ବ୍ୟବସ୍ଥା ନ କରି କେବଳ ମିଛ

ସମ୍ବଲପୁର,୧୫ା୪(ବ୍ୟୁରୋ): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ-୧୯ ମେଡିକାଲ ନିର୍ମାଣ କରାଯାଉଛି। ଏଣୁ ଏଠାରେ ରୋଗୀ ସେବା ବନ୍ଦ କରି ଦିଆଯାଇଛି। ଅଇଁଠାପାଲି ଓ ଡା. ଜନାର୍ଦ୍ଦନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ରରେ ବିକଳ୍ପ ବ୍ୟବସ୍ଥା କରାଯାଇଛି ବୋଲି ଖୋଦ୍‌ ଜିଲା ପ୍ରଶାସନ ଓ ଜିଲା ସ୍ବାସ୍ଥ୍ୟ ବିଭାଗ କହୁଛି। ହେଲେ ଏହା ମିଛ ବୋଲି ପ୍ରମାଣିତ ହୋଇଛି। ବାସ୍ତବରେ ଉପରୋକ୍ତ ଦୁଇ ଜାଗାରେ ରୋଗୀସେବା ଠିକ୍‌ ଭାବେ ଆରମ୍ଭ ହୋଇ ନ ଥିବା ସ୍ପଷ୍ଟ ହୋଇଛି। ବୁଧବାର ହୀରାକୁଦ ଅଞ୍ଚଳର ଜଣେ ଗର୍ଭବତୀ ମହିଳା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ହଇରାଣ ହେବା ପରେ ପ୍ରଶାସନର ଏହି ମିଛ ଧରା ପଡିଛି। ତାଙ୍କୁ ଭିମସାର ନେବାକୁ ପରାମର୍ଶ ଦିଆଗଲା। ଯଦି ଅଇଁଠାପାଲି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଡା. ଜନାର୍ଦ୍ଦନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ରରେ ବିକଳ୍ପ ବ୍ୟବସ୍ଥା କରାଯାଇଛି ବୋଲି ଖୋଦ୍‌ ଜିଲା ପ୍ରଶାସନ ଓ ଜିଲା ସ୍ବାସ୍ଥ୍ୟ ବିଭାଗ କହୁଛି ତେବେ ଏହି ଦୁଇ ମେଡିକାଲକୁ ରୋଗୀକୁ ନ ପଠାଇ ବୁର୍ଲା ପଠାଯିବାର କାରଣ କ’ଣ ବୋଲି ପ୍ରଶ୍ନ ଉଠିଛି। ପ୍ରକାଶଯୋଗ୍ୟ, ଏପ୍ରିଲ ୧୭ ତାରିଖ ତାଙ୍କୁ ପ୍ରସବ ପାଇଁ ସମୟ ଦିଆଯାଇଥିଲା। ହେଲେ ଯନ୍ତ୍ରଣା ଆରମ୍ଭ ହେବାରୁ ସେ ଅଟୋରେ ଆଶା କର୍ମୀଙ୍କ ସହ ମେଡିକାଲ ଆସିଥିଲେ। ହେଲେ କୋଭିଡ ମେଡିକାଲ ପାଇଁ କାମ ଚାଳୁଥିବାରୁ ଏଠାରେ ଚିକିତ୍ସା ହୋଇ ପାରିବ ନାହିଁ ବୋଲି ଉପସ୍ଥିତ ସ୍ବାସ୍ଥ୍ୟ କର୍ମଚାରୀ କହିଥିଲେ। ପରେ ମେଡିକାଲର ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଆଶାକର୍ମୀ ଜଣକ ସମସ୍ୟା ଉପରେ ଅବଗତ କରିବାରୁ ବୁର୍ଲା ଭିମସାର ନେଇଯିବାକୁ ସମ୍ପୃକ୍ତ ଉଚ୍ଚ ଅଧିକାରୀ ଆଶାକର୍ମୀଙ୍କୁ ପରାମର୍ଶ ଦେଇଥିଲେ। ଏଣୁ ୧୦୨ ଆମ୍ବୁଲାନ୍ସରେ ରୋଗୀଙ୍କୁ ବୁର୍ଲା ନିଆଯାଇଥିଲା। ରୋଗୀଙ୍କ ପରିବାର ବର୍ଗଙ୍କ ଅଭିଯୋଗ କ୍ରମେ ଯଦି ଏଠାରେ ଚିକିତ୍ସା ବନ୍ଦ ହୋଇଯାଇଛି ତାହା ହେଲେ ଲୋକମାନେ ଜାଣିବା କଥା। ଏ ନେଇ ସର୍ବସାଧାରଣରେ ଅବଗତ ମଧ୍ୟ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ: ପର୍ଯ୍ୟଟକଙ୍କ ମଧ୍ୟରେ ଆନନ୍ଦ

ରାଜନଗର, ୧ା୮(ଭାସ୍କର ରାଉତରାୟ):ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ଧରି ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ତାରିଖ ଶନିବାର ଖୋଲାଯିବ।…

ପାଟଶାଢ଼ିରେ ସମ୍ବଲପୁରୀ ଦିନ୍‌: ଚର୍ଚ୍ଚାରେ ହେମାଞ୍ଚଳ

ସୋନପୁର,୧।୮(ମୃତ୍ୟୁଞ୍ଜୟ ଶତପଥୀ):ସୂକ୍ଷ୍ମ କାରିଗରି ପାଇଁ ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ଦେଶ ବିଦେଶରେ ସୁନାମ ରହିଛି। ସେମିତି ଜଣେ ଯୁବ ବୁଣାକାର ହେଲେ ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମର…

ପିଏମ ମୋଦିଙ୍କ ନୂଆ ଭିଡିଓ ବାର୍ତ୍ତା: କହିଲେ-ମୋତେ ଗାଳି ଦେଇଥିବା ପିଲାମାନଙ୍କୁ…

ନୂଆଦିଲ୍ଲୀ,୧।୮: ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅନେକ ପିଲା ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ, ଯେଉଁଥିପାଇଁ ସେମାନେ ଭାଜପା ସମର୍ଥକଙ୍କ ଟାର୍ଗେଟକୁ…

ଗାଧୋଇବା ବେଳେ ହଠାତ ବଢ଼ିଗଲା ପାଣିର ସ୍ରୋତ, ବୁଡ଼ିଯାଉଥିବା ବେଳେ ୨ ଜଣଙ୍କୁ…

କେନ୍ଦୁଝର, ୩୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାସ୍ଥିତ କାନପୁର ବୃହତ ଜଳସେଚନ ପ୍ରକଳ୍ପ କେନାଲରେ ଗାଧୋଇବା ସମୟରେ ପ୍ରବଳ ସ୍ରୋତରେ ଭାସି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ…

ସାଙ୍ଗମାନଙ୍କ ସହ ଶୋଇଥିଲେ, ସାପ କାମୁଡ଼ାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ଅଞ୍ଚଳରେ…

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତର ବାର୍ଷିକୋଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାପ…

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri