Posted inଫୁରସତ

ବିଶ୍ୱର ସବୁଠୁ ମୂଲ୍ୟବାନ କାଠ, ଯାହାର ଦାମ୍‌ରେ କିଣିହେବ ବିଳାସମୟ କାର୍‌

ବିଶ୍ୱରେ ଅନେକ କାଠ ରହିଛି, ସେଥିମଧ୍ୟରୁ କେତେକ ବହୁ ମହଙ୍ଗା ତ ଆଉ କେତେକ ବିରଳ। ସାଧାରଣତଃ ଚନ୍ଦନ କାଠକୁ ସବୁଠୁ ମୂଲ୍ୟବାନ ବୋଲି କୁହାଯାଇଥାଏ। ଯାହାର କିଲୋଗ୍ରାମ ପ୍ରତି ଦାମ୍‌ ୫ରୁ ୬ ହଜାର ଟଙ୍କା। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ କାଠ ଅଛି, ଯାହାର କିଲୋଗ୍ରାମ ପ୍ରତି ଦାମ୍‌ ୮ ହଜାର ପାଉଣ୍ଡ୍‌ ଅର୍ଥାତ୍‌ ୭ ଲକ୍ଷ ଟଙ୍କା। ଏହାର ଦାମ୍‌ରେ ବିଳାସମୟ କାର୍‌ ମଧ୍ୟ କିଣିହେବ। ଏହି କାଠର ନାମ ‘ଆଫ୍ରିକି ବ୍ଲାକ୍‌ଉଡ୍‌’। ଯାହାକି ବିଶ୍ୱର ସବୁଠୁ ମୂଲ୍ୟବାନ କାଠ। ପୃଥିବୀରେ ଥିବା ଅନ୍ୟ କାଠ ତୁଳନାରେ ଏହା ବିରଳ। ଯାହାର ଉଚ୍ଚତା ପ୍ରାୟ ୨୫-୪୦ ଫୁଟ।

ଏହା ଦକ୍ଷିଣ ଆଫ୍ରିକାର ୨୬ଟି ଦେଶରେ ଦେଖିବାକୁ ମିଳିଥାଏ। ଏହି ଗଛ ସମ୍ପୂର୍ଣ୍ଣ ବଢ଼ିବା ପାଇଁ ପ୍ରାୟ ୬୦ ବର୍ଷ ଲାଗିଥାଏ। କିନ୍ତୁ କେନିଆ ଏବଂ ତାଞ୍ଜାନିଆ ପରି ଦେଶରେ ଅବଧି ପୂର୍ବରୁ କାଟିଦିଆଯାଏ। ତେଣୁ ଏଠାରେ ବ୍ଲାକ୍‌ଉଡ୍‌ ଗଛ ସଂଖ୍ୟା ବହୁତ କମ୍‌। ଯେଉଁ କାରଣରୁ ଏହା ଦୁର୍ଲଭ ଅଟେ। ଏହି କାଠକୁ ଶାହାନାଇ, ଗୀଟାର, ବଂଶୀ ପରି ବାଦ୍ୟଯନ୍ତ୍ର ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ଏହା ବ୍ୟତୀତ ଏହି କାଠରେ ଫର୍ଣ୍ଣିଚର ମଧ୍ୟ ତିଆରି କରାଯାଏ। ଯାହାକୁ କ୍ରୟ କରିବା ସାଧାରଣ ଲୋକଙ୍କ ପାଇଁ ଅସମ୍ଭବ। କେବଳ ଧନୀ ଶ୍ରେଣୀର ଲୋକମାନେ ହିଁ ଏହି କାଠରୁ ପ୍ରସ୍ତୁତ ସାମଗ୍ରୀ କିଣିବାରେ ସକ୍ଷମ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଏହି ୩ ରାଶିଙ୍କ ଉପରେ ପଡିଲା କେତୁଙ୍କ ଶୁଭ ଦୃଷ୍ଟି: ୯୦ ଦିନ ଯାଏ ରହିଛି ଗୋଲ୍ଡେନ ଟାଇମ, ପ୍ରତି କାମରେ ମିଳିବ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ କେତୁଙ୍କୁ ମୋକ୍ଷ, ଆଧ୍ୟାତ୍ମିକତା ଓ ଅନ୍ତର୍ଜ୍ଞାନର କାରକ ଗ୍ରହ ବୋଲି ମନେ କରାଯାଏ। ବର୍ତ୍ତମାନ କେତୁ ସିଂହ ରାଶିରେ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri