Posted inଖେଳ

ବ୍ରୋଞ୍ଜ ପଦକ ପାଇଁ ଲଢିବ ଭାରତୀୟ କମ୍ପାଉଣ୍ଡ ଟିମ୍‌

ଆଣ୍ଟାଲ୍ୟା (ତୁର୍କୀ), ୨୪ା୫ (ପି.ଟି.)-ଭାରତୀୟ ପୁରୁଷ ଓ ମହିଳା କମ୍ପାଉଣ୍ଡ ଟିମ୍‌ ଏଠାରେ ଚାଲିଥିବା ଆର୍ଚେରୀ ଓ୍ବାଲର୍‌ଡ କପ୍‌ ଷ୍ଟେଜ୍‌-୩ ବ୍ରୋଞ୍ଜ୍‌ ପଦକ ପ୍ଲେ-ଅଫ୍‌ରେ ପ୍ରବେଶ କରିଥିବା ବେଳେ ଭାରତର ଉଭୟ ପୁରୁଷ ଓ ମହିଳା ରିକର୍ଭ ଦଳ ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ରଜତ ଚୌହାନ, ଅଭିଶେକ ବର୍ମା ଏବଂ ଅମନ ସଇନିଙ୍କୁ ନେଇ ପୁରୁଷ କମ୍ପାଉଣ୍ଡ ଦଳ କ୍ୱାର୍ଟରଫାଇନାଲରେ ଫ୍ରେଞ୍ଚ୍‌ ଦଳକୁ ପରାସ୍ତ କରିଥିଲେ। ମାତ୍ର ସେମିଫାଇନାଲରେ ତୁର୍କୀଠାରୁ ୨୩୩-୨୩୪ରେ ପରାସ୍ତ ହେବା ଦ୍ୱାରା ରୁଷିଆ ବିପକ୍ଷରେ ବ୍ରୋଞ୍ଜ୍‌ ପଦକ ପ୍ଲେ-ଅଫ୍‌ ଖେଳିବ। ଜ୍ୟୋତି ସୁରେଖା ଭେନମ, ସ୍ବାତୀ ଦୁଧ୍ୱାଲ ଏବଂ ମୁସ୍କାନ କିରାରଙ୍କୁ ନେଇ ମହିଳା ଦଳ ରୁଷିଆ ବିପକ୍ଷ ସେମିଫାଇନାଲ ହାରିବା ପରେ ବ୍ରୋଞ୍ଜ ପଦକ ପ୍ଲେ-ଅଫ୍‌ରେ ସେମାନେ ଗ୍ରେଟ୍‌ ବ୍ରିଟେନକୁ ଭେଟିବେ। ଭାରତର ଉଭୟ ପୁରୁଷ ଓ ମହିଳା ରିକର୍ଭ ଟିମ୍‌କୁ ମଧ୍ୟ ସମଦଶା ଭୋଗିବାକୁ ପଡ଼ିଛି। ତରୁଣଦୀପ ରାୟ, ଅତନୁ ଦାସ ଓ ପ୍ରବୀଣ ଯାଦବଙ୍କୁ ନେଇ ପୁରୁଷ ଦଳ ଇଟାଲୀ ବିପକ୍ଷ ଶୁଟ୍‌-ଅଫ୍‌ ୨୭-୨୯ରେ ପରାଜିତ ହୋଇଯାଇଥିଲେ। ସେହିପରି ମହିଳା ରିକର୍ଭ ବିଭାଗରେ ଦୀପିକା କୁମାରୀ, ବୋମ୍ବାଲ୍ୟା ଦେବୀ ଲାଇଶ୍ରାମ ଏବଂ କୋମଳିକା ବାରିଙ୍କୁ ନେଇ ଭାରତୀୟ ଦଳ ୨୬-୨୯ ବ୍ୟବଧାନରେ ଜର୍ମାନୀ ଦଳଠାରୁ ହାରିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ…

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri