ଗଣ୍ଡଗୋଳ ନେଇ ଥାନାରେ ମାମଲା

ବାହାନଗା, ୨୪ା୪(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ କରି ଲୋକମାନଙ୍କୁ ଘରେ ରହିବା ପାଇଁ ନିବେଦନ କରୁଛନ୍ତି। ତେବେ ଆବଶ୍ୟକ ନ ଥିଲେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଉଛି। ବିଭିନ୍ନ ସରକାରୀ ଅଫିସରେ କାମ ଚଳାଇବା ପାଇଁ ଆବଶ୍ୟକଠାରୁ ଅଳ୍ପ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ହେଉଛି ା ବ୍ୟାଙ୍କଗଡିକ ମଧ୍ୟ ସେଥିରୁ ବାଦ୍‌ ପଡିନାହାନ୍ତି ା ନିହାତି ଆବଶ୍ୟକ କାମ ବ୍ୟାଙ୍କ ମାଧ୍ୟମରେ କରାଯାଉଛି। ବାଲେଶ୍ୱର ଜିଲା ବାହାନଗା ବ୍ଲକ ଏକ ପଞ୍ଚାୟତର ପାସବୁକ୍‌ ଅପଡେଟ୍‌ କରିବା ନେଇ ମଙ୍ଗଳବାର ଅପରାହ୍ନରେ ଗୋପାଳପୁର ୟୁକୋ ବ୍ୟାଙ୍କରେ ଗଣ୍ଡଗୋଳ ହୋଇଥିଲା। ପଣ୍ଡାଶୁଣି ପଞ୍ଚାୟତର ପରୀକ୍ଷିତ ମାଝି ନାମକ ବ୍ୟକ୍ତି ମ୍ୟାନେଜର ଓ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ନାମରେ ଗୋପାଳପୁର ଫାଣ୍ଡିରେ ପାଲଟା ଅଭିଯୋଗ କରିବା ପରେ ଖନ୍ତାପଡା ଥାନାରେ ଏକ ମାମଲା (ନଂ.୧୩୭/୨୦) ରୁଜୁ ହୋଇଛି ା ଗୋପାଳପୁର ୟୁକୋ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ସବିତା ହାସଁଦାଙ୍କ ପାଲଟା ଅଭିଯୋଗକ୍ରମେ ଥାନାରେ ୭ଜଣଙ୍କ ନାମରେ ଏକ ମାମଲା (ନଂ. ୧୩୮/୨୦) ରୁଜୁ କରଯାଇଛି। ଉକ୍ତ ଅଭିଯୋଗରେ ବ୍ୟାଙ୍କର ମହିଳ ଅଧିକାରୀଙ୍କୁ ଜାତି ଉଠାଇ ଗାଳିଗୁଲଜ କରାଯାଇଥିବା ଦର୍ଶାଯାଇଛି।
କେନ୍ଦ୍ର ସରକାର ଜନଧନ ଯୋଜନାରେ ମହିଳାମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିବା ବେଳେ ତାହାକୁ ଉଠାଇବା ପାଇଁ ୟୁକୋ ବ୍ୟାଙ୍କରେ ନାହିଁ ନ ଥିବା ଗହଳି ହେଉଛି ା ଫଳରେ ବ୍ୟାଙ୍କରେ ଟଙ୍କା ଉଠା, ଟଙ୍କା ଡିପୋଜିଟ୍‌ ଆଦି କାମ କରାଯାଉଛି। କର୍ମଚାରୀ କମ୍‌ ଆସୁଥିବାରୁ ପାସ୍‌ବୁକ୍‌ ଅପଡେଟ କରାଯାଉନାହିଁ ା ତେବେ ପଣ୍ଡାଶୁଣି ପଞ୍ଚାୟତ ତରଫରୁ ପରୀକ୍ଷିତ ମାଝୀ ପଞ୍ଚାୟତ ପାସ୍‌ବୁକ୍‌ ଅପଡେଟ କରିବା ପାଇଁ ଆସିଥିଲେ ମଧ୍ୟ ବ୍ୟାଙ୍କର ଅତିରିକ୍ତ ଶାଖା ପରିଚାଳକ ନ କରିବାରୁ ଏହାକୁ ନେଇ ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri