ବୀର ସଂଗ୍ରାମୀଙ୍କୁ ଝୁରୁଛି ବରୀ ମାଟି: ସ୍ମୃତିପୀଠ, ସଂଗ୍ରାମୀ ଭବନର ପାଚେରୀ ନିର୍ମାଣ ଦାବି

ବରୀ/ରତ୍ନଗିରି,୧୫।୮(ସ୍ବ.ପ୍ର/ଡି.ଏନ୍‌.ଏ.)- ଆଜି ଭାରତବର୍ଷ ୭୩ ତମ ସ୍ବାଧୀନତା ଦିବସ ପାଳନ ନେଇ ଉତ୍ସବମୁଖର ହୋଇଛି। ହେଲେ ଯାଜପୁର ଜିଲା ବୀରମାଟି ବରୀରେ ଚଳିତ ବର୍ଷ ଗୋଟିଏ ଦିନରେ ସ୍ବାଧୀନତା ଦିବସ ଓ ଶହୀଦ ଦିବସ ପାଳନ ହେଉଛି। ୧୯୪୨ ଅଗଷ୍ଟ ଗହ୍ମା ପୂର୍ଣ୍ଣିମା ଦିନ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଥିବାବେଳେ କଳାମାଟିଆଠାରେ ବ୍ରିଟିଶ ଫଉଜଙ୍କ ଗୁଳିରେ ଟଳି ପଡ଼ିଥିଲେ ବରୀପୁତ୍ର ସାଉଁଟ ମଲ୍ଳିକ୍‌୍‌, ସାନନ୍ଦ ସ୍ବାଇଁ, ହାଡ଼ିବନ୍ଧୁ ପଣ୍ଡା ଓ ମାୟାଧର ଭୂୟାଁ। ରକ୍ତ ରଞ୍ଜିତ ହୋଇଥିଲା କଳାମାଟିଆ ଗ୍ରାମ। ଇତିହାସର ଅମର ପୃଷ୍ଟାରେ ଏହି ମହାନ ବୀରପୁତ୍ରମାନେ ସଦା ସର୍ବଦା ସ୍ମରଣୀୟ ରହିଛନ୍ତି। ଏହି ମହାନ୍‌ ଦେଶପ୍ରେମୀଙ୍କୁ ସଦା ସ୍ମରଣୀୟ ପାଇଁ ସ୍ଥାନୀୟ ବରୀପାଳଠାରେ ମୁଖ୍ୟମନ୍ତ୍ରୀ ୧୨ା୧୨ା୨୦୦୬ରେ ତତ୍କକାଳୀନ ପର୍ଯ୍ୟଟନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ସଂଗ୍ରାମୀ ଭବନର ଉଦ୍‌ଘାଟନ କରିଥିଲେ। ସେହିପରି ବୀରପୁତ୍ରଙ୍କ ମୃତ୍ୟୁ ସ୍ଥଳରେ ଶହୀଦ ସ୍ମୃତି ସ୍ତମ୍ଭ କରାଯାଇଛି। ହେଲେ ଉଭୟସ୍ଥାନର ସୁରକ୍ଷା ପାଇଁ ପାଚେରୀ ନିର୍ମାଣ କରାଯାଇ ନ ଥିବାରୁ ଗୋରୁ ଓ ଛେଳି ପଶୁଛନ୍ତି। ଏପରିକି ରାତ୍ରରେ ଅସାମାଜିକ ବ୍ୟକ୍ତି ବିଶେଙ୍କ ଆଡ୍ଡାସ୍ଥଳି ପାଲଟିଛି। ସେହିପରିି ପିଣ୍ଡି ନିର୍ମାଣ ହୋଇଥିଲେ ବି ଶହୀଦ ବୀର ପୁତ୍ରଙ୍କ ତୈଳଚିତ୍ର ନ ରହିବା ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷେ ବରୀରେ ବୀର ଗାଥା ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ନେତୃତ୍ୱରେ ଶହୀଦ ସ୍ତମ୍ଭ ଜାଗାଟିକୁ ଏବେ ସରକାରୀ ରେକର୍ଡ଼ଭୁକ୍ତ କରାଯାଇଛି। ପୂର୍ବରୁ ଏହି ଜାଗାଟି ଘରୋଇ ମାଲିକାନାରେ ରହିଥିଲା। ଏ ନେଇ ଏକ ଟ୍ରଷ୍ଟ ଗଠନ କରାଯାଇଥିବା ଜଣାପଡ଼ିଛି । ବିଶ୍ୱ ମାନଚିତ୍ରରେ ଏହାକୁ ସ୍ଥାନ ଦେବା ପାଇଁ ଏଠାରେ ଶହୀଦ ଭବନ ନିର୍ମାଣ କରାଯିବା ସହିତ ଶହୀଦଙ୍କ ପ୍ରତିମୂର୍ତ୍ତି ଓ ସ୍ବାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିଥିବା ବୀର ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ନିଷ୍ପତି ନିଆଯାଇଛି। ସ୍ବାଧୀନତା ଦିବସ ଓ ଶହୀଦ ଦିବସ ପାଳନକୁ ନେଇ ଆଜି ବିଧାୟିକା ଦାସ ଓ ଯାଜପୁୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲାପାଳ ରଞ୍ଜନ କୁମାର ଦାସ ଉପସ୍ଥିତ ରହି ଶହୀଦଙ୍କ ସ୍ମୃୃତି ଚାରଣ କରିବେ । ଏ ନେଇ ଶହୀଦ୍‌ ପୀଠରେ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି।
ପ୍ରକାଶ ଯେ, ଭାରତଛାଡ ଆନ୍ଦୋଳନକୁ ନେଇ ବରୀ ବ୍ଲକ କୃଷ୍ଣନଗରର ଧ୍ରୁବ ଭୂୟାଁଙ୍କ ନେତୃତ୍ୱରେ ବେସିକ ସ୍କୁଲ୍‌୍‌ ପାଖରେ (ବର୍ତ୍ତମାନର ୟୁପି ସ୍କୁଲ୍‌) ଗମ୍ମୁଠାରୁ ହାଟ ସାହି ପର୍ଯ୍ୟନ୍ତ ଅନେକ କଂଗ୍ରେସ କର୍ମୀ ଯାଇ କାଇପଡ଼ାରେ ପହଞ୍ଚତ୍ଥିଲେ। ସେଠାରେ ପୂର୍ବ ରାତିରେ ପୋଷ୍ଟଅଫିସ୍‌ ପୋଡ଼ିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହା ଜାଣିବା ପରେ ବ୍ରିଟିଶ ଫଉଜ ମାଜିଷ୍ଟ୍ରେଟ୍‌ କଳାମାଟିଆ ନିକଟବର୍ତ୍ତୀ ଦୁଧେଇ ନାଲ ପାଖରେ ପହଞ୍ଚତ୍ଥିଲେ। ଦୁଧେଇ ନାଳରେ ବ୍ରିଟିଶ୍‌ ଫଉଜ ୨ଟି ଡ଼ଙ୍ଗାରେ କଳାମାଟିଆରୁ କାଇପଡ଼ାରେ ପହଞ୍ଚତ୍ଥିଲେ। ସଭାସ୍ଥଳରେ ପହଞ୍ଚତ୍ କେତେଜଣ ନେତାଙ୍କୁ ନେଇ ଏକ ମାଇଲ ଦୂର କଳାମାଟିଆ ପର୍ଯ୍ୟନ୍ତ ଚଲାଇ ଚଲାଇ ନେଇଥିଲେ। ଏହାପରେ ଅନ୍ୟ କର୍ମୀମାନେ ସେମାନଙ୍କ ପଛେ ପଛେ ଆସିଥିଲେ। ଏତେ ଲୋକଙ୍କୁ ଦେଖି ବିଚଳିତ ହୋଇ ଡିଏସ୍‌ପି ଲକ୍ଷ୍ମଣ ମିଶ୍ର ଫାଙ୍କା ଗୁଳି ଚାଳନା କରିଥିଲେ। ଏହା ଦେଖି ହାଟ ସାହିର ମାୟାଧର ଭୂୟାଁଁ ଇଂରେଜ୍‌ ଫଉଜଙ୍କୁ ମାଡି ବସିଥିଲେ। ଏହାପରେ ପୋଲିସ୍‌ ତାଙ୍କୁ ବନ୍ଧୁକ ବାଇଓନେଟ୍‌ରେ ହତ୍ୟା କରିଥିଲେ। ଏହାକୁ ନେଇ ସେଠାରେ ରଣକ୍ଷେତ୍ର ପାଲଟିଥିଲା। ଇଂରେଜ ଫଉଜରଙ୍କ ଗୁଳିଚାଳନାରେ ଶ୍ରୀରାମପୁର ସାଉଁଟି ମଳିକ, କୃଷ୍ଣ ନଗରର ସାନନ୍ଦ ସ୍ବାଇଁ ଓ ହାଡ଼ିବନ୍ଧୁ ପଣ୍ଡା ଟଳିପଡିଥିଲେ। ଏହିଭଳି ୪ଜଣ ଶହୀଦଙ୍କ ପବିତ୍ର ବଳିଦାନରେ କଳାମାଟିିଆ ରକ୍ତରଞ୍ଜିତ ହୋଇଥିଲ। ସେବେଠାରୁ ଇତିହାସର ଅମର ପୃଷ୍ଠାରେ କଳାମାଟିଆ ଏକ ଅଲିଭା ପଂକ୍ତି ହୋଇ ରହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri