ବୀର ସଂଗ୍ରାମୀଙ୍କୁ ଝୁରୁଛି ବରୀ ମାଟି: ସ୍ମୃତିପୀଠ, ସଂଗ୍ରାମୀ ଭବନର ପାଚେରୀ ନିର୍ମାଣ ଦାବି

ବରୀ/ରତ୍ନଗିରି,୧୫।୮(ସ୍ବ.ପ୍ର/ଡି.ଏନ୍‌.ଏ.)- ଆଜି ଭାରତବର୍ଷ ୭୩ ତମ ସ୍ବାଧୀନତା ଦିବସ ପାଳନ ନେଇ ଉତ୍ସବମୁଖର ହୋଇଛି। ହେଲେ ଯାଜପୁର ଜିଲା ବୀରମାଟି ବରୀରେ ଚଳିତ ବର୍ଷ ଗୋଟିଏ ଦିନରେ ସ୍ବାଧୀନତା ଦିବସ ଓ ଶହୀଦ ଦିବସ ପାଳନ ହେଉଛି। ୧୯୪୨ ଅଗଷ୍ଟ ଗହ୍ମା ପୂର୍ଣ୍ଣିମା ଦିନ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଥିବାବେଳେ କଳାମାଟିଆଠାରେ ବ୍ରିଟିଶ ଫଉଜଙ୍କ ଗୁଳିରେ ଟଳି ପଡ଼ିଥିଲେ ବରୀପୁତ୍ର ସାଉଁଟ ମଲ୍ଳିକ୍‌୍‌, ସାନନ୍ଦ ସ୍ବାଇଁ, ହାଡ଼ିବନ୍ଧୁ ପଣ୍ଡା ଓ ମାୟାଧର ଭୂୟାଁ। ରକ୍ତ ରଞ୍ଜିତ ହୋଇଥିଲା କଳାମାଟିଆ ଗ୍ରାମ। ଇତିହାସର ଅମର ପୃଷ୍ଟାରେ ଏହି ମହାନ ବୀରପୁତ୍ରମାନେ ସଦା ସର୍ବଦା ସ୍ମରଣୀୟ ରହିଛନ୍ତି। ଏହି ମହାନ୍‌ ଦେଶପ୍ରେମୀଙ୍କୁ ସଦା ସ୍ମରଣୀୟ ପାଇଁ ସ୍ଥାନୀୟ ବରୀପାଳଠାରେ ମୁଖ୍ୟମନ୍ତ୍ରୀ ୧୨ା୧୨ା୨୦୦୬ରେ ତତ୍କକାଳୀନ ପର୍ଯ୍ୟଟନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ସଂଗ୍ରାମୀ ଭବନର ଉଦ୍‌ଘାଟନ କରିଥିଲେ। ସେହିପରି ବୀରପୁତ୍ରଙ୍କ ମୃତ୍ୟୁ ସ୍ଥଳରେ ଶହୀଦ ସ୍ମୃତି ସ୍ତମ୍ଭ କରାଯାଇଛି। ହେଲେ ଉଭୟସ୍ଥାନର ସୁରକ୍ଷା ପାଇଁ ପାଚେରୀ ନିର୍ମାଣ କରାଯାଇ ନ ଥିବାରୁ ଗୋରୁ ଓ ଛେଳି ପଶୁଛନ୍ତି। ଏପରିକି ରାତ୍ରରେ ଅସାମାଜିକ ବ୍ୟକ୍ତି ବିଶେଙ୍କ ଆଡ୍ଡାସ୍ଥଳି ପାଲଟିଛି। ସେହିପରିି ପିଣ୍ଡି ନିର୍ମାଣ ହୋଇଥିଲେ ବି ଶହୀଦ ବୀର ପୁତ୍ରଙ୍କ ତୈଳଚିତ୍ର ନ ରହିବା ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷେ ବରୀରେ ବୀର ଗାଥା ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ନେତୃତ୍ୱରେ ଶହୀଦ ସ୍ତମ୍ଭ ଜାଗାଟିକୁ ଏବେ ସରକାରୀ ରେକର୍ଡ଼ଭୁକ୍ତ କରାଯାଇଛି। ପୂର୍ବରୁ ଏହି ଜାଗାଟି ଘରୋଇ ମାଲିକାନାରେ ରହିଥିଲା। ଏ ନେଇ ଏକ ଟ୍ରଷ୍ଟ ଗଠନ କରାଯାଇଥିବା ଜଣାପଡ଼ିଛି । ବିଶ୍ୱ ମାନଚିତ୍ରରେ ଏହାକୁ ସ୍ଥାନ ଦେବା ପାଇଁ ଏଠାରେ ଶହୀଦ ଭବନ ନିର୍ମାଣ କରାଯିବା ସହିତ ଶହୀଦଙ୍କ ପ୍ରତିମୂର୍ତ୍ତି ଓ ସ୍ବାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିଥିବା ବୀର ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ନିଷ୍ପତି ନିଆଯାଇଛି। ସ୍ବାଧୀନତା ଦିବସ ଓ ଶହୀଦ ଦିବସ ପାଳନକୁ ନେଇ ଆଜି ବିଧାୟିକା ଦାସ ଓ ଯାଜପୁୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲାପାଳ ରଞ୍ଜନ କୁମାର ଦାସ ଉପସ୍ଥିତ ରହି ଶହୀଦଙ୍କ ସ୍ମୃୃତି ଚାରଣ କରିବେ । ଏ ନେଇ ଶହୀଦ୍‌ ପୀଠରେ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି।
ପ୍ରକାଶ ଯେ, ଭାରତଛାଡ ଆନ୍ଦୋଳନକୁ ନେଇ ବରୀ ବ୍ଲକ କୃଷ୍ଣନଗରର ଧ୍ରୁବ ଭୂୟାଁଙ୍କ ନେତୃତ୍ୱରେ ବେସିକ ସ୍କୁଲ୍‌୍‌ ପାଖରେ (ବର୍ତ୍ତମାନର ୟୁପି ସ୍କୁଲ୍‌) ଗମ୍ମୁଠାରୁ ହାଟ ସାହି ପର୍ଯ୍ୟନ୍ତ ଅନେକ କଂଗ୍ରେସ କର୍ମୀ ଯାଇ କାଇପଡ଼ାରେ ପହଞ୍ଚତ୍ଥିଲେ। ସେଠାରେ ପୂର୍ବ ରାତିରେ ପୋଷ୍ଟଅଫିସ୍‌ ପୋଡ଼ିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହା ଜାଣିବା ପରେ ବ୍ରିଟିଶ ଫଉଜ ମାଜିଷ୍ଟ୍ରେଟ୍‌ କଳାମାଟିଆ ନିକଟବର୍ତ୍ତୀ ଦୁଧେଇ ନାଲ ପାଖରେ ପହଞ୍ଚତ୍ଥିଲେ। ଦୁଧେଇ ନାଳରେ ବ୍ରିଟିଶ୍‌ ଫଉଜ ୨ଟି ଡ଼ଙ୍ଗାରେ କଳାମାଟିଆରୁ କାଇପଡ଼ାରେ ପହଞ୍ଚତ୍ଥିଲେ। ସଭାସ୍ଥଳରେ ପହଞ୍ଚତ୍ କେତେଜଣ ନେତାଙ୍କୁ ନେଇ ଏକ ମାଇଲ ଦୂର କଳାମାଟିଆ ପର୍ଯ୍ୟନ୍ତ ଚଲାଇ ଚଲାଇ ନେଇଥିଲେ। ଏହାପରେ ଅନ୍ୟ କର୍ମୀମାନେ ସେମାନଙ୍କ ପଛେ ପଛେ ଆସିଥିଲେ। ଏତେ ଲୋକଙ୍କୁ ଦେଖି ବିଚଳିତ ହୋଇ ଡିଏସ୍‌ପି ଲକ୍ଷ୍ମଣ ମିଶ୍ର ଫାଙ୍କା ଗୁଳି ଚାଳନା କରିଥିଲେ। ଏହା ଦେଖି ହାଟ ସାହିର ମାୟାଧର ଭୂୟାଁଁ ଇଂରେଜ୍‌ ଫଉଜଙ୍କୁ ମାଡି ବସିଥିଲେ। ଏହାପରେ ପୋଲିସ୍‌ ତାଙ୍କୁ ବନ୍ଧୁକ ବାଇଓନେଟ୍‌ରେ ହତ୍ୟା କରିଥିଲେ। ଏହାକୁ ନେଇ ସେଠାରେ ରଣକ୍ଷେତ୍ର ପାଲଟିଥିଲା। ଇଂରେଜ ଫଉଜରଙ୍କ ଗୁଳିଚାଳନାରେ ଶ୍ରୀରାମପୁର ସାଉଁଟି ମଳିକ, କୃଷ୍ଣ ନଗରର ସାନନ୍ଦ ସ୍ବାଇଁ ଓ ହାଡ଼ିବନ୍ଧୁ ପଣ୍ଡା ଟଳିପଡିଥିଲେ। ଏହିଭଳି ୪ଜଣ ଶହୀଦଙ୍କ ପବିତ୍ର ବଳିଦାନରେ କଳାମାଟିିଆ ରକ୍ତରଞ୍ଜିତ ହୋଇଥିଲ। ସେବେଠାରୁ ଇତିହାସର ଅମର ପୃଷ୍ଠାରେ କଳାମାଟିଆ ଏକ ଅଲିଭା ପଂକ୍ତି ହୋଇ ରହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

ସହରାଞ୍ଚଳରେ ଛୁଇଁନି ୮୦% ମତଦାନ

ଯାଜପୁର,୧୮ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର କୋରେଇ ଓ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇ ପ୍ରମୁଖ ସହର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ରହିଛି। ତେବେ ଗତ ୩...

ନେତାଙ୍କୁ ଅଡୁଆ ଅଧାପନ୍ତରିଆ କାମ

ଯାଜପୁର,୧୭ା୪(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନ ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ରଖି ବିଜୁ ସେତୁ ଯୋଜନା...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ଯାଜପୁର ବସ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର,୧୫।୪: ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା ଘଟିଛି। ଏନଏଚ-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ ତଳକୁ ଯାତ୍ରୀବାହୀ ବସ୍‌ ଖସିପଡିଛି। ଏଥିରେ ୩ ଜଣଙ୍କର...

ଓଭରବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍‌: ୩ ମୃତ, ୫ ଗୁରୁତର

ଭୁବନେଶ୍ୱର,୧୫।୪: ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା। ଏନଏଚ-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍‌। ଏଥିରେ ୩ ଜଣଙ୍କର ମୃତ୍ୟୁ...

ରାସ୍ତା ନଷ୍ଟ କରୁଛି ଓଭର ଲୋଡିଂ ହାଇଓ୍ବା

ପ୍ରୀତିପୁର,୧୫ା୪(ସୁଶାନ୍ତ ବେହୁରିଆ): ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଏକ ଜନକଲ୍ୟାଣକାରୀ ସରକାରଙ୍କ ମୂଳ ଲକ୍ଷ୍ୟ ଓ ଏକ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର। ମାତ୍ର କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri