Posted inଜାତୀୟ

‘ଚୌକିଦାର ଚୋର୍‌ ହୈ’ ମନ୍ତବ୍ୟ: ରାହୁଲଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା ସୁପ୍ରିମ୍‌କୋର୍ଟରେ ମଞ୍ଜୁର

ନୂଆଦିଲ୍ଲୀ,୧୪।୧୧: ସୁପ୍ରିମ୍‌କୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନାକୁ ମଞ୍ଜୁର କରିଛନ୍ତି। ସେ ରାଫାଲ୍‌ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ‘ଚୌକିଦାର ଚୋର୍‌ ହୈ’ ମନ୍ତବ୍ୟ ଦେଇଥିଲେ। ଏହାକୁ ଶୀର୍ଷ ଅଦାଲତ ମଞ୍ଜୁର କରିବା ସହିତ ରାହୁଲଙ୍କୁ ଭବିଷ୍ୟତରେ ଏଭଳି ନ କରିବା ଲାଗି ପରାମର୍ଶ ଦେଇଛନ୍ତି। କଂଗ୍ରେସ ଭଳି ରାଜନୈତିକ ଦଳର ବଡ଼ ନେତାଙ୍କୁ ଏପରି ମନ୍ତବ୍ୟ ଦେବା ପୂର୍ବରୁ ସଚେତନ ହେବାର ଆବଶ୍ୟକତା ରହିଥିବା ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ସୂଚନାଯୋଗ୍ୟ, ୧୦ ଏପ୍ରିଲ୍‌ରେ ରାହୁଲ ରାଫାଲ୍‌ ମାମଲାରେ ମୋଦିଙ୍କ ବିରୋଧରେ ‘ଚୌକିଦାର ଚୋର୍‌ ହୈ’ ମନ୍ତବ୍ୟ ଦେଇଥିଲେ। ଏନେଇ ଭାଜପା ସଦସ୍ୟ ମୀନାକ୍ଷୀ ଲେଖୀ ସୁପ୍ରିମ୍‌ କୋର୍ଟରେ ଏକ ଅଭିଯୋଗ ଦାଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚିନ୍ତା ବଢାଇଲା କରୋନା; ଗଞ୍ଜାମରେ ଜାରି ହେଲା ହାଇଆଲର୍ଟ, ଏହି ସବୁ ଲକ୍ଷଣ ଦେଖାଗଲେ…

ଛତ୍ରପୁର, ୧୫।୭ (ଦିଲ୍ଲୀପ ସାମଲ ): ଦୀର୍ଘ ବର୍ଷ ଧରି ଥମି ଯାଇଥିବା କରୋନା ଭାଇରସ ପୁଣିଥରେ ସଂକ୍ରମିତ ହେବା ଆରମ୍ଭ ହୋଇଥିବା ଜଣାପଡିଛି। ଆନ୍ଧ୍ରରେ କୋଭିଡ…

କଳାହାଣ୍ଡି ଜଳସେଚନ ବିଭାଗ: ଜାଲ୍‌ ଦସ୍ତଖତ କରି ଟେଣ୍ଡର ଫିକ୍ସିଂ ଅଭିଯୋଗ, ଫୋରେନ୍‌ସିକ ଯାଞ୍ଚ ଦାବିକଲା…

ଭବାନୀପାଟଣା,୧୫।୭(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଜଳସେଚନ ବିଭାଗରେ କୋଟି କୋଟି ଟଙ୍କାର ମେଗା ଟେଣ୍ଡରକୁ ନେଇ ଆସିଛି ସଙ୍ଗିନ ଅଭିଯୋଗ। ଜଣେ ଠିକାଦାରଙ୍କ ନାମରେ ଜାଲ୍‌…

ଭୟଙ୍କର ରୂପ ନେଲା ଯୁଦ୍ଧ: ୟୁକ୍ରେନ ଉପରେ ୩ହଜାର କେଜିର ବୋମା ମାଡ଼, ସାରା ବିଶ୍ୱ ସ୍ତବ୍ଧ

ରୁଷିଆ,୧୫।୭: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭୟଙ୍କର ରୂପ ନେଇଛି। ସୋମବାର ରୁଷିଆ ସେନା ୟୁକ୍ରେନର ଜାପୋରିଝିଆ ଅନ୍ତର୍ଗତ ଓରିଖୋଭ ସହର ଉପରେ…

୫୦୦୦ ଟଙ୍କା ପାଇଁ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ ପଡ଼ୋଶୀ

ପାଟନ୍‌,୧୫।୭: ମାତ୍ର ୫୦୦୦ଟଙ୍କା ଋଣ କାରବାରକୁ କେନ୍ଦ୍ରକରି ଗୁଜରାଟର ପାଟନ୍‌ ଜିଲାରେ ପିଙ୍କିବେନ ପଟନୀ(୩୫) ନାମକ ଜଣେ ବିଧବା ମହିଳାଙ୍କୁ ପଡ଼ୋଶୀ ବାବୁଭାଇ ରାବଲ୍‌ ପେଟ୍ରୋଲ ଢାଳି…

ଏହି ଜିଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର, ୧୫।୭: ପ୍ରବଳ ବର୍ଷା ପାଇଁ ଆଜି ପୁରୀ ଜିଲାରେ ସମସ୍ତ ସ୍କୁଲ ବନ୍ଦ ରହିବ। ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ ଛୁଟି ଘୋଷଣା।…

କଫ ସିରପ୍‌ର ହବ୍‌ ପାଲଟିଛି ବରଗଡ଼: ରାଜଧାନୀକୁ ଚେର

ବରଗଡ଼,୧୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ନିଶା କାରବାରର ହବ ପାଲଟିଛି। ଏଠାରେ କଫ୍‌ ସିରପଠାରୁ ଆରମ୍ଭ କରି ଗଞ୍ଜେଇ, ବ୍ରାଉନସୁଗାର ଆଦି ନିଶା କାରବାର ଚାଲିଛି। ପୋଲିସ ଥରକୁଥର ଚଢ଼ାଉ…

ଜୋର୍‌ଦାର ହେଲା ଆମେରିକା-ଇରାନ ଯୁଦ୍ଧ: ଭୟରେ ଥରହର ସାରା ବିଶ୍ୱ

ଦୁବାଇ,୧୫ା୭: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ସୁରକ୍ଷିତ ଜାହାଜ ଚଳାଚଳ ପାଇଁ ଆମେରିକା ୨୦ ପ୍ରତିଶତ ଟିକସ ଲଗାଇବା ସହ ଇରାନୀୟ ବନ୍ଦରଗୁଡ଼ିକ ଉପରେ ପୁଣିଥରେ ଅବରୋଧ ଲଗାଇବାକୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଭୀଷଣ ବର୍ଷା ଆଲର୍ଟ

ଭୁବନେଶ୍ୱର,୧୫।୭: ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଏହି ଲଘୁଚାପ। ବୁଧବାର ସକାଳ ୫.୩୦ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri