Posted inଖେଳ

ବ୍ୟାକ୍‌-ଟୁ-ବ୍ୟାକ୍‌ ଶତକ ହାସଲ ପରେ ଲଜ୍ଜାଜନକ ରେକର୍ଡ କଲେ ସଞ୍ଜୁ ସାମସନ

ଡର୍ବାନ,୧୧।୧୧: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି ଏବଂ ୪ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ସିରିଜର ପ୍ରଥମ ମ୍ୟାଚ ଡର୍ବାନରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ ଯୋଗୁ ଭାରତ ଦକ୍ଷିଣ ଆଫ୍ରିକାକୁ ୬୧ ରନରେ ପରାସ୍ତ କରିଥିଲା। ଏହି ମ୍ୟାଚରେ ଶତକ ସହ ଲଗାତାର ୨ ଟି-୨୦ ଇନିଂସରେ ଶତକ ହାସଲ କରି ସଞ୍ଜୁ ସାମସନ ଏକ ନୂତନ ଇତିହାସ ସୃଷ୍ଟି କରିଥିଲେ। ସଞ୍ଜୁ ବିଶ୍ୱର ଚତୁର୍ଥ ବ୍ୟାଟ୍ସମ୍ୟାନ ତଥା କ୍ରମାଗତ ଦୁଇଟି ଟି-୨୦ ଇନିଂସରେ ଶତକ ହାସଲ କରିଥିବା ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଥିଲେ। ଏବେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ସଞ୍ଜୁ ସାମସନଙ୍କ ଠାରୁ ପୁଣି ଥରେ ଏକ ବଡ଼ ଇନିଂସ ଆଶା କରାଯାଉଥିଲା। କିନ୍ତୁ ସେ ନିଜ ଆକାଉଣ୍ଟ ଖୋଲି ପାରି ନ ଥିଲେ ଏବଂ ମାତ୍ର ୩ ବଲ ଖେଳି କୌଣସି ରନ୍‌ ନ କରି ପାଭିଲିୟନକୁ ଫେରିଥିଲେ। ଏହା ସହିତ ସଞ୍ଜୁଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡା ଯାଇଥିଲା।

ସଞ୍ଜୁ ସାମସନ ଚଳିତ ବର୍ଷ ଟି-୨୦ କ୍ରିକେଟରେ ଚତୁର୍ଥ ଥର ପାଇଁ ଶୂନରେ ଆଉଟ୍‌ ହୋଇଛନ୍ତି। ଏହସହ ସେ ବର୍ଷେ ମଧ୍ୟରେ ୪ ଥର ଟି-୨୦ କ୍ରିକେଟରେ ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହାପୂର୍ବରୁ ୟୁସୁଫ ପଠାନ, ରୋହିତ ଶର୍ମା ଏବଂ ବିରାଟ କୋହଲି ଗୋଟିଏ ବର୍ଷରେ ୩-୩ ଥର ଶୂନରେ ଆଉଟ୍‌ ହେବାର ରେକର୍ଡ ରଖିଥିଲେ।

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଶତକ ହାସଲ କରିଥିବା ସଞ୍ଜୁ ସାମସନ ଦ୍ୱିତୀୟ ମ୍ୟାଚ୍‌ରେ ଶୂନରେ ଆଉଟ୍‌ ହୋଇଥିଲେ। ଏହାସହ ସେ ଏକ ନିଆରା କ୍ଲବରେ ଯୋଗ ଦେଇଥିଲେ। ସଞ୍ଜୁ ଟି-୨୦ କ୍ରିକେଟରେ ଏକ ଶତକ ହାସଲ ପରେ ଶୂନରେ ଆଉଟ୍‌ ହେବାରେ ୧୩ତମ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ସେ କେବଳ ଦ୍ୱିତୀୟ ଭାରତୀୟ। ଏହାପୂର୍ବରୁ କେବଳ ୟଶସ୍ବୀ ଜୟସ୍ବାଲ ଭାରତ ପକ୍ଷରୁ ଏହି କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା: ୧୫ ଅଗଷ୍ଟରେ ହେବ… ଶୁଣିକି ସରକାର ଛାନିଆ

ନୂଆଦିଲ୍ଲୀ, ୧୧।୮: କକ୍ରୋଚ ଜନତା ପାର୍ଟି (ସିଜେପି.) NEET ପେପର୍‌ ଲିକ୍‌ ବିରୋଧୀ ଆନ୍ଦୋଳନର ସଫଳତାରୁ ପ୍ରେରଣା ପାଇ ଏକ ନୂତନ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି।…

ଛାତ୍ରଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ଭାଜପାର ବଡ଼ ଘୋଷଣା: ଆଜି ବନ୍ଦ ରହିବ…

ନୂଆଦିଲ୍ଲୀ, ୧୧।୮: ଝାଡ଼ଖଣ୍ଡ ଆଜି ବନ୍ଦ ରହିବ, କାରଣ ଭାଜପା ପ୍ରଦର୍ଶନକାରୀ ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ ଅଶ୍ରୁଗ୍ୟାସ ଆକ୍ରମଣ କରାଯିବା ପ୍ରତିବାଦରେ ବନ୍ଦ ଆହୱାନ କରିଛି। ଏହି…

ସ୍ବାଧୀନତା ଦିବସ ପାଇଁ ତଦାରଖ କଲେ ବିଡିଓ: ଛାତ୍ରୀଛାତ୍ରଙ୍କ ପ୍ରତିଯୋଗିତା-ଚୟନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୧।୮(ଅରୁଣ ସହୁ):ଆସନ୍ତା ଶନିବାର ସ୍ବାଧୀନତା ଦିବସ ପାଳନ ହେବ। ଏଥିପାଇଁ ଚାରିଆଡେ ଏବେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ…

ବାଲିଘାଟରୁ ଶ୍ରମିକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ଚାଳକଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ

ଦେବଗଡ,୧୧ା୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବ୍ଲକ ସିଂହଶାଳ ଗ୍ରାମ ପଂଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର ଘଟଣାରେ ବାରକୋଟ ଥାନା ପୋଲିସ ଏକ ହତ୍ୟା ମାମଲା…

ଗଞ୍ଜାମ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ଉଦଘାଟନ ଫଳକରେ ନାହିଁ ଏମପିଙ୍କ ନାମ, ତେଜିଲା ଅସନ୍ତୋଷ

ଗଞ୍ଜାମ,୧୧।(ବିଦ୍ୟାଧର ସାହୁ ): ଗଞ୍ଜାମ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଉଦଘାଟନ ହୋଇଥିବା ନୂତନ ସମ୍ମିଳନୀ କକ୍ଷର ଫଳକରେ ବ୍ରହ୍ମପୁର ଏମପିଙ୍କ ନାମ ନଥିବା ନେଇ ଚର୍ଚ୍ଚା ଜୋର…

Ethanol Blended Diesel : ଇଥାନଲ ମିଶ୍ରିତ ଡିଜେଲ ସେପ୍ଟି ଟେଷ୍ଟରେ ଫେଲ; ସରକାର କହିଲେ…

ନୂଆଦିଲ୍ଲୀ,୧୧।୮: ପେଟ୍ରୋଲ ଭଳି ବ୍ୟବହାର କରିବାକୁ ଡିଜେଲରେ ଇଥାନଲ ମିଶ୍ରଣ କରିବାର ସରକାରଙ୍କ ଯୋଜନା ବିଫଳ ହୋଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ…

ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୁଷ୍ଟ: ସମସ୍ୟା ସମାଧାନ ନ କଲେ…

ମହାକାଳପଡ଼ା, ୧୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଗତ ୨ତାରିଖରୁ ଆରମ୍ଭ ହୋଇଛି। ହେଲେ ଚଳିତ ବର୍ଷ ଯେଉଁମାନଙ୍କ ନାମରେ ଆର୍‌ଓଆର୍‌ ବା…

ପ୍ରେମରେ ବିଫଳ ପରେ ପ୍ରେମିକର ଭୟଙ୍କର ଷଡ଼ଯନ୍ତ୍ର; ବରଘରକୁ ପଠାଇଲେ ଯୁବତୀଙ୍କ ଅଶ୍ଳୀଳ ଫଟୋ, ତାପରେ….

ଜମନକିରା,୧୧।୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କ ଭାଙ୍ଗିଯିବା ଓ ଅନ୍ୟତ୍ର ବାହାଘର ଠିକ୍‌ ହେବା ପରେ ପ୍ରତିଶୋଧ ପରାୟଣ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri