ବୋରିଂ ହେବାର ବର୍ଷେ ବିତିଲାଣି: ଅଧାରେ ଅଟକିଛି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ

ବାହାନଗା, ୩।୬(ଅରୂପ କୁମାର ଦାସ)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କରଞ୍ଜାବିନ୍ଧା ଗ୍ରାମରେ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ଲାଗି ପ୍ରଶାସନ ତରଫରୁ ଏକ ବୋରିଂ କରାଯାଇଥିଲା। ତାହା ହେବାର ବର୍ଷେ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଫଳରେ ଗ୍ରାମବାସୀ ଦୀର୍ଘବର୍ଷ ହେଲା ଜଳକଷ୍ଟ ଭୋଗି ଆସୁଛନ୍ତି।
୩ଟି ଓ୍ବାର୍ଡକୁ ନେଇ କରଞ୍ଜାବିନ୍ଧା ଗ୍ରାମ ଗଠିତ। ଏହାର ଜନସଂଖ୍ୟା ୨ ହଜାରରୁ ଊର୍ଦ୍ଧ୍ୱ ହେବ। ତେବେ ଗ୍ରାମର ୮୦ଭାଗ ଲୋକ ଅନୁସୂଚିତ ଜାତିର। ଏମାନଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। ବର୍ଷେ ତଳେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ତରଫରୁ ୩ଲକ୍ଷ ଟଙ୍କା ବ୍ୟୟରେ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ପାଇଁ ଏକ ଭୂତଳ ବୋରିଂ କରାଯାଇଥିଲା। ସେହି ସ୍ଥାନରେ ଏକ ଓଭରହେଡ଼ ପାଣି ଟାଙ୍କି ନିର୍ମାଣ କରାଯାଇ ଲୋକମାନଙ୍କୁ ପାଇପ୍‌ ଯୋଗେ ପାଣି ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ସେହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ନ ହେବାରୁ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଚୈତ୍ର, ବୈଶାଖ ମାସରେ କରଞ୍ଜାବିନ୍ଧା ଗ୍ରାମରେ ଜଳକଷ୍ଟ ଦେଖାଦେଉଥିବା ବେଳେ ଲୋକମାନେ ପୋଖରୀ ପାଣି କିମ୍ବା ଯେଉଁମାନେ ଘରେ ନଳକୂପ ବସାଇଛନ୍ତି ସେମାନଙ୍କ ଘରୁ ପାଣି ଆଣି ବ୍ୟବହାର କରୁଛନ୍ତି। ସରକାରୀ ନଳକୂପଗୁଡିକ ଡ୍ର ଡାଉନ୍‌ ହୋଇଯାଉଥିବାରୁ ତାହା ବ୍ୟବହାର ଅନୁପଯୋଗୀ ହୋଇପଡୁଛି। ମରାମତି ଲାଗି ସରକାରୀ ଭ୍ରାମ୍ୟମାଣ ଗାଡ଼ି ନିୟୋଜିତ ହୋଇଥିଲେ ମଧ୍ୟ ପଞ୍ଚାୟତ ଟଙ୍କା ଦେଉ ନ ଥିବାରୁ ତାହା ମରାମତି ହୋଇପାରୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମର ପ୍ରସନ୍ନ ଦଳେଇ କୁହନ୍ତି, ଦୀର୍ଘବର୍ଷ ହେଲାଣି ଆମ ଗ୍ରାମରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଦେଖାଦେଇଛି। ପୂର୍ବରୁ ଗୀଲିଦା ଗ୍ରାମରେ ହୋଇଥିବା ପାନୀୟ ଜଳ ପ୍ରକଳ୍ପରୁ ପାଇପ୍‌ ଯୋଗେ ପାଣି ଆସୁଥିଲେ ମଧ୍ୟ ପର ମୁହୂର୍ତ୍ତରେ ତାହା ବନ୍ଦ ହୋଇଯାଇଥିଲା। ଆମେ ଅନୁସୂଚିତ ଜାତି ସମ୍ପ୍ରଦାୟର ହୋଇଥିବାରୁ ଆମକୁ କେହି ସହଯୋଗ କରୁନାହାନ୍ତି।
ସେହିପରି କାଦୁଆ ଯେନା କହନ୍ତି, ବର୍ଷେ ପୂର୍ବେ ଆମ ଗ୍ରାମର ପୋଖରୀ ଆଡ଼ିରେ ସରକାରଙ୍କ ତରଫରୁ ଏକ ବୋରିଂ କରାଯାଇଥିଲା। ଭାବିଥିଲୁ ସୁବିଧା ପାଣି ଟୋପାଏ ପାଇବୁ। ହେଲେ ସେହି କାର୍ଯ୍ୟ ବି ବନ୍ଦ ହୋଇଗଲା। ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏହି ପ୍ରକଳ୍ପ ଆଗକୁ ଯାଇପାରୁନାହିଁ।
ପାନୀୟଜଳ ସମସ୍ୟା ନେଇ ଗ୍ରାମ୍ୟ ଜଳଯୋଗାଣ ବିଭାଗର ସବ୍‌ଡିଭିଜନ ଅଫିସର ରୌପ୍ୟରଞ୍ଜନ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଛନ୍ତି ଯେ, ସେହି ପ୍ରକଳ୍ପ ପାଇଁ ଏଷ୍ଟିମେଟ ଏ ପର୍ଯ୍ୟନ୍ତ ପାସ୍‌ ହୋଇନାହିଁ ା ତେବେ ବୋରିଂ କରାଯାଇ ଜଳଉତ୍ସ ଦେଖି ରଖାଯାଇଛି ା ପ୍ରକଳ୍ପର ଏଷ୍ଟିମେଟ ପାସ୍‌ ହେବା ପରେ ପ୍ରକଳ୍ପର କାମ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri