Odisha Elections 2024

ବ୍ରହ୍ମପୁର ରେଳ ଷ୍ଟେସନରେ ଖୋଲିଲା ସଂରକ୍ଷିତ ଟିକଟ୍‌ ବୁକିଂ କାଉଣ୍ଟର: ଜୁନ ପହିଲାରୁ ବ୍ରହ୍ମପୁର ଦେଇ ଚାଲିବ ୨ ଟ୍ରେନ

ବ୍ରହ୍ମପୁର ଅଫିସ,୨୨ା୫-ବ୍ରହ୍ମପୁର ରେଳଷ୍ଟେସନ ପରିସରରେ ଥିବା ସଂରକ୍ଷିତ ଟିକଟ କାଉଣ୍ଟର(ରିଜର୍ଭେସନ ଟିକଟ କାଉଣ୍ଟର) ଶୁକ୍ରବାରଠାରୁ ପୁଣି ଖୋଲିଛି। ରେଳ ବିଭାଗ ପକ୍ଷରୁ ଜୁନ ପହିଲାରୁ ଟ୍ରେନ ଚଳାଚଳ କରାଯିବା ନେଇ ନିଷ୍ପତ୍ତି ପରେ ବ୍ରହ୍ମପୁରରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ସକାଶେ ସଂରକ୍ଷିତ ଟିକଟ ବୁକିଂ କାଉଣ୍ଟରକୁ ଖୋଲାଯାଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ସମଗ୍ର ଭାରତ ବର୍ଷରେ ବିଭିନ୍ନ ସ୍ଥାନକୁ ଜୁନ ପହିଲାରୁ ୨୦୦ ଟି ଟ୍ରେନ ଚଳାଚଳ କରିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ବ୍ରହ୍ମପୁର ଦେଇ ଦୁଇଟି ଟ୍ରେନ ଚଳାଚଳ କରିବାକୁ ଥିବା ଜଣାପଡିଛି। ବ୍ରହ୍ମପୁର ଷ୍ଟେସନ ଦେଇ ହାୱଡା-ସିକନ୍ଦରାବାଦ ଫାଲକ୍‌ନୁମା ଏକ୍ସପ୍ରେସ ଓ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ଜୁନ ପହିଲାରୁ ଯାତାୟତ କରିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବ୍ରହ୍ମପୁର ରେଳଷ୍ଟେସନର ସଂରକ୍ଷିତ ଟିକଟ କାଉଣ୍ଟରରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ବ୍ୟବହାର, ସାନିଟାଇଜର ଦ୍ୱାରା ହାତଧୁଆକୁ ବାଧ୍ୟତାମୂଳକ କରାଯାଇଥିବା ବ୍ରହ୍ମପୁର ଷ୍ଟେସନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କୁ ନେଇ ରାଜନୀତି ଠିକ୍‌ ନୁହେଁ: ସଞ୍ଜୟ

ଭୁବନେଶ୍ୱର, ୨୩।୫(ସୁନିତ୍‌ ମିଶ୍ର): ସମଗ୍ର ଓଡ଼ିଆ ଜାତିର ସବୁଠାରୁ ବଡ଼ ପରିଚୟ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଭାଜପା ନେତାମାନେ ଯେଉଁ ରାଜନୀତି କରୁଛନ୍ତି ଏହା ଆଦୌ...

‘ମୋଦିଙ୍କ ପାଇଁ କୋଣାର୍କ ପ୍ରସିଦ୍ଧ’ ମନ୍ତବ୍ୟ ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି

ଭୁବନେଶ୍ୱର, ୨୩।୫(ସୁନିତ୍‌ ମିଶ୍ର): ପୁରୀ ସଂସଦୀୟ କ୍ଷେତ୍ରର ଭାଜପା ପ୍ରାର୍ଥୀ ସମ୍ବିତ୍‌ ପାତ୍ରଙ୍କ ବୟାନ ‘ମୋଦିଙ୍କ ଭକ୍ତ ଜଗନ୍ନାଥ’ ସନାତନ ଧର୍ମର ପ୍ରତିଟି ବ୍ୟକ୍ତିଙ୍କୁ ଆଘାତ...

‘ଭାଜପା ପ୍ରାର୍ଥୀ ନିର୍ବାଚନରେ ଛୋଟ ପିଲାଙ୍କୁ ବ୍ୟବହାର କରୁଛନ୍ତି’

ଭୁବନେଶ୍ୱର, ୨୩।୫(ସୁନିତ୍‌ ମିଶ୍ର): ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ବିଜେଡି ପକ୍ଷରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ...

ମୁଖ୍ୟମନ୍ତ୍ରୀ କହିଲେ ଭଲକଥା, ସେମାନେ ବି ବ୍ୟବହାର କରନ୍ତୁ

ଭୁବନେଶ୍ୱର, ୨୩।୫(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ବିଭିନ୍ନ ସମୟରେ ଭାଜପା ପ୍ରଶ୍ନ ଉଠାଉଛି। ଭିଡିଓରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାର କରାଯାଉଥିବା...

ଆସନ୍ତାକାଲିଠାରୁ କଟକରେ ୧୪୪ ଧାରା ଜାରି

କଟକ,୨୨ା୫(କାର୍ତ୍ତିକ ସାହୁ): ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମେ’ ୨୫ରେ ହେବାକୁ ଥିବା ମତଦାନ ପାଇଁ କଟକ ଜିଲାର ୬ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୧୪୪ ଧାରା...

୧୨ ମାଓବାଦୀ ଗିରଫ

ମାଲକାନଗିରି,୨୨ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍‌ମା ଜିଲାରେ ଡିଆର୍‌ଜି ବାହିନୀ ଓ ୨୦୪, ୨୦୬, ୨୦୮ କୋବ୍ରା ବାହିନୀ ମିଳିତ ଭାବେ ଦୁଲେଡ, ବେଝେତୋଙ୍ଗ, ରାସାପଲ୍ଲୀ, ପିନାରନ୍ଦା,...

ଅପରାଜିତା ଯାହା କରିଛନ୍ତି, ସରପଞ୍ଚ ବି ସେ କାମ କରିଦେବେ: ପାଣ୍ଡିଆନ

ଭୁବନେଶ୍ୱର,୨୨ା୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇପଡ଼ିଛି। ବିଶେଷକରି ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ଭାଜପାର ତୁଙ୍ଗ ନେତାମାନେ ନିର୍ବାଚନ...

ସିମିଳିପାଳ ଜଙ୍ଗଲରେ ସଜାଗ AI କ୍ୟାମେରା, କ୍ଷଣକେ ଧରାପଡୁଛନ୍ତି ଅନୁପ୍ରବେଶକାରୀ

ସିମିଳିପାଳ,୨୨ା୫: ସରକାରଙ୍କ ଦ୍ୱାରା ସିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଲଗାଯାଇଥିବା ଏଆଇ କ୍ୟାମେରା ସାହାଯ୍ୟରେ ଧରାପଡିଛନ୍ତି ଅନୁପ୍ରବେଶକାରୀ। ଖବର ଅନୁଯାୟୀ, ଭାରତୀୟ ବନ ସେବା ଅଧିକାରୀ ସୁସାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri