Posted inଖେଳ

ବ୍ୟକ୍ତିଗତ ଟିପ୍ପଣୀ ଦେଇ ଷ୍ଟୋଇନିସ୍‌ ଦଣ୍ଡିତ

ସିଡନୀ,୫।୧(ଏଏଫ୍‌ପି): ଅଷ୍ଟ୍ରେଲିଆ ତାରକା ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ସାଥି ଖେଳାଳିଙ୍କୁ ବ୍ୟକ୍ତିଗତ ଟିପ୍ପଣୀ ଦେଇ ଜରିମାନାର ସମ୍ମୁଖୀନ ହୋଇଛନ୍ତି। ବିଗ୍‌ ବାସ୍‌ ଟି୨୦ ଲିଗ୍‌ରେ ଶନିବାର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଏକ ମ୍ୟାଚ୍‌ ଖେଳିବା ଅବସରରେ ସେ ଅନ୍ୟତମ ଅଷ୍ଟ୍ରେଲିଆ ଖେଳାଳି କେନ୍‌ ରିଚାର୍ଡସନଙ୍କୁ ଆକ୍ଷେପ କରି ବ୍ୟକ୍ତିଗତ ଟିପ୍ପଣୀ ଦେଇଥିବାରୁ କ୍ରିକେଟ ଅଷ୍ଟ୍ରେଲିଆର ଆଚରଣ ବିଧିର ଉଲ୍ଲଂଘନ କରିଛନ୍ତି। ଫଳରେ ତାଙ୍କ ଉପରେ ୫,୨୦୦ ଆମେରିକୀୟ ଡଲାର ଜରିମାନା ଧାର୍ଯ୍ୟ କରାଯାଇଛି। ମେଲବୋର୍ନ ଷ୍ଟାର୍ସ ତରଫରୁ ଖେଳୁଥିବା ଷ୍ଟୋଇନିସ୍‌ ନିଜ ଭୁଲ ସ୍ବୀକାର କରିଛନ୍ତି ଓ ଏଥିପାଇଁ କ୍ଷମା ମଧ୍ୟ ମାଗିଛନ୍ତି। ଆକ୍ଷେପ କରିବା ପରେ ଭୁଲ କରିଛି ବୋଲି ଜାଣିପାରିଥିଲି ଓ ସଙ୍ଗେସଙ୍ଗେ ରିଚାର୍ଡସନ ଓ ଫିଲ୍ଡ ଅମ୍ପାରଙ୍କୁ କ୍ଷମା ମାଗିଥିଲି ବୋଲି ଷ୍ଟୋଇନିସ କହିଛନ୍ତି। ଉଲ୍ଲେଖଥାଉ କି, ଚଳିତ ବର୍ଷ ବିଗ୍‌ ବାସ ଲିଗ୍‌ରେ ଷ୍ଟୋଇନିସ ସର୍ବାଧିକ ୨୮୧ ରନ ସଂଗ୍ରହ କରିଛନ୍ତି। କିନ୍ତୁ ସେ ଭାରତ ଗସ୍ତ ପାଇଁ ଘୋଷିତ ଦିନିକିଆ ଦଳରୁ ବାଦ୍‌ ପଡିଛନ୍ତି। ତେବେ ରିଚାର୍ଡସନ ଏହି ଦଳରେ ସ୍ଥାନ ପାଇଛନ୍ତି।
ପୂର୍ବରୁ ୬ ସପ୍ତାହ ତଳେ ଦ୍ରୁତ ବୋଲର ଜେମ୍ସ ପାଟିନସନ ଏକ ସେଫିଲ୍ଡ ସିଲ୍ଡ ମ୍ୟାଚ୍‌ ଖେଳିବା ଅବସରରେ ପ୍ରତିପକ୍ଷ ଖେଳାଳିଙ୍କୁ ଗାଳି ଦେଇ ଗୋଟିଏ ଟେଷ୍ଟରୁ ବାସନ୍ଦ ହୋଇଥିଲେ। ଫଳରେ ନଭେମ୍ବରରେ ସେ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିପାରି ନ ଥିଲେ। ୧୨ ମାସ ମଧ୍ୟରେ ସେ ତୃତୀୟ ଥର ପାଇଁ ଏପରି ଭୁଲ କରିଥିଲେ। କ୍ରିକେଟରେ ଏଭଳି ଆଚରଣ ଗ୍ରହଣୀୟ ନୁହଁ ଓ ଏ ନେଇ ଆମେ ଉଚିତ୍‌ ପଦକ୍ଷେପ ନେଇଛୁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ହେଡ୍‌ ଅଫ୍‌ ଇଣ୍ଟିଗ୍ରିଟି ଓ ସିକ୍ୟୁରିଟି ମୁଖ୍ୟ ସିନ କାରୋଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri