Posted inଫୁରସତ

ବ୍ୟକ୍ତିତ୍ୱ: ସମାଜ ସଚେତକ ସ୍ରଷ୍ଟା ମୁଲକ ରାଜ ଆନନ୍ଦ

କେବଳ ଏହି ଗୋଟିଏ ଉପନ୍ୟାସ ନୁହେଁ; ସେ ତାଙ୍କ ପ୍ରତ୍ୟେକ ରଚନାରେ ସମାଜର ଅବ୍ୟବସ୍ଥାକୁ ଆଗକୁ ଆଣିଛନ୍ତି। ସେଥିଲାଗି ଯଥାର୍ଥରେ ତାଙ୍କୁ ଜଣେ ସମାଜ ସଚେତକ ସ୍ରଷ୍ଟା ବୋଲି କୁହାଯାଇଥାଏ।
ଆମର ସମାଜ ଏବେ ସୁଦ୍ଧା ଜଟିଳ ଗଣିତ ହୋଇ ରହିଛି। ଏଠି କିଛି ଲୋକ ଧନ ସମ୍ପତ୍ତିରେ ବୁଡ଼ି ରହିଥିବା ବେଳେ ଆଉ କିଛି ଲୋକ ମୁଠାଏ ଖାଇବା ପାଇଁ ଡହଳ ବିକଳ ହୋଇଥାନ୍ତି। ଠିକ୍‌ ଯେମିତି ମୁଲକ ରାଜ ଆନନ୍ଦଙ୍କ ଉପନ୍ୟାସ ‘ଟୁ ଲିଭ୍ସ ଆଣ୍ଡ ଏ ବଡ୍‌’ର ନାୟକ ଗଙ୍ଗୁ। ଗଙ୍ଗୁ ଜଣେ ଗରିବ ଭୂମିହୀନ ଚାଷୀ। ସ୍ତ୍ରୀ ସଜନୀ, ଝିଅ ଲୈଲା ଓ ପୁଅ ବୁଧୁକୁ ନେଇ ସଂସାର। ଦିନକୁ ଦୁଇଓଳି ପିଲାଙ୍କୁ ଖାଇବାକୁ ଦେଇପାରେନା। ତେଣୁ ସେ ଦିନେ ନିଜର ପିଲାଛୁଆଙ୍କୁ ଧରି ଆସାମ ଚାଲିଯାଏ। ଉଦ୍ଦେଶ୍ୟ ଚା’ ବଗିଚାରେ କାମ କରିବ। ପିଲାଙ୍କୁ ମଣିଷ କରିବ। ମାତ୍ର ଆସାମରେ ପହଞ୍ଚତ୍ବା ପରେ ଗଙ୍ଗୁର ସ୍ବପ୍ନ ଭାଙ୍ଗିଯାଏ। ସେ ଜାଣେ ଯେ, ସେ ଫଶି ଯାଇଛି। ସେଠାରେ ଲୋକମାନଙ୍କୁ କ୍ରୀତଦାସ କରି ରଖାଯାଉଛି। ମାଲିକମାନେ ମଜଦୂରମାନଙ୍କୁ ପୋକ ମାଛିଠୁ ବି ହୀନ ମଣୁଛନ୍ତି। ମାତ୍ର ଆଉ କିଛି ଉପାୟ ନଥାଏ ଗଙ୍ଗୁର। ସେ ଆଉ ଫେରିପାରେନା। କର୍ମ ଆଦରି ରହେ। ମାତ୍ର ସେତିକିରେ ତା’ର ଦୁଃଖ ସରେନା। ସ୍ତ୍ରୀ ସଜନୀ ଓ ଝିଅ ଲୈଲାଙ୍କୁ ବଳାତ୍କାର କରାଯାଏ।

ଏମିତି ଏକ ରୁଗ୍‌ଣ ସମାଜର ଛବି ଦେଖିବାକୁ ମିଳେ ମୁଲକ ରାଜ ଆନନ୍ଦଙ୍କ ଉପନ୍ୟାସରେ। କେବଳ ଏହି ଗୋଟିଏ ଉପନ୍ୟାସ ନୁହେଁ; ସେ ତାଙ୍କ ପ୍ରତ୍ୟେକ ରଚନାରେ ସମାଜର ଅବ୍ୟବସ୍ଥାକୁ ଆଗକୁ ଆଣିଛନ୍ତି। ସେଥିଲାଗି ଯଥାର୍ଥରେ ତାଙ୍କୁ ଜଣେ ସମାଜ ସଚେତକ ସ୍ରଷ୍ଟା ବୋଲି କୁହାଯାଇଥାଏ।

ଦାରିଦ୍ର୍ୟ ପୀଡ଼ିତ ସମାଜର ପ୍ରତିନିଧି : ଏହି ସ୍ରଷ୍ଟା ହେଉଛନ୍ତି ଏକ ପୀଡ଼ିତ ସମାଜର ସାର୍ଥକ ପ୍ରତିନିଧି। ଦାରିଦ୍ର୍ୟରେ ଦଳିତ ସମାଜର ଦୁର୍ଦ୍ଦଶାକୁ ସେ ବେଶ୍‌ ମାର୍ମିକ ଭାବରେ ବର୍ଣ୍ଣନା କରିଛନ୍ତି। ତାଙ୍କ ରଚନାର ଆବେଦନ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱକୁ ପ୍ରସାରିତ ହୋଇଛି। ସମ୍ପ୍ରତି ଭାରତୀୟ ଇଂରାଜୀ ସାହିତି୍ୟକମାନଙ୍କୁ ଯେଉଁ ଅନ୍ତଃରାଷ୍ଟ୍ରିୟ ସମ୍ମାନ ଓ ମର୍ଯ୍ୟାଦା ପ୍ରାପ୍ତ ହେଉଛି ତା’ ପଛରେ ରହିଛି ମୁଲ୍‌କ ରାଜ୍‌ ଆନନ୍ଦଙ୍କର ଏକ ଗରୁତ୍ୱପୂର୍ଣ୍ଣ ଅବଦାନ। ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ‘ପଦ୍ମ ଭୂଷଣ’ ସମ୍ମାନ ପ୍ରଦାନ କରାଯାଇଛି।
ଭାରତରୁ ଜେନିଭା : ଏକ ପରାଧୀନ ରାଷ୍ଟ୍ରରେ ମୁଲ୍‌କ ଜନ୍ମ ହୋଇଥିଲେ। ୧୯୦୫, ଡିସେମ୍ବର ୧୨ ହେଉଛି ତାଙ୍କର ଜନ୍ମଦିନ। ଅମୃତସରର ଖାଲ୍‌ସା କଲେଜ୍‌ରେ ସେ ଶିକ୍ଷା ଲାଭ କରିଥିଲେ। ତା’ପରେ ଗଲେ ଇଂଲଣ୍ଡ। ଲଣ୍ଡନ୍‌ର ୟୁନିଭର୍ସିଟି କଲେଜରେ ସେ ଉଚ୍ଚଶିକ୍ଷା ହାସଲ କଲେ। କ୍ୟାମ୍ବ୍ରିଜ୍‌ ୟୁନିଭର୍ସିଟିରୁ ଡକ୍ଟର ଡିଗ୍ରୀ ହାସଲ କରି ତତ୍କାଳୀନ ଶିକ୍ଷିତ ସମାଜରେ ନିଜ ପାଇଁ ଏକ ସ୍ଥାନ ତିଆରି କରିଥିଲେ। ଜେନିଭାରେ ସେ ତାଙ୍କ ଜୀବନର ବହୁଳାଂଶ ବିତାଇଥିଲେ। ସେଠାକାର ଲିଗ୍‌ ଅଫ୍‌ ନେସନ୍‌ସ ସ୍କୁଲ୍‌ ଅଫ୍‌ ଇଣ୍ଟେଲେକ୍‌ଚୁଆଲ କୋଅପରେସନ୍‌ରେ ଅଧ୍ୟାପକ ଭାବରେ କାର୍ଯ୍ୟ କରି ନିଜର କର୍ମକୁଶଳତାର ପରିଚୟ ଦେଇଥିଲେ।

ସମାଜ ସଂସ୍କାରକ : ସମାଜକୁ ଘୃଣା କରୁ ନଥିଲେ ମୁଲ୍‌କ। ବରଂ ସମାଜରେ ପ୍ରଚଳିତ ନୀତି, ନିୟମକୁ ସେ ବିରୋଧ କରୁଥିଲେ। ସେ କହୁଥିଲେ ଯେ, ସମାଜ ହିଁ ମଣିଷକୁ ଭାଗଭାଗ କରି ବାଣ୍ଟିଦେଇଛି। ଉଚ୍ଚଜାତି ନିଚ୍ଚଜାତି ହେଉ କି ଧନୀ ଗରିବ – ସବୁ ଏଇ ସମାଜର କଲାକର୍ମ। ତେଣୁ ସମାଜକୁ ବଦଳେଇବା ଦରକାର। ବିଶେଷକରି, ଭାରତର ଋଢ଼ୀବାଦୀ ସମାଜକୁ ସେ ଆଦୌ ବରଦାସ୍ତ କରିପାରୁ ନ ଥିଲେ। ଏହି ବିଦ୍ରୋହରୁ ଆରମ୍ଭ ହେଲା ତାଙ୍କର ସାହିତ୍ୟ ଯାତ୍ରା।

ଅନ୍‌ଟଚେବଲ : ସାମାଜିକ କୁସଂସ୍କାରର ଶିକାର ହୋଇ ଯେତେବେଳେ ତାଙ୍କର ଜଣେ ଘନିଷ୍ଠ ଆତ୍ମୀୟ ସୁଇସାଇଡ୍‌ କଲେ ସେତେବେଳେ ସତେ ଯେମିତି ଆଖି ଖୋଲିଗଲା ଏହି ସ୍ରଷ୍ଟାଙ୍କର। ଭିନ୍ନ ସମ୍ପ୍ରଦାୟର ଜଣେ ବ୍ୟକ୍ତି ସହିତ ବନ୍ଧୁତ୍ୱ ସ୍ଥାପନ କରିଥିବା ତାଙ୍କର ଆତ୍ମୀୟଙ୍କୁ ସମାଜରେ ନିନ୍ଦିତ ହେବାକୁ ପଡିଲା। ଫଳରେ ସେ ନିଜ ଜୀବନ ହରେଇଦେଲେ। ଏହା ମୁଲ୍‌କଙ୍କ ଛାତିରେ ଗଭୀର ଆଘାତ ଦେଇଥିଲା। ସେ ସମାଜର ଛୁଅଁା ଅଛୁଅଁା ଭେଦଭାବକୁ ନେଇ ଲେଖିଥିଲେ ତାଙ୍କର ପ୍ରଥମ ଉପନ୍ୟାସ ‘ଅନ୍‌ଟଚେବଲ’। ଏହି ଉପନ୍ୟାସ ହିଁ ତାଙ୍କୁ ଆଣିଦେଲା ଖ୍ୟାତି। କେବଳ ଭାରତରେ ନୁହେଁ; ସମଗ୍ର ବିଶ୍ୱରେ ସେ ଜଣେ ପ୍ରଖର ଅନୁଭୂତି ସମ୍ପନ୍ନ ଲେଖକ ଭାବରେ ମର୍ଯ୍ୟାଦା ହାସଲ କଲେ।

ବ୍ରିଟିଶ୍‌ ଅଭିନେତ୍ରୀ କ୍ୟାଥଲିନ୍‌ ଗେଲଡରଙ୍କ ସହିତ ପ୍ରେମ ସମ୍ପର୍କରେ ସମ୍ବନ୍ଧିତ ଥିଲେ ଏହି ସ୍ରଷ୍ଟା। ପ୍ରେମ ବିବାହକୁ ରୂପ ନେଇଥିଲା। ୧୯୩୯ରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସୁଶୀଲା ନାମ୍ନୀ ଗୋଟିଏ ଝିଅ ତାଙ୍କ ନିକଟରୁ ଜନ୍ମ ନେଇଥିଲା। ତେବେ ଏହି ବିବାହ କିଛି ଦିନ ପରେ ବିଚ୍ଛେଦର ରୂପ ନେଇଥିଲା। ୧୯୪୮ରେ ସେମାନେ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ। ୨୦୦୪ ମସିହା ସେପ୍ଟେମ୍ବର ୨୮ ତାରିଖରେ ଏହି ସ୍ରଷ୍ଟା ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri