ବ୍ରାଣ୍ଡ୍‌ ଓଡ଼ିଶାର ପ୍ରସାର ପାଇଁ ନୂଆ ଅଭିଯାନ:ଓଡ଼ିଶା ନୁହେଁ…ଓଡ଼ିଶା ଆଃ

ଭୁବନେଶ୍ୱର,୨୦-୯(ବ୍ୟୁରୋ):ପ୍ରଥମେ ‘ଓଡ଼ିଶା ବାଇ ମର୍ର୍ନିଂ, ହକି ବାଇ ଇଭିନିଂ’। ଆଉ ଏବେ ‘ଓଡ଼ିଶା ଆଃ’। ରାଜ୍ୟ ଏବଂ ଦେଶ ବାହାରେ ବ୍ରାଣ୍ଡ୍‌ ଓଡ଼ିଶାର ପ୍ରମୋଶନ ପାଇଁ ଜୋରଦାର ଉଦ୍ୟମ ଚଳାଇଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଓଡ଼ିଶାକୁ ଭାରତର ଏକ ପ୍ରମୁଖ ପର୍ଯ୍ୟଟନ ହବ୍‌ରେ ପରିଣତ କରିବାକୁ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଆରମ୍ଭ ହୋଇଛି ନୂଆ କ୍ୟାମ୍ପେନ୍‌ ‘ଓଡ଼ିଶା ଆଃ’। ଏକ ଅଭିନବ ଢଙ୍ଗରେ ଡିଜାଇନ୍‌ ହୋଇଥିବା ଏହି କ୍ୟାମ୍ପେନ୍‌ ଏବେ ଦିଲ୍ଲୀ ଏବଂ ବମ୍ବେର ମେଟ୍ରୋ ଷ୍ଟେଶନ ଏବଂ ବିମାନ ବନ୍ଦରରେ ଦେଖିବାକୁ ମିଳୁଛି।
୨୦୧୮ରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ପୁରୁଷ ହକି ବିଶ୍ୱକପ୍‌ରେ ଓଡ଼ିଶାକୁ ଦେଶ ଓ ବିଦେଶରେ କ୍ରୀଡ଼ା ରାଜଧାନୀଭାବେ ଦର୍ଶାଯାଇଥିଲା। କ୍ରୀଡ଼ା ସହ ପର୍ଯ୍ୟଟନକୁ ଯୋଡ଼ି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ନୂଆ ନୂଆ କ୍ୟାମ୍ପେନ୍‌ ଆରମ୍ଭ କରିଥିଲେ। ‘ଓଡ଼ିଶା-ବେଷ୍ଟ୍‌ କେପ୍ଟ ସିକ୍ରେଟ୍‌’ ପରେ ‘ଓଡ଼ିଶା ବାଇ ମର୍ର୍ନିିଂ, ହକି ବାଇ ଇଭିନିଂ’ କ୍ୟାମ୍ପେନ୍‌ ଆରମ୍ଭ ହୋଇଥିଲା, ଯାହାକି ଦେଶ ବାହାରେ ବିଶେଷଭାବେ ଆଦୃତ ହୋଇଥିଲା। ଏହି ‘ଓଡ଼ିଶା ବାଇ ମର୍ନିଂ, ହକି ବାଇ ଇଭିନିଂ’ କ୍ୟାମ୍ପେନ୍‌ର ଡିଜାଇନ୍‌ କରିଥିବା ଏସ୍‌ଡିବି କ୍ରିଏଶନ୍‌ର ପ୍ରତିଷ୍ଠାତା ତଥା କ୍ରିଏଟିଭ୍‌ ଡିରେକ୍ଟର ସଚିନ ଦାସ ବର୍ମା ଏହି ନୂଆ କ୍ୟାମ୍ପେନ୍‌ ‘ଓଡ଼ିଶା ଆଃ’ର ମଧ୍ୟ ଡିଜାଇନ୍‌ କରିଛନ୍ତି। ନିକଟରେ ଦିଲ୍ଲୀ ଏବଂ ମୁମ୍ବାଇ ବିମାନ ବନ୍ଦରରେ ଏହି ନୂଆ କ୍ୟାମ୍ପେନ୍‌ ଲୋକର୍ପିତ ହୋଇଥିବାବେଳେ ମୁମ୍ବାଇ ମେଟ୍ରୋରେ ମଧ୍ୟ ଦେଖିବାକୁ ମିଳିଛି। ତେବେ ଧୀରେ ଧୀରେ ଏହାକୁ ଦେଶ ଏବଂ ଦେଶ ବାହାରର ପ୍ରମୁଖ ଏୟାରପୋର୍ଟରେ ପ୍ରଦର୍ଶନ କରାଯିବ। ଏହାସହ ଖବରକାଗଜ, ଇଲେକ୍ଟ୍ରୋନିକ୍‌ ଏବଂ ଡିଜିଟାଲ ମିଡ଼ିଆରେ ମଧ୍ୟ ପ୍ରମୋଟ କରିବାକୁ ବିଭାଗ ଯୋଜନା କରିଛି। ତେବେ କେରଳ, ଗୋଆ, ଆସାମ ଭଳି ଟୁରିଜମ୍‌ ବ୍ରାଣ୍ଡ୍‌ ସହ ତାଳ ଦେବାକୁ ଓଡ଼ିଶା ଏହି କେମ୍ପନ୍‌ ଆରମ୍ଭ କରିଥିବା କୁହାଯାଇଛି। ଏହାସହ ଓଡ଼ିଶା ପ୍ରତି ପର୍ଯ୍ୟଟକଙ୍କର ଥିବା ଚିନ୍ତାଧାରାରେ ଏହା ପରିବର୍ତ୍ତନ ଆଣିବ। ପୁରୀ, କୋଣାର୍କ, ଭୁବନେଶ୍ୱର ଛଡ଼ା ଓଡ଼ିଶାରେ ଦେଖିବାକୁ ଓ ଅନୁଭୂତ କରିବାକୁ ଅନେକ କିଛି ରହିଛି। ଆଧ୍ୟାତ୍ମିକ ଓ ଐତିହ୍ୟ ପର୍ଯ୍ୟଟନ ବାହାରେ ଓଡ଼ିଶା ପର୍ଯ୍ୟଟକଙ୍କ ପାଇଁ ଅନେକ କିଛି ସାଇତି ରଖିଛି। ରାଜ୍ୟରେ କୋରାପୁଟ, ସାତକୋଶିଆ, ଦାରିଙ୍ଗବାଡ଼ି, ଦେବ୍ରିଗଡ଼, ଶିମିଳିପାଳ ଓ ଭିତରକନିକା, ମଣ୍ଡାସାରୁ ଭଳି ପରିବେଶ ପର୍ଯ୍ୟଟନସ୍ଥଳୀ ରହିଛି। ଏହାସହ ଓଡ଼ିଶାର ଆଦିବାସୀ ପର୍ଯ୍ୟଟନ, ବିଚ୍‌ ଟୁରିଜମ୍‌, ବନ୍ୟଜନ୍ତୁ ପର୍ଯ୍ୟଟନ, ପାରମ୍ପରିକ ଓଡ଼ିଆ ଖାଦ୍ୟ ପର୍ଯ୍ୟଟକଙ୍କୁ ଏକ ସମ୍ପୂର୍ଣ୍ଣ ପ୍ୟାକେଜ୍‌ ଦେବାର କ୍ଷମତା ରଖିଛି। ଓଡ଼ିଶାର କୋଣ ଅନୁକୋଣରେ ଥିବା ଏହାର କଳା, ସଂସ୍କୃତି, ପ୍ରାକୃତିକ ସୌନ୍ଦର୍ଯ୍ୟ, ଚାଲିଚଳଣି, ନୃତ୍ୟ, ସଙ୍ଗୀତ ଜଣେ ପର୍ଯ୍ୟଟକକୁ ଆଃ ଅନୁଭୂତି ଦେଉଥିବାବେଳେ ନୂଆ ଅଭିଯାନକୁ ସେହି ଅନୁଯାୟୀ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri