ବିଶ୍ୱର ସବୁଠାରୁ ବୟସ୍କ ପୁରୁଷ

ନୂଆଦିଲ୍ଲୀ: ବୟସ ବଢ଼ିବା ସହ ରୋଗ ଏବଂ ଦୁଃଖ ମଧ୍ୟ ବଢ଼ିଚାଲେ। ତେଣୁ ଗୋଡ଼ ହାତ ଚାଲି ସଂସାରରୁ ବିଦାୟ ନେବାକୁ ସମନ୍ତେ ଚାହାନ୍ତି। ହେଲେ ଜୀବନ ଉପରେ କାହାର ବା ଜୋର୍‌। ଯାହାର ଯେତିକି ଦିନ ଆୟୁଷ, ସେ ସେତିକି ଦିନ ନିଶ୍ଚୟ ବଞ୍ଚିବେ। ହେଲେ ଜାପାନରେ ଜଣେ ବୃଦ୍ଧ ୧୧୨ ବର୍ଷ ବୟସରେ ମଧ୍ୟ ଜୀବିତ ଥିବା ଜଣାପଡ଼ିଛି। ଏଥିପାଇଁ ସେ ବିଶ୍ୱର ସବୁଠାରୁ ବୟସ୍କ ପୁରୁଷଭାବେ ସମ୍ମାନଜନକ ଗିନିଜ୍‌ ବୁକ୍‌ ରେକର୍ଡରେ ମଧ୍ୟ ସ୍ଥାନ ପାଇଛନ୍ତି। ସେ ହେଉଛନ୍ତି ଜାପାନ୍‌ର ଚିତେତ୍‌ସୁ ଓ୍ବାତାନାବେ। ୧୯୦୭ରେ ଉତ୍ତର ଜାପାନ୍‌ର ନିଗାଟାଠାରେ ଜନ୍ମଗ୍ରହଣ କରିଥିଲେ। ସେ ଏବେ ଏକ ନର୍ସିଂହୋମ୍‌ରେ ଥିବାବେଳେ ଦୀର୍ଘଜୀବନ ଜିଇବାର ସଫଳତା ପାଇଁ ତାଙ୍କୁ ଗିନିଜ୍‌ ବୁକ୍‌ ରେକର୍ଡ ପକ୍ଷରୁ ପ୍ରମାଣପତ୍ର ଦିଆଯାଇଛି। ପ୍ରକାଶ ଯେ, ଚିତେତ୍‌ସୁ କୃଷି ବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବାବେଳେ ତାଇଓ୍ବାନ୍‌ ଚାଲିଯାଇଥିଲେ। ସେଠାରେ ୧୮ ବର୍ଷ ରହିବା ପରେ ବିବାହ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସେ ନିଗାଟା ଫେରିଥିଲେ ଏବଂ ସେଠାରେ ସରକାରୀ ଚାକିରି ମଧ୍ୟ କରୁଥିଲେ। ନିଜର ଫାର୍ମରେ ଫଳ ଏବଂ ପନିପରିବା ଚାଷ ସହ ପାରମ୍ପରିକ ଚିତ୍ରକଳାରେ ମଧ୍ୟ ତାଙ୍କର ରୁଚି ରହିଥିଲା। ୨ଟି ବିଶ୍ୱଯୁଦ୍ଧ ଦେଖିଥିବା ବୃଦ୍ଧଙ୍କ ୫ ସନ୍ତାନ, ୧୨ ନାତୁଣୀ ନାତିି, ୧୬ ପଣ ନାତୁଣୀ ନାତି ଏବଂ ଜଣେ ପଣ-ପଣନାତି ଥିବା ଜଣାପଡ଼ିଛି। ଏବେ ବୟସାଧିକ୍ୟ ଯୋଗୁ ସେ କଷ୍ଟାର୍ଡ, କ୍ରିମ୍‌ ପଫ୍‌ ଆଦି ଖାଇବାକୁ ପସନ୍ଦ କରୁଥିବା ଜଣାପଡ଼ିଛି। ତେବେ ଦୀର୍ଘ ବର୍ଷ ଜିଇବା ପଛର ରହସ୍ୟ ନେଇ ସେ କୁହନ୍ତି, ରାଗ ଛାଡ଼ି ସବୁବେଳେ ହସନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri