ବ୍ରିଟେନକୁ ବ୍ୟାପିଲା ବର୍ଣ୍ଣବୈଷମ୍ୟ ବିକ୍ଷୋଭ: ଆମେରିକାର ୪୦ ସହରରେ କର୍ଫ୍ୟୁ,ବଙ୍କରରେ ଲୁଚିଲେ ଟ୍ରମ୍ପ୍‌

ଲଣ୍ଡନ,୨ା୬: ଆମେରିକାରେ ଜର୍ଜ ଫ୍ଲୋୟଡ୍‌ ନାମକ ଜଣେ କୃଷ୍ଣକାୟଙ୍କର ପୋଲିସ ନିର୍ଯାତନାରେ ମୃତ୍ୟୁ ପରେ ଦେଶରେ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ପୋଲିସ ବର୍ବରତା ବିରୋଧରେ ଆମେରିକାର ମିନିଆପଲିସ ସହରରେ ଆରମ୍ଭ ହୋଇଥିତ୍ବା ଆନ୍ଦୋଳନର ନିଆଁ ସାରା ଆମେରିକାକୁ ବ୍ୟାପିବା ପରେ ଏବେ ବ୍ରିଟେନରେ ପହଞ୍ଚତ୍ଛି। କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରତିବାଦରେ ଦକ୍ଷିଣ ଲଣ୍ଡନସ୍ଥିତ ଆମେରିକା ଦୂତାବାସ ସମ୍ମୁଖରେ ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସର ଆଣ୍ଠୁ ଚାପାରେ ପ୍ରାଣ ହରାଇଥିବା ଜର୍ଜ ଫ୍ଲୋୟଡଙ୍କୁ ନ୍ୟାୟ ଦାବିରେ ସେମାନେ ଟ୍ରାଫଲଗର ସ୍କୋୟାରରୁ ଶୋଭାଯାତ୍ରାରେ ଆମେରିକା ଦୂତାବାସ ପର୍ଯ୍ୟନ୍ତ ଯାଇଥିଲେ। ଏହାବ୍ୟତୀତ ମଞ୍ଚେଷ୍ଟର ସହର ଏବଂ କାର୍‌ଡିଫ୍‌ରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବର୍ଣ୍ଣବୈଷମ୍ୟବାଦର କୌଣସି ସ୍ଥାନ ନାହିଁ ବୋଲି ଆନ୍ଦୋଳନକାରୀମାନେ ସ୍ଲୋଗାନ ଦେଇଥିଲେ। ବିକ୍ଷୋଭ ବେଳେ କୋଭିଡ୍‌-୧୯ କଟକଣା ଉଲ୍ଲଂଘନ ଏବଂ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ଦୂତାବାସ ନିକଟରୁ ୫ ଜଣଙ୍କୁ ଗିରଫ କରାଯାଇଛି।

ପୋଲିସ ହାଜତରେ କୃଷ୍ଣକାୟଙ୍କୁ ହତ୍ୟା ପ୍ରତିବାଦରେ ଆମେରିକାରେ ବର୍ଣ୍ଣବୈଷମ୍ୟ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚତ୍ଥିବାବେଳେ ବିଭିନ୍ନ ସ୍ଥାନରେ ଏହା ହିଂସାର ରୂପ ନେଇଛି। ଏହି ବିକ୍ଷୋଭରେ ୫ ଜଣଙ୍କ ଜୀବନ ଗଲାଣି। ଆମେରିକା ପୋଲିସ ୨୫୦୦ରୁ ଅଧିକ ଲୋକଙ୍କୁ ଗିରଫ କରିବା ସହ ପାଖାପାଖି ୪୦ ସହରରେ କର୍ଫ୍ୟୁ ଜାରି କରିଛି। ଆମେରିକାରେ ବହୁ ଦଶନ୍ଧି ମଧ୍ୟରେ ଏହା ସବୁଠୁ ହିଂସାତ୍ମକ ଆନ୍ଦୋଳନ ବୋଲି କୁହାଯାଉଛି। ଆମେରିକାର ୧୪୦ ସହରକୁ ଆନ୍ଦୋଳନ ବ୍ୟାପିଲାଣି। କେତେକ ସ୍ଥାନରେ ହିଂସାକାଣ୍ଡ ଲାଗି ରହିଥିବାରୁ ୨୦ଟି ରାଜ୍ୟରେ ନ୍ୟାଶନାଲ ଗାର୍ଡଙ୍କୁ ମୁତୟନ କରାଯାଇଛି। ଲସ୍‌ ଏଞ୍ଜେଲସ୍‌ରୁ ସର୍ବାଧିକ ଲୋକଙ୍କୁ ଗିରଫ କରାଯାଇଛି। ମିନେସୋଟାର ମିନିଆପଲିସ୍‌ରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ସାରା ଦେଶକୁ ଗ୍ରାସ କରିସାରିଲାଣି। ବୋଷ୍ଟନରେ ବିକ୍ଷୋଭକାରୀ ପୋଲିସ ଗାଡ଼ିକୁ ଜାଳିଦେଇଛନ୍ତି। ଫିଲାଡେଲଫିଆରେ ଦଙ୍ଗାକାରୀଙ୍କୁ ଘଉଡାଇବାକୁ ଯାଇ ପୋଲିସ ପିପର ସ୍ପ୍ରେ କରିଛି। ନ୍ୟୁୟର୍କରେ ବିକ୍ଷୋଭକାରୀ ବ୍ରୁକଲିନରୁ ଓ୍ବିଲିୟମ୍ସବର୍ଗ ବ୍ରିଜ୍‌ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ମାନହାଟ୍ଟାନ ବ୍ରିଜ୍‌ରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ୟୁନିୟନ ସ୍କୋୟାରରେ ପୋଡ଼ାଜଳା ଯୋଗୁ ଆତଙ୍କ ସୃଷ୍ଟି ହୋଇଥିଲା। ୧୯୬୮ ପରେ ପ୍ରଥମ ଥର ଲାଗି ଏତେ ସଂଖ୍ୟାରେ ସ୍ଥାନୀୟ ନେତା ଏକସଙ୍ଗେ ଆନ୍ଦୋଳନରେ ସାମିଲ ହୋଇଥିବା ଜଣାପଡ଼ିଛି।
ହ୍ବାଇଟ ହାଉସ ପାଖରେ ନିଆଁ ଜଳିଲା
ହ୍ବାଇଟ ହାଉସ୍‌ ନିକଟରେ ୩ ରାତି ଧରି ବିକ୍ଷୋଭ ଲାଗି ରହିଥିବାବେଳେ ଉତ୍ତ୍ୟକ୍ତ ଲୋକେ ନିଆଁ ଜାଳିଛନ୍ତି। କର୍ଫ୍ୟୁ ଘୋଷଣା ପୂର୍ବରୁ ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ହ୍ବାଇଟ ହାଉସ ନିକଟରୁ ପଳାଇଯାଇ ବିକ୍ଷୋଭକାରୀମାନେ ଏଚ୍‌ ଷ୍ଟ୍ରିଟ୍‌ ମଧ୍ୟଭାଗରେ ନିଆଁ ଜାଳିଥିଲେ। ରାସ୍ତାରେ ଥିବା ପ୍ଲାଷ୍ଟିକ୍‌ ବ୍ୟାରିୟର ସହ ପାଖ ବିଲ୍ଡିଂଗୁଡ଼ିକରେ ଥିବା ଆମେରିକୀୟ ପତାକାକୁ ମଧ୍ୟ ସେମାନେ ଜାଳିଦେଇଥିଲେ। ଏହି ନିଆଁରେ ଲାଫୟେଟ ପାର୍କର ଉତ୍ତର ପାର୍ଶ୍ୱରେ ଥିବା ବାଥରୁମ୍‌ ଓ ମେଣ୍ଟେନାନ୍ସ ଅଫିସ ଜଳିଯାଇଛି।

ବଙ୍କରରେ ଲୁଚିଲେ ଟ୍ରମ୍ପ୍‌
ଗତ ଶୁକ୍ରବାର ରାତିରେ ହଜାର ହଜାର ବିକ୍ଷୋଭକାରୀ ହ୍ବାଇଟ ହାଉସ୍‌କୁ ଚାରିପଟୁ ଘେରି ବିକ୍ଷୋଭ କରିବା ଫଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭୟଭୀତ ହୋଇଯାଇଥିଲେ। ସୁରକ୍ଷା କର୍ମୀମାନେ ତାଙ୍କୁ କିଛିସମୟ ପାଇଁ ହ୍ବାଇଟ ହାଉସ୍‌ରେ ଥିବା ଅଣ୍ଡରଗ୍ରାଉଣ୍ଡ ବଙ୍କର ମଧ୍ୟକୁ ନେଇଯାଇଥିଲେ। ପାଖାପାଖି ଘଣ୍ଟାଏ ଉକ୍ତ ବଙ୍କରରେ ରହିବା ପରେ ଟ୍ରମ୍ପ୍‌ଙ୍କୁ ଉପର ମହଲାକୁ ଅଣାଯାଇଥିଲା। ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ସିକ୍ରେଟ ସର୍ଭିସ ଏବଂ ୟୁନାଇଟେଡ ଷ୍ଟେଟ୍‌ ପାର୍କ ପୋଲିସ ଅଫିସରଙ୍କୁ ଡକାଯାଇଥିଲା। ତେବେ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ୍‌ ଓ ପୁଅ ବାରୋନ ଟ୍ରମ୍ପ୍‌ ବଙ୍କର ମଧ୍ୟକୁ ଯାଇଥିଲେ କି ନାହିଁ ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri