ବ୍ରହ୍ମପୁର ଅଫିସ,୨ା୮- ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ପକ୍ଷରୁ ଚଳିତ ବର୍ଷ ଖରିଫ ଧାନ ଚାଷ ନିମନ୍ତେ କୃଷିଋଣ ପ୍ରଦାନ ଜୁଲାଇ ୩୧ରେ ଶେଷ ହୋଇଛି । ଏହି ବ୍ୟାଙ୍କ ଅଧୀନ ଗଞ୍ଜାମ ଓ ଗଜପତି ଜିଲାର ୨୫୧ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ଜରିଆରେ ପ୍ରଧାନମନ୍ତ୍ରୀ ଫସଲ ବୀମାଭୁକ୍ତ ୬୩ ହଜାର ୫୯୦ ଚାଷୀ ସଭ୍ୟଙ୍କୁ ୨୦୭.୧୭ କୋଟି ଟଙ୍କା ଋଣ ଲଗାଣ କରାଯାଇଛି। ଅନ୍ୟପକ୍ଷରେ କୃଷିଋଣ ନେବା ପାଇଁ ବାଧ୍ୟତାମୂଳକ ହୋଇଥିବା ପ୍ରଧାନମନ୍ତ୍ରୀ (ପିଏମ୍) ଫସଲ ବୀମା ସମୟ ସୀମା ମଧ୍ୟ ଗତ ବୁଧବାର ସରିଯାଇଛି । ବିସିସି ବ୍ୟାଙ୍କ ୨୦୧୯-୨୦ ବର୍ଷରେ ୨୪୫ କୋଟି କୃଷିଋଣ ପ୍ରଦାନ ପାଇଁ ରାଜ୍ୟ ସରକାର ଟାର୍ଗେଟ ଦେଇଥିଲେ। ତେବେ ୩୮ କୋଟି ବଳକା ରହିଛି। ଧାନଚାଷ ନିମନ୍ତେ ଋଣ ପ୍ରଦାନ ଶେଷ ହୋଇଥିଲେ ମଧ୍ୟ ଅଣଧାନ ଫସଲ ନିମନ୍ତେ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ କୃଷିଋଣ ଦିଆଯିବାର ବ୍ୟବସ୍ଥା ଥିବାରୁ ସରକାରୀ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଯିବାର ବ୍ୟାଙ୍କ ସମ୍ପାଦକ ଚିତ୍ତରଞ୍ଜନ ପାଣିଗ୍ରାହୀ ସୂଚାଇଛନ୍ତି। ସମ୍ପାଦକଙ୍କ କହିବାନୁସାରେ, ଗଞ୍ଜାମ ଜିଲାରେ ଥିବା ବ୍ୟାଙ୍କର ୧୩ ଶାଖା ଅଧୀନ ୨୦୬ ଏବଂ ଗଜପତି ଜିଲାର ୪ ଶାଖା ଅଧୀନରେ ୫୦ ସୋସାଇଟି ଓ ଲ୍ୟାମ୍ପସ୍ ଅଛି । ଗଞ୍ଜାମ ପାଇଁ ୨୦୫ ଏବଂ ଗଜପତି ନିମନ୍ତେ ୪୦ କୋଟି କୃଷିଋଣ ପ୍ରଦାନ ଲାଗି ସରକାରୀ ନିର୍ଦ୍ଦେଶ ଥିଲା। ତେବେ ଗଜପତି ଜିଲାରେ ୩୩ କୋଟି ୨୩ ଲକ୍ଷ ୧୩ ହଜାର ଟଙ୍କା ୮୧୮୧ ଚାଷୀଙ୍କୁ କୃଷିଋଣ ଦିଆଯାଇଥିବା ବେଳେ ଗଞ୍ଜାମ ଜିଲାରେ ୫୫,୪୦୯ ଚାଷୀ ସଭ୍ୟଙ୍କୁ ୧୭୩ କୋଟି ୯୪ ଲକ୍ଷ ୦୯ ହଜାର ଟଙ୍କା କେବଳ ଖରିଫ ଧାନ ଫସଲ ନିମନ୍ତେ କୃଷିଋଣ ଦିଆଯାଇଛି।
ସରକାରୀ ନିୟମ ପ୍ରକାରେ ଯେଉଁ ଚାଷୀଙ୍କ କିଷାନ କ୍ରେଡିଟ କାର୍ଡ (କେସିି) ଥିବ ସେମାନଙ୍କୁ ହିଁ ପିଏମ୍ ଫସଲ ବୀମାଭୁକ୍ତ କରାଯାଇଛି ଏବଂ ବୀମାଭୁକ୍ତ ଚାଷୀଙ୍କୁ ସମବାୟ କୃଷି ଋଣ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କଗୁଡ଼ିକର କୃଷିଋଣ ଲଗାଣ ନିରୁତ୍ସାହଜନକ ହେଉଥିବା ବେଳେ ଚାଷୀମାନେ ସମବାୟ ବ୍ୟାଙ୍କ ଉପରେ ସବୁବର୍ଷ ନିର୍ଭର କରୁଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All
ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍ଡିଏମ୍ଓ ଆସି କହିଲେ…
ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…
ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍ ଓ ୫ ଏକରର ଫାର୍ମ ହାଉସ୍ ଠାବ
ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…
ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍
ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…
କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”
ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…
ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..
ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ
ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍ଏଚ୍-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…
ଦଶହରା ପୂର୍ବରୁ କଫ ସିରପ୍ କାରବାର ଠାବ: ୩୧୫୬ ବୋତଲ କଫ୍ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ
ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍ ସିରପ୍ ଜବତ କରିଛି। କଫ୍ ସିରପ୍ ବୋଝେଇ ଏକ…
ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…
ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

