Posted inଖେଳ

ବେଙ୍ଗଲ ଓ୍ବାରିୟର୍ସକୁ ପ୍ରଥମ ଟାଇଟଲ

ଅହମ୍ମଦାବାଦ, ୨୦ା୧୦ (ପି.ଟି.)-ବେଙ୍ଗଲ ଓ୍ବାରିୟର୍ସ ପ୍ରଥମ ଥର ପ୍ରୋ-କବାଡ଼ି ଲିଗ୍‌ (ପିକେଏଲ୍‌)ଟାଇଟଲ ହାସଲ କରିଛି। ଏଠାରେ ଶନିବାର ଅନୁଷ୍ଠିତ ଫାଇନାଲରେ ଦଳ ୩୯-୩୪ ପଏଣ୍ଟ ବ୍ୟବଧାନରେ ଦବଙ୍ଗ ଦିଲ୍ଲୀକୁ ହରାଇ ଦେଇଛି। ଦିଲ୍ଲୀ ତରଫରୁ ନବୀନ କୁମାର ପୁଣି ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୧୮ ରେଡ୍‌ ପଏଣ୍ଟ ସ୍କୋର କରିଥିଲେ। ମାତ୍ର କେତେକ ତ୍ରୁଟି ଯୋଗୁ ଦଳ ଟାଇଟଲ ଜିତିବାରେ ଅସଫଳ ରହିଥିଲା। ଫାଇନାଲ ମ୍ୟାଚ ଦେଖିବା ଲାଗି ଟ୍ରାନ୍ସଷ୍ଟାଡିଆର ଇକା ଆରେନା ଦର୍ଶକରେ ଭରପୂର ଥିଲା। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ। ଓ୍ବାରିୟର୍ସ ଦଳର ଷ୍ଟାର ରେଡର ତଥା ଅଧିନାୟକ ମନିନ୍ଦର ସିଂ ଏହି ମ୍ୟାଚ ଖେଳି ନ ଥିଲେ। ମାତ୍ର ଦଳର ସହାୟକ କୋଚ୍‌ର ଭୂମିକା ଗ୍ରହଣ କରିଥିଲେ। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚର ପ୍ରଥମାର୍ଦ୍ଧ ଖେଳ ୧୭-୧୭ ସମାନସ୍ତରରେ ରହିଥିଲା। ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଓ୍ବାରିୟର୍ସ ଦଳ ତୁରନ୍ତ ଅଗ୍ରଣୀ ଲାଭ କରି ବିପକ୍ଷ ଦଳ ଉପରେ ଚାପ ସୃଷ୍ଟି କରିଥିଲା। ସୁକେଶ ହେଗ୍‌ଡେ ଏବଂ ଜିଭା କୁମାରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଦ୍ୱିତୀୟାର୍ଦ୍ଧର ୮ମ ମିନିଟ ଖେଳରେ ଓ୍ବାରିୟର୍ସ ଦବଙ୍ଗ ଦିଲ୍ଲୀକୁ ଆଉଥରେ ଅଲ୍‌ ଆଉଟ କରିଦେବା ସହ ୪ ପଏଣ୍ଟ ଅଗ୍ରଣୀ ଲାଭ କରିଥିଲା। ଦିଲ୍ଲୀର ନବୀନ କୁମାର ସୁପର ୧୦ ହାସଲ କରିଥିଲେ ମଧ୍ୟ ତାଙ୍କ ଦଳ ଓ୍ବାରିୟର୍ସ କର୍ନର ଯୋଡ଼ି ରିଙ୍କୁ ନରଓ୍ବାଲ ଏବଂ ବଳଦେବ ସିଂଙ୍କ ଉଚିତ୍‌ ମୁକାବିଲା କରିପାରି ନ ଥିଲେ। ଇତିମଧ୍ୟରେ ଓ୍ବାରିିୟର୍ସ ଦଳ ବିପକ୍ଷ ଦଳକୁ ଆଉ ଥରେ ଅଲଆଉଟ କରିବାରେ ସଫଳ ହୋଇଥିଲା। ଦିଲ୍ଲୀ ଦଳକୁ ପ୍ରତ୍ୟାବର୍ତ୍ତନ କରାଇବା ଲାଗି ନବୀନ କୁମାର ଉଦ୍ୟମ କରିଥିଲେ । ମାତ୍ର ଡିଫେନ୍ସରେ ଯୋଗିନ୍ଦର ନରଓ୍ବାଲ ଏବଂ ରବିନ୍ଦର ପାହାଲ ବାରମ୍ବାର ତ୍ରୁଟି କରିବସିଥିଲେ। ଓ୍ବାରିୟର୍ସ ଦଳର ଡିଫେନ୍ସ ଶେଷ ଭାଗରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଦଳକୁ ଟାଇଟଲ ଜିତାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଜିତ ଅଗରକରଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ରୋହିତ ଶର୍ମାଙ୍କୁ ମିଳିଗଲା ‘ଅଭୟଦାନ’!

ମୁମ୍ବାଇ,୪।୯: ଟିମ ଇଣ୍ଡିଆର ଚିଫ ସିଲେକ୍ଟର ଅଜିତ ଅଗରକର ପୁଣିଥରେ ଚର୍ଚ୍ଚାରେ। ଗୁରୁବାର BCCIର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁମ୍ବାଇ ସ୍ଥିତ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବୈଠକରେ…

ବୟସ ଜାଲିଆତି କରି ଫସିଲେ ଏହି କ୍ରିକେଟର୍‌: ୨ ବର୍ଷ ବାସନ୍ଦ କଲା BCCI

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର୍‌ ରୋହିତ ଯାଦବଙ୍କୁ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ଆଗାମୀ ଦିନିକିଆ ଏବଂ ବହୁ-ଦିବସୀୟ ସିରିଜ ପାଇଁ ଅଣ୍ଡର-୧୯ ଦଳରେ ଚୟନ କରାଯାଇଥିଲା। ଜୁନିଅର…

ମନ୍ଧାନାଙ୍କ ରେକର୍ଡ ଶତକ: ଭାରତର ଲଗାତର ଦ୍ୱିତୀୟ ବିଜୟ

ଦୁବାଇ,୩ା୯: ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ମହିଳା ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୩୭ ରନର ବଡ଼ ବ୍ୟବଧାନରେ ହଂକଂ, ଚାଇନାକୁ ପରାସ୍ତ…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

୨୦୨୭ ବିଶ୍ୱକପ ଖେଳିବେ କି ହିଟମ୍ୟାନ? BCCI ସମୀକ୍ଷା ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୯: BCCIର ସମୀକ୍ଷା ବୈଠକରେ ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ…

BCCI ବୈଠକ ଶେଷ; ଲକ୍ଷ୍ମଣ ହେବେ ନାହିଁ ନିର୍ଦ୍ଦେଶକ; ଆସିଲା ୫ ଅପଡେଟ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗୁରୁବାର (ସେପ୍ଟେମ୍ବର ୩) ଏକ ବୈଠକ କରିଥିଲା, ଯେଉଁଥିରେ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ପୁରୁଷ…

ମେସି ପରେ ଫୁଟବଲରୁ ଅବସର ନେବେ ଏହି କିମ୍ବଦନ୍ତୀ, ଜାଣନ୍ତୁ…

ସରାଜେଭୋ,୩ା୯: ମେସି ପରେ ବୋସନିଆ ଓ ହର୍ଜଗୋଭିନା ଫୁଟବଲ କିମ୍ବଦନ୍ତୀ ଏଡିନ ଜେକୋ ଆସନ୍ତା ମାସରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବାକୁ ଯାଉଛନ୍ତି। ଏ ନେଇ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri