Posted inଖେଳ

ଶେଷରେ ବିଜୟ ସ୍ବାଦ ଚାଖିଲା ଭାରତ: ଇଂଲଣ୍ଡକୁ କଲା ଧରାଶାୟୀ

ବର୍ମିଂହାମ୍‌,୧୫ା୭: ଚଳିତ ଇଂଲଣ୍ଡ ଟୁର୍‌ରେ ଲଗାତର ୪ ପରାଜୟ ପରେ ମଙ୍ଗଳବାର ଭାରତୀୟ ଦଳ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତ ୬ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଆସନ୍ତା ୧୬ ତାରିଖରେ କାର୍ଡିଫ୍‌ଠାରେ ଖେଳାଯିବ।
ବ୍ୟାଟିଂ କରିଥିବା ଇଂଲଣ୍ଡକୁ ବେନ ଡକେଟ(୪୩ ରନ, ୬ ଚୌକା ଓ ୨ ଛକା) ଓ ଜେକବ ବେଥେଲ (୧୪) ୬୧ ରନର ଆରମ୍ଭ ପ୍ରଦାନ କରିଥିଲେ। କିନ୍ତୁ ୧୩ତମ ଓଭରରେ ଗ୍ରୁନୁର ବ୍ରାର ଉଭୟ ଓପ୍‌ନରଙ୍କୁ ପାଭିଲିଅନ ପଠାଇଦେଇଥିଲେ। ଏହାପରେ ଦଳ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। ଏକଦା ୧୨ ଓଭରରେ ବିନା ଉଇକେଟରେ ୬୧ ରନ୍‌ କରିଥିବା ଇଂଲଣ୍ଡ ୨୨ ଓଭର ସୁଦ୍ଧା ୧୦୭ ରନରେ ୬ ଉଇକେଟ ହରାଇଥିଲା। ଏଭଳି ସ୍ଥିତିରେ ଅଭିଜ୍ଞ ଜୋ ରୁଟ୍‌ ଓ ଲିଆମ ଡସନ ସପ୍ତମ ଉଇକେଟରେ ୧୨୧ ରନ ଯୋଡ଼ିଥିଲେ। ଡସନ ୬ ଚୌକା ଓ ୧ ଛକା ସହିତ ୬୮ ରନ କରି ୪୪ତମ ଓଭରରେ ଆଉଟ୍‌ ହୋଇଥିଲେ। ଏହାପରେ ୩୦ ରନ୍‌ ମଧ୍ୟରେ ଘରୋଇ ଦଳ ତା’ର ବଳକା ୩ ଉଇକେଟ ହରାଇଥିଲା। ଫଳରେ ଇଂଲଣ୍ଡ ୪୭.୫ ଓଭରରେ ୨୫୮ ରନ କରି ଅଲଆଉଟ୍‌ ହୋଇଯାଇଥିଲା। ରୁଟ୍‌ ୭୬ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଭାରତ ପାଇଁ ଅକ୍ଷର ପଟେଲ ୪ ଉଇକେଟ ନେଇଥିବା ବେଳେ ଗ୍ରୁନୁର ବ୍ରାର ଓ ପ୍ରସିଦ୍ଧ କ୍ରିଷ୍ଣା ୨ଟି ଲେଖାଏ ଉଇକେଟ ହାତେଇଥିଲେ। ଜବାବରେ ଭାରତ ବ୍ୟାଟିଂ ଆରମ୍ଭରୁ ଦୁଇ ସିନିୟର ବ୍ୟାଟର ରୋହିତ ଶର୍ମା(୧୧) ଓ ବିରାଟ କୋହଲି (୫)ଙ୍କ ଉଇକେଟ ହରାଇଥିଲା। ଅଧିନାୟକ ଗିଲ୍‌ ଓ ଶ୍ରେୟସ ଆୟାର ତୃତୀୟ ଉଇକେଟରେ ୧୦୧ ରନ ଯୋଡ଼ିଥିଲେ। ହେଲେ ୧୧ ଚୌକା ଓ ୧ ଛକା ସହିତ ୮୦ ରନ୍‌ରେ ଖେଳୁଥିବା ଗିଲ୍‌ ରିଟାୟର୍ଡ ହର୍ଟ ହୋଇ ପାଭଲିଅନ ଫେରିଯାଇଥିଲେ। ଆୟାର (୩୫) ରନ ଆଉଟ୍‌ ହୋଇଥିବା ବେଳେ ଲୋକେଶ ରାହୁଲ (୧) ଫେଲ୍‌ ମାରିଥିଲେ। ଏହାପରେ ଅକ୍ଷର ପଟେଲ ଓ ଓ୍ବାଶିଂଟନ ସୁନ୍ଦର ଅବିଭାଜିତ ପଞ୍ଚମ ଉଇକେଟରେ ୧୦୨ ରନ ଯୋଡ଼ି ଦଳକୁ ଜିତାଇଥିଲେ। ଭାରତ ୪୫.୨ ଓଭରରେ ୪ ଉଇକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା। ଅକ୍ଷର ୫୭ (୫ ଚୌକା ଓ ୧ ଛକା) ଓ ସୁନ୍ଦର ୫୨ (୪ ଚୌକା ଓ ୧ ଛକା) ରନ୍‌କରି ଅପରାଜିତ ରହିଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ: ୪୭.୫ ଓଭରରେ ୨୫୮/ଅଲଆଉଟ୍‌ (ଜୋ ରୁଟ୍‌-୭୬, ଲିଆମ ଡସନ-୬୮, ବେନ ଡକେଟ-୪୩ , ଅକ୍ଷର ପେଟଲ-୪/୬୨, ପ୍ରସିଦ୍ଧ କ୍ରିଷ୍ଣା-୨/୫୦, ଗୁରନୁର ବ୍ରାର-୨/୬୦)। ଭାରତ: ୪୫.୨ ଓଭରରେ ୨୬୨/୪ (ଶୁବମନ ଗିଲ୍‌-୮୦, ଅକ୍ଷର ପଟେଲ.-୫୭*, ଓ୍ବାଶିଂଟନ ସୁନ୍ଦର-୫୨*, ଜୋଶ୍‌ ଟଙ୍ଗ୍‌-୧/୫୦)।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ସ୍ବତନ୍ତ୍ର କାରାଗାରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: କର୍ମଚାରୀ ଅଭାବ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ବେସରକାରୀ ପରିଦର୍ଶକମାନେ ଗଞ୍ଜାମ ଜିଲା ଭଞ୍ଜନଗର ସ୍ବତନ୍ତ୍ର କାରାଗାରକୁ ଯାଇ ସେମାନଙ୍କ ଖାଦ୍ୟ, ସ୍ବାସ୍ଥ୍ୟସେବା, ସର୍ବୋପରି ଜେଲ ପରିସର ପରିଷ୍କାର ଓ ପରିଚ୍ଛନ୍ନତା ଉପରେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଆଗରେ ବର୍ଷିଲେ ମୋଦି: କହିଲେ, ବନ୍ଦ କର ନଚେତ୍‌…

ନୂଆଦିଲ୍ଲୀ,୧।୯: ସାଂଘାଇ ସହଯୋଗ ସଂଗଠନ (SCO)ର ୨୬ତମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ପ୍ରସଙ୍ଗରେ ଏକ ଦୃଢ଼ ମତ ଗ୍ରହଣ କରି କହିଛନ୍ତି। କେବଳ…

ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆହତ; ଆଫଗାନିସ୍ତାନ ଟି-୨୦ ସିରିଜ ପାଇଁ ଫେରିବେ ନାହିଁ!

ନୂଆଦିଲ୍ଲୀ,୧।୯: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରେ ଆଉ ଏକ ଝଟକା ଲାଗିଛି। ସେପ୍ଟେମ୍ବର ୧୩ରୁ ଆରମ୍ଭ ହେଉଥିବା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ସେ…

ନେପାଳ ବନ୍ୟାର ଛାତିଥରା ଦୃଶ୍ୟ; ଗୋଟିଏ ଘରୁ ମିଳିଲା ୨୩ ମୃତଦେହ, ମା’ କୋଳକୁ ଜାବୁଡ଼ି ଧରିଥିଲା ଛୁଆ

କାଠମାଣ୍ଡୁ,୧।୯: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଧ୍ୱଂସର ଚିତ୍ର ଦିନକୁ ଦିନ ସାମ୍ନାକୁ ଆସୁଛି । ବନ୍ୟାରେ ଏପର୍ଯ୍ୟନ୍ତ ୯୬୨ ଜଣଙ୍କ ମୃତ୍ୟୁ ହୋଇଥିବା…

ବିବାହର ମାତ୍ର ୫ ମାସ ପରେ ଛାଡ଼ପତ୍ର ନେଲେ ବାଦ୍‌ଶାହା: ପୋଷ୍ଟ ଶେୟାର କରି କହିଲେ…

ରାପର୍‌ ବାଦଶାହା ଏବଂ ପଞ୍ଜାବୀ ଅଭିନେତ୍ରୀ ଈଶା ରିଖିଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି। ବିବାହର ମାତ୍ର ପାଞ୍ଚ ମାସ ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପାଲଟିଛି ବସଷ୍ଟାଣ୍ଡ୍‌: ବସ୍‌ ହର୍ନରେ ଅସ୍ତବ୍ୟସ୍ତ ରୋଗୀ

ଦାରିଙ୍ଗବାଡି,୧।୯(ଅରୁଣ ସାହୁ):କନ୍ଧମାଳ ଜିଲାର ବୃହତ ବ୍ଲକ ଭାବେ ଜଣାଶୁଣା ଦାରିଙ୍ଗବାଡିରେ ଏବେ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଯାତ୍ରୀବାହୀ ବସର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତେବେ…

ଚାଇନା ଗଣମାଧ୍ୟମରେ ଦୃଶ୍ୟ ହେଉନି ନେପାଳ ବନ୍ୟା! ଜିନ ପିଙ୍ଗଙ୍କ ଏକଛତ୍ରବାଦୀ ଶାସନକୁ ନେଇ ହେଉଛି ଆଲୋଚନା, କ’ଣ ରହିଛି ଏହା ପଛର କାରଣ ଜାଣନ୍ତୁ

ବେଜିଂ,୧।୯: ୨୬ ଅଗଷ୍ଟ, ୨୦୨୬ରେ ନେପାଳ-ତିବ୍ଦତ ସୀମାରେ ଘଟିଥିବା ଭୟଙ୍କର ବନ୍ୟା ଏବଂ ମାଟି ଧସିବା କେବଳ ବ୍ୟାପକ କ୍ଷୟକ୍ଷତି ଘଟାଇ ନଥିଲା ବରଂ ଚାଇନାର ସୂଚନା…

ଜିଲା ମୁଖ୍ୟାଳୟ ଚାଲ ଅଭିଯାନ: ସାମିଲ ହେଲେ ଶତାଧିକ ଡ୍ରାଇଭର

ଦାରିଙ୍ଗବାଡି, ୧।୯ (ଅରୁଣ ସାହୁ):ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମଙ୍ଗଳବାର ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ପାଇଁ ଶତାଧିକ ଡ୍ରାଇଭର ଦାରିଙ୍ଗବାଡିରୁ ଫୁଲବାଣୀକୁ ଗସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri