ବେଆଇନ ଚାଲିଛି ୨୦ରୁ ଊର୍ଦ୍ଧ୍ୱ ବାଲି ଖାଦାନ

ଚଣ୍ଡିଖୋଲ,୨୮।୨(ଡିଏନଏ): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ରହିଥିବା ୩ଟି ନଦୀରୁ ବ୍ୟାପକଭାବେ ବେଆଇନ ବାଲିଚାଲାଣ କରାଯାଉଛି। କୌଣସି ଗୋଟିଏ ଖାଦାନକୁ ଲିଜ ଦିଆଯାଇ ନ ଥିବାବେଳେ ସମସ୍ତ ବାଲିଘାଟ ବେଆଇନଭାବେ ଚାଲିଛି। ମାତ୍ର ରାଜସ୍ବ ବିଭାଗ ଓ ପୋଲିସର ନିରବତା ସନ୍ଦେହ ସୃଷ୍ଟି କରିଛି। ସୂଚନା ଥାଉକି, ଏହି ତହସିଲ ଅଧୀନରେ ବିରୂପା, ବଡ଼ଗେଙ୍ଗୁଟି ଓ କେଲୁଅ ନଦୀ ପ୍ରବାହିତ। ପ୍ରତ୍ୟେକ ନଦୀରେ ଖୁଲମଖୁଲା ଦିନ ଦି୍ବପ୍ରହରରେ ବେଆଇନ ବାଲିଚାଲାଣ କରାଯାଉଥିବାବେଳେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବିରୂପା ନଦୀର ଗଜେନ୍ଦ୍ରପୁର ଦେକୁଡ଼ି, ଚାରିନଙ୍ଗଳ, ମାଣ୍ଡୁକା, ନାନପୁରଠାରେ ଖାଦାନଗୁଡ଼ିକ ଚାଲୁଛି। ସେହିଭଳି ବଡ଼ଗେଙ୍ଗୁଟି ନଦୀର ଅରଖପୁର, ପାଇକରାପୁର, ବେଣାପୁର, ଖଡ଼ଇଙ୍ଗ, ବନମାଳିପୁର, ଅଚ୍ୟୁତବସନ୍ତ ଆଦି ସ୍ଥାନରେ ବେଆଇନ ବାଲିଘାଟ ଚାଲୁଥିବା ଦେଖିବାକୁ ମିଳୁଛି। ସେହିପରି କେଲୁଅ ନଦୀର ଚଣ୍ଡିଆ, ସାଉଡ଼ିଆ, ବାଲିକୁଦା ଓ ରଇପୁର ଆଦି ସ୍ଥାନରେ ବାଲିଘାଟ ଚାଲୁଥିବାବେଳେ ସେଠାକାର ରାଜସ୍ବ ନୀରିକ୍ଷକମାନେ ଏସବୁ ଜାଣି ମଧ୍ୟ ନିରବତା ଅବଲମ୍ବନ କରୁଛନ୍ତି। ଦୈନିକ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଥିବାବେଳେ ପ୍ରତ୍ୟେକ ବର୍ଷ ଏହିସବୁ ବାଲିଘାଟରୁ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବାଲି ବାହାରକୁ ଚାଲାଣ କରାଯାଉଛି। ଏଥିରେ ଟ୍ରାକ୍ଟର, ଡମ୍ପର ଓ ହାଇୱା ଆଦି ନିୟୋଜିତ ହେଉଛନ୍ତି। ବେଳେବେଳେ ତହସିଲ ତରଫରୁ ଚଢାଉ କରାଯାଇ ଲୋକ ଦେଖାଣିଆ ୨/୩ଟି ଗାଡ଼ିକୁ ଧରି ସେମାନଙ୍କଠାରୁ ଜରିମାନା ଆଦାୟ କରି ଦେଇ ବିଭାଗୀୟ ଅଧିକାରୀମାନେ ଚୁପଚାପ୍‌ ବସି ଯାଉଛନ୍ତି। ପୂର୍ବରୁ ଏହି ସବୁ ବାଲିଘାଟ ନିଲାମ କରାଯାଇ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ଆଦାୟ କରାଯାଇଥିବାର ଦୃଷ୍ଟାନ୍ତ ରହିଛି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ବରଣେନ୍ଦୁ ମହାନ୍ତିଙ୍କୁ ପଚାରିବାରେ, କୌଣସି ବାଲିଘାଟକୁ ନିଲାମ ଦିଆଯାଇ ନାହିଁ। ତେବେ ବିଭିନ୍ନ ସମୟରେ ଚଢାଉ କରାଯାଇ ଜୋରିମାନା ଆଦାୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ଇମ୍ପେରିୟାଲ୍ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ,ଯୋଗଦେଲେ ୧୯ ଜିଲ୍ଲାରୁ ୧୨୫ ପ୍ରତିଯୋଗୀ

ବଲାଙ୍ଗୀର,୨୮।୨ (ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଫଳ ବଜାର ପ୍ରାଙ୍ଗଣରେ କଳିଙ୍ଗ ବଡିବିଲଡିଂ ଆସୋସିଏଶନ ବଲାଙ୍ଗୀର ଶାଖା ତରଫରୁ ଇମ୍ପେରିୟାଲ କ୍ଲାସିକ ୨୦୨୬…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri