ବେଆଇନ ବାଲି ପରିବହନ ଉପଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଘସିପୁରା,୧୫।୧୨(ଡି.ଏନ.ଏ.)-ବୈତରଣୀ ନଦୀର ଏକ ଘାଟରୁ ବେଆଇନ ଭାବେ ବାଲିପରିବହନକୁ ନେଇ ସ୍ଥାନୀୟ ଗ୍ରାମବାସୀ ଆନନ୍ଦପୁର ଉପଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ବାରମ୍ବାର ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ଲିଜ୍‌ ଧାରୀ ଲିଜ ଅଞ୍ଚଳ ବାହାରେ ବ୍ରାହ୍ମଣୀଦେବୀ ମନ୍ଦିର ଘାଟରୁ ବଳପୂର୍ବକ ବାଲି ଉତ୍ତୋଳନ କରି ଜନବସତି ମଧ୍ୟରେ ବାଲି ପରିବହନ କରୁଥିବା ଅଭିଯୋଗ ହୋଇଛି। ଏନେଇ କେତେକ ଗ୍ରାମବାସୀ ଆନନ୍ଦପୁର ଉପଜିଲାପାଳଙ୍କୁ ସାକ୍ଷାତ ଆଲୋଚନା କରିବା ସହିତ ଏହି ବେଆଇନ କାରବାରକୁ ବନ୍ଦ କରିବା ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତିି। ଉକ୍ତ ଘାଟକୁ ତହସିଲ ପକ୍ଷରୁ ନିଲାମ ଦିଆଯାଇ ନ ଥିବା ବେଳେ ଦୀର୍ଘଦିନ ହେବ ଏହି ଅଞ୍ଚଳରେ ନଦୀଘାଟକୁ ରାସ୍ତା ତିଆରି କରି ବାଲି ପରିବହନ ବେଧଡ଼କ ଭାବେ ଚାଲିଛି। ଏହାଦ୍ୱାରା ଲୋକଙ୍କ ବ୍ୟବହୃତ ଘାଟ ବିପଦସଙ୍କୁଳ ହେଉଛି। ସେହିପରି ଅଣ ଓସାରିଆ ରାସ୍ତାରେ ହାଇୱା ଆଦି ଭାରିଯାନରେ ବାଲି ପରିବହନ କରା ଯାଉଥିବାରୁ ତାହା ଧନଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଜନବସତି ଥିବା ବେଳେ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନୱାଡ଼ି ଓ କଲେଜ ମଧ୍ୟ ରହିଛି। ଭାରିଯାନ ଚଳାଚଳ ଦ୍ୱାରା ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ସୃଷ୍ଟି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ସୋନୁ ଜେନା, ଲିପୁନ ଜେନା, ସ୍ଯଯପ୍ରକାଶ ରାଉତ, ତ୍ରିଲୋଚନ ଜେନା,ଦୀପକ ମିଶ୍ର, ତରଣୀସେନ ସିଂ, ଦୁଃଖବନ୍ଧୁ ଦେହୁରୀ, ଏଚ୍‌ କେ ମଲ୍ଲିକ, ପ୍ରଶାନ୍ତ ସିଂ ଙ୍କ ସମେତ ଶତାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗ ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଅପରପକ୍ଷେ ଏ ସମ୍ପର୍କରେ ଆନନ୍ଦପୁର ତହସିଲଦାର ତପନ କୁମାର ନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବୈତରଣୀ ନଦୀର ଟୁକୁଣା ଘାଟକୁ ନିଲାମ ଦିଆଯାଇଛି । କିନ୍ତୁ ଯଦି ଲିଜଧାରୀ ଅନ୍ୟ ଅଞ୍ଚଳରୁ ବାଲି ଉଠାଉଥିବେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri