ବୁଲ୍‌ବୁଲ୍‌ କ୍ଷୟକ୍ଷତି ଆକଳନ: ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ସାମୁଦ୍ରିକ ଝଡ଼ ବୁଲ୍‌ବୁଲ ଯୋଗୁ କେତେ କ୍ଷୟକ୍ଷତି ହୋଇଛି ତା’ର ଆକଳନ କରିବା ଲାଗି କେନ୍ଦ୍ର ସରକାରଙ୍କ ଆନ୍ତଃ-ମନ୍ତ୍ରଣାଳୟର ଏକ ପ୍ରତିନିଧି ଦଳ ଆସନ୍ତା ୧୪ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବୁଲ୍‌ବୁଲ୍‌ କ୍ଷୟକ୍ଷତି ଆକଳନ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁ୍‌ଗ୍ମ ସଚିବ ସାହେଲି ଘୋଷ ରାୟଙ୍କ ନେତୃତ୍ୱରେ ଆନ୍ତଃ-ମନ୍ତ୍ରଣାଳୟ ପ୍ରତିନିଧି ଦଳ ଆସିବେ। ଏହି ପ୍ରତିନିଧି ଦଳରେ ଶକ୍ତି ମନ୍ତ୍ରଣାଳୟର ମୁଖ୍ୟ ଯନ୍ତ୍ରୀ ବନ୍ଦନା ସିଂଘାଲ, ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ କନ୍ସଲଟାଣ୍ଟ ଦୀନା ନାଥ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଉପସଚିବ ଏସ୍‌.ଏସ୍‌. ମୋଦି, କେନ୍ଦ୍ରୀୟ ଜଳ ଆୟୋଗ ସୁପରିଣ୍ଟେଣ୍ଡେଣ୍ଟ ଯନ୍ତ୍ରୀ ଅମରିଶ ପାଲ୍‌ ସିଂ, କୃଷି ବିଭାଗ ପାଟଣା ସ୍ଥିତ ଡିଆର୍‌ଡି ନିର୍ଦ୍ଦେଶକ ବୀରେନ୍ଦ୍ର ସିଂ ଓ ସଡ଼କ ପରିବହନ ମନ୍ତ୍ରଣାଳୟର ଭୁବନେଶ୍ୱର ଆଞ୍ଚଳିକ ଅଧିକାରୀ ସୁନୀଲ୍‌ କୁମାର ସାମିଲ ଅଛନ୍ତି। କେନ୍ଦ୍ରୀୟ ଟିମ୍‌ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଆଦି ଅଞ୍ଚଳ ବୁଲିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର, ୧୫।୭: ପ୍ରବଳ ବର୍ଷା ପାଇଁ ଆଜି ପୁରୀ ଜିଲାରେ ସମସ୍ତ ସ୍କୁଲ ବନ୍ଦ ରହିବ। ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ ଛୁଟି ଘୋଷଣା।…

କଫ ସିରପ୍‌ର ହବ୍‌ ପାଲଟିଛି ବରଗଡ଼: ରାଜଧାନୀକୁ ଚେର

ବରଗଡ଼,୧୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ନିଶା କାରବାରର ହବ ପାଲଟିଛି। ଏଠାରେ କଫ୍‌ ସିରପଠାରୁ ଆରମ୍ଭ କରି ଗଞ୍ଜେଇ, ବ୍ରାଉନସୁଗାର ଆଦି ନିଶା କାରବାର ଚାଲିଛି। ପୋଲିସ ଥରକୁଥର ଚଢ଼ାଉ…

ଜୋର୍‌ଦାର ହେଲା ଆମେରିକା-ଇରାନ ଯୁଦ୍ଧ: ଭୟରେ ଥରହର ସାରା ବିଶ୍ୱ

ଦୁବାଇ,୧୫ା୭: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ସୁରକ୍ଷିତ ଜାହାଜ ଚଳାଚଳ ପାଇଁ ଆମେରିକା ୨୦ ପ୍ରତିଶତ ଟିକସ ଲଗାଇବା ସହ ଇରାନୀୟ ବନ୍ଦରଗୁଡ଼ିକ ଉପରେ ପୁଣିଥରେ ଅବରୋଧ ଲଗାଇବାକୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଭୀଷଣ ବର୍ଷା ଆଲର୍ଟ

ଭୁବନେଶ୍ୱର,୧୫।୭: ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଏହି ଲଘୁଚାପ। ବୁଧବାର ସକାଳ ୫.୩୦ରେ…

ବ୍ରେକ ଡାଉନ ଟ୍ରକ ପଛ ପଟେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ପଦ୍ମପୁର ରାସ୍ତାର କରକଚିଆ ସ୍କୁଲ ନିକଟରେ ବ୍ରେକ ଡାଉନ ପଡ଼ିଥିବା ଏକ ଟ୍ରକ ପଛପଟେ ମଙ୍ଗଳବାର ରାତିରେ…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ଶେଷରେ ବିଜୟ ସ୍ବାଦ ଚାଖିଲା ଭାରତ: ଇଂଲଣ୍ଡକୁ କଲା ଧରାଶାୟୀ

ବର୍ମିଂହାମ୍‌,୧୫ା୭: ଚଳିତ ଇଂଲଣ୍ଡ ଟୁର୍‌ରେ ଲଗାତର ୪ ପରାଜୟ ପରେ ମଙ୍ଗଳବାର ଭାରତୀୟ ଦଳ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ…

ଜରାଜୀର୍ଣ୍ଣ ଘରେ ଜୀବନ କାଟୁଛନ୍ତି ତ୍ରିପୁରା: ସରକାରୀ ସହାୟତା ଅପେକ୍ଷାରେ …

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ):ବୟସର ଅପରାହ୍ନରେ ଜୀବନ ସହ ଲଢେଇ କରୁଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଲତରପାଲି ଗ୍ରାମର ୭୭ ବର୍ଷୀୟା ଅସହାୟ ବୃଦ୍ଧା ତ୍ରିପୁରା ମହାନନ୍ଦ। ସ୍ବାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri