ବୋଉର ଶାଢ଼ି

ରୁଦ୍ର ପ୍ରସନ୍ନ ରଥ
ଓଡ଼ିଆ ଘରେ ଝିଅଟିଏ ବାହାହେଲା ବେଳେ ଶାଢ଼ିକୁ ବେଶ୍‌ ଗୁରୁତ୍ୱ ଦେଇଥାନ୍ତି। ଝିଅ କେଉଁ ଶାଢ଼ି ପିନ୍ଧି ମଣ୍ଡପ ଉପରକୁ ଯିବ, କେଉଁ ଶାଢ଼ି ପିନ୍ଧି ବେଦି ଉପରକୁ ଯିବ ଆଉ ଚତୁର୍ଥୀରେ କେଉଁ ଶାଢ଼ି ପିନ୍ଧିବ ତାକୁ ବାଛିବା ପାଇଁ ସାରା ଘର ଲୋକେ ଦିନରାତି ଏକାଠି କରିଦେଇଥାନ୍ତି। ଅନେକ ଝିଅଙ୍କର ତ ଶାଢ଼ି ସହ ପ୍ରାରମ୍ଭିକ ପରିଚୟ ଏହି ବାହାଘର ସମୟରେ ହୋଇଥାଏ। ଝିଅ କିପରି ଠିକ୍‌ଭାବରେ ଶାଢ଼ି ପିନ୍ଧିପାରିବ ସେନେଇ ସମସ୍ତେ ତାକୁ ଲାଗିପଡି ତାଲିମ୍‌ ଦେଇଥାନ୍ତି। ଆଉ ଝିଅର ଅଜାଣତରେ ସେ ନିଜେ ନିଜ ଶାଢ଼ି ସହ ଏକ ଭାବନାତ୍ମକ ସମ୍ପର୍କ ଯୋଡି ସାରିଥାଏ। ଶାଢ଼ି ସହ ଯୋଡିହୋଇଥିବା ସମ୍ପର୍କ ଝିଅଟିଏ ଜୁଇଯାଏ ନେଇଯାଇଥାଏ।
ଝିଅ ଶାଶୁଘରକୁ ଆସେ ଟ୍ରଙ୍କ ଭର୍ତ୍ତି ଶାଢ଼ିର ପସରା ନେଇ। ନୂଆ ନୂଆ ସରାଗରେ ଶାଢ଼ି ବି ବେଶ୍‌ କିଣାହୁଏ। ନୂଆବୋହୂ ଉପରେ ବି ଆଦରରେ ବନ୍ଧୁବାନ୍ଧବ ଶାଢ଼ି ବିଛେଇ ଦିଅନ୍ତ। ପୂଜାରେ ନୂଆ ପିନ୍ଧିବାର ବାହାନାରେ ବେଶ୍‌ କିଛି ନୂଆ କିଣାହୋଇଯାଏ। ଝିଅଟି ସମୟକ୍ରମେ ବୋଉ ଡାକ ଶୁଣିବା ଲୋଭରେ ମା’ ହୋଇପଡ଼େ। ଆଉ ଥରେ ମା’ ହେଲା ପରେ ଶାଢ଼ି ପ୍ରତି ନଜର ହଟିଯାଇ ସବୁ ଲୋଭ ପିଲାପାଖକୁ ପଳାଇ ଆସେ। ଆଉ ସ୍ତ୍ରୀରୁ ବୋଉ ପାଲଟିଥିବା ଝିଅଟିର ଶାଢ଼ି ଏବଂ ଶାଢ଼ିର ବ୍ୟବହାର ବଦଳିଯାଇଥାଏ।
ବୋଉର ଶାଢ଼ି ଆଉ ତା’ର ହୋଇ ରହେନାହିଁ। ପିଲାପିଲିଙ୍କ ପାଇଁ ଏହା ପାଲଟି ଯାଏ ବୋଉକୁ ଚିହ୍ନିବାର ପ୍ରଥମ ପରିଚୟପତ୍ର। ପିଲାକୁ ସର୍ଦ୍ଦି ହୋଇଥିଲେ ପ୍ରଥମେ ଖୋଜାପଡ଼େ ବୋଉ ଶାଢ଼ିର କାନି। ଗୋଡ ଖଣ୍ଡିଆ ହେଲେ କିମ୍ବା ଦେହରେ ମାଡ ବାଜି ଫୁଲିଗଲେ ବୋଉ ଶାଢ଼ିର କାନିରେ ପାଟି ପାଖରେ ଫୁ ଫୁ କରି କ୍ଷତ ପାଖରେ ଲଗାଇଦିଏ। ଆମକୁ ଆରମ ମିଳୁ ବା ନ ମିଳୁ ବୋଉ ଖୁସି ହୁଏ। ଶୀତଦିନ ବୋଉ କୋଳରେ ବସି ଯେଉଁ ଶାଢ଼ି ଆମକୁ ଉଷୁମ ଦିଏ ଖରାଦିନେ ସେଇ ଶାଢ଼ିର କାନି ଆମ ପାଇଁ ପଙ୍ଖା ପାଲଟିଯାଏ। ତାରି ପବନରେ ଆମେ ଶୋଇପଡୁ ଆଉ ଆମ ପାଖରେ ଆମ ବୋଉ ଶାଢ଼ିକୁ ମୁଣ୍ଡ ତଳେ ବୁଜୁଳା କରି ଶୋଇପଡ଼େ। ଆମେ ଅଜାଣତରେ ବୋଉର ପଣତକାନିକୁ ଭିଡି ଆଣିଥାଉ ଆମ ଉପରକୁ। ସେଇ ପଣତକାନି, ଯେଉଁଠି ବନ୍ଧା ହୋଇଥାଏ ଘରର ନେନ୍ଥାଏ ଚାବିକାଠି କିମ୍ବା ପୁଳାଏ ପାନ।
ଖାଇସାରିଲା ପରେ ହାତ ପୋଛିବାକୁ କେହି ତଉଲିଆ ଖୋଜେନି। ବୋଉ ଶାଢ଼ିର କାନି ହିଁ ଯଥେଷ୍ଟ। ବାହାରୁ ଗଣ୍ଡଗୋଳ କରି ଆସିଲେ କିମ୍ବା ବାପାଙ୍କଠାରୁ ମାଡ଼ ଖାଇବାର ଆଶଙ୍କା ଥିଲେ ବୋଉ ଶାଢ଼ିର ଦି ହାତିଆ କାନି ହିଁ ବନିଯାଏ ଆମ ପାଇଁ ଢାଲ। ଯଦି କେବେ ପାଖରେ ବୋଉ ନ ଥାଏ ବା ବାହାରକୁ ଯାଇଥାଏ ବୋଉ ଶାଢ଼ିର ବାସ୍ନା ହିଁ ତାହାର ଉପସ୍ଥିତି ଜାହିର କରୁଥାଏ। ବୋଉର ଶାଢ଼ି କହୁଥାଏ ଜମାରୁ ଦୁଷ୍ଟାମି କରନି, ମଁୁ ଏଇଠି ଅଛି ସବୁ ଦେଖୁଛି। ବୋଉର ଅନୁପସ୍ଥିିତିରେ ବୋଉ ଶାଢ଼ିରେ ହାତ ବୁଲାଇ ଆଣିଲେ ବୋଉ ଖୁବ୍‌ ପାଖରେ ଥିବା ପରି ମନେହୁଏ। ଆମେ ଆଉ ଆମ ବୋଉ ଭିତରେ ବୋଉର ଶାଢ଼ି ହିଁ ଗୋଟିଏ ଚମତ୍କାର ବନ୍ଧ ବାନ୍ଧିଦେଇଥାଏ, ଯାହାକୁ ଡେଇଁଯିବା ଅସମ୍ଭବ।
ବୋଉ ବୁଢ଼ୀ ହୁଏ, ଶାଢ଼ି ବି ପୁରୁଣା ହୁଏ। ବୋଉର ଶାଢ଼ିରୁ ପୁଣି ତିଆରି ହୁଏ କନ୍ଥା। ବୋଉର ଶାଢ଼ି କନ୍ଥା ହେଲା ବେଳକୁ ବେଳେ ବେଳେ ବୋଉ ଚାଲିଯାଇଥାଏ ଆରପାରିକୁ। ଅଥଚ ରଙ୍ଗଛଡା ସେ ଶାଢ଼ିରେ ତିଆରି କନ୍ଥାରେ ଶୋଇପଡିଲେ ବୋଉର ଆଶିଷ ସବୁ ଦେହରେ ବୋଳିହେଲା ପରି ଲାଗେ। ବୋଉ ଚାଲିଯାଇଥାଏ ସତ, ଆମ ପାଇଁ ଛାଡିଯାଇଥିବା ସେ ଶାଢ଼ିତକ ଆମ ଘରର ତଥାପି ଅମୂଲ୍ୟ ସମ୍ପଦ ପାଲଟି ରହିଥାନ୍ତି। କେତେବେଳେ ବୋଉର ଶାଢ଼ିରେ ଗଣ୍ଠିଲି ହୋଇ ଆମ ଘରର ପୁରୁଣା ଲୁଗାପଟା ସବୁ ରଖାଯାଏ ତ ଆଉ କେତେବେଳେ ସେଥିରେ ଦୋଳି ତିଆରି ହୁଏ। କାମକୁ ଯାଉଥିବା ଅନେକ ଲୋକ ତ ଏମିତି ଦୋଳିଟେ ଗଛରେ ବାନ୍ଧି ଦେଇ ନିଜ ପିଲାଙ୍କୁ ସେଥିରେ ଶୁଆଇ ଦେଇ ମନ ଖୁସିରେ କାମରେ ଲାଗିଯାଆନ୍ତି। ବୋଉ ବିଧବା ହେଲେ ଧଳା ଶାଢ଼ି ପିନ୍ଧେ। ଶାଢ଼ିର ରଙ୍ଗ ବଦଳେ ସିନା ତା’ କାମ କରିବାରୁ ସେ କେବେ ବିରତ ହୁଏନାହିଁ। ସେ ଶାଢ଼ିରୁ ବି କନା ଆସି ପିଠାହାଣ୍ଡିରେ ଲାଗେ। ଅଥାରହାଣ୍ଡିରେ ଏଣ୍ଡୁରି ହୁଏ। ଆଉ ଧଡି ଚିରାହୋଇ ବଳା ହୋଇ ସଳିତା ହୁଏ।
ବୋଉ ପାଇଁ ଶାଢ଼ି ଖଣ୍ଡେ କିଣିପାରିବା ସବୁ ରୋଜଗାରିଆ ପୁଅର ସ୍ବପ୍ନ ଥାଏ। ଜୀବନର ପ୍ରଥମ ଦରମାରୁ ବୋଉକୁ ଶାଢ଼ି ଖଣ୍ଡେ କିଣିଦେଲେ ଅନେକଙ୍କୁ ପୁରୁଷପଣିଆ ସାର୍ଥକ ହେଲାପରି ଲାଗେ। ଅବଶ୍ୟ ସେତେବେଳକୁ ବୋଉର ଶାଢ଼ି ପିନ୍ଧିବା ସରାଗ ମରିଯାଇଥାଏ, ତଥାପି ପୁଅ ପାଖରୁ ଶାଢ଼ି ଖଣ୍ଡେ ପାଇଥିଲେ ଗାଁ ଲୋକଙ୍କୁ ଡାକି ଡାକି କହି ହେଉଥାଏ। ପୁଅର ଅନୁପସ୍ଥିତିରେ ପୁଅ ଉପରେ ସେ ସବୁଯାକ ସରାଗ ଢାଳିଦେଉଥାଏ। ବୋଉ ବୁଢୀ ହେଲେ ଗାଁରେ ପଡି ରହେ। ସହରରେ ପୁଅ ଘରେ ଜାଗା ଥିଲେ ବି ରହିବା ପାଇଁ ପୁଅ ହୃଦୟରେ ଆଉ ଜାଗା ନ ଥାଏ। ବୋଉର ଲୁଗା ସାତସିଆଁ ହୁଏ। ତଥାପି ବୋଉ ମୁହଁ ଖୋଲିପାରେନି।
ଝିଅରୁ ବୋହୂ, ବୋହୂରୁ ବୋଉ ଆଉ ବୋଉରୁ ବୁଢ଼ୀମା ପାଲଟିଥିବା ସେ ଲୋକଟି ଦିନେ ଆମ ସମସ୍ତଙ୍କୁ ଛାଡି ଚାଲିଯାଏ। ସେ ଆଣିଥିବା ସବୁ ଲୁଗା ପ୍ରାୟ ସରି ଆସିଥାଏ। ଆଉ ଯାହା ଖଣ୍ଡେ ଅଧେ ବଳିଥାଏ ସେ ବି ବୁଢ଼ୀ ସହ ମଶାଣିକୁ ଯାଏ। ବୁଢ଼ୀ ମରିଯାଏ ସତ କିନ୍ତୁ ଆମଠାରୁ ଆମ ବୋଉର ଶାଢ଼ିକୁ ଛଡେଇ ନେଇପାରେ ନାହିଁ। ସେ ମଲା ପରେ ବି ତା ଶାଢ଼ି ଆମ ସହିତ ଆମ ଅବଶିଷ୍ଟ ଜୀବନର ସୁଖଦୁଃଖର ସାଥୀ ହୋଇଥାଏ।
ଧବଳଗିରି, ଯାଜପୁରରୋଡ୍‌, ମୋ-୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?