ବିଶ୍ୱବ୍ୟାଙ୍କର ପ୍ରଥମ ମହିଳା ଏମ୍‌ଡି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ଭାବେ ବିଶ୍ୱ ବ୍ୟାଙ୍କ ଗରିବ ରାଷ୍ଟ୍ରଗୁଡ଼ିକୁ ସୁଧମୁକ୍ତ ଋଣ ଓ ଅନୁଦାନ ଦେଇ ବିକାଶମୂଳକ ପ୍ରକଳ୍ପ ତ୍ୱରାନ୍ବିତ କରୁଛି। ଇଣ୍ଟରନ୍ୟାଶନାଲ ବ୍ୟାଙ୍କ ଫର୍‌ ରିକନ୍‌ଷ୍ଟ୍ରକଶନ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ (ଆଇବିଆର୍‌ଡି) ଏବଂ ଇଣ୍ଟରନ୍ୟାଶନାଲ ଡେଭଲପ୍‌ମେଣ୍ଟ ଆସୋସିଏଶନ (ଆଇଡିଏ)କୁ ନେଇ ବିଶ୍ୱ ବ୍ୟାଙ୍କ ଗଠିତ। ଏବେ ଏହାର ମୁଖ୍ୟ ଲକ୍ଷ୍ୟ ଦାରିଦ୍ର୍ୟ ଦୂରୀକରଣ। ଏଭଳି ଅନ୍ତର୍ଜାତୀୟ ସଂସ୍ଥାରେ ଅନ୍ୟତମ ପ୍ରମୁଖ ପଦବୀରେ ଆସୀନ ହେବାରେ ବର୍ତ୍ତମାନ ଜଣେ ଭାରତୀୟ ମହିଳାଙ୍କୁ ସୁଯୋଗ ମିଳିଛି। ସେ ହେଲେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଏମ୍‌ଡି ଅଂଶୁଲା କାନ୍ତ। ଅଂଶୁଲାଙ୍କୁ ବିଶ୍ୱ ବ୍ୟାଙ୍କର ଏମ୍‌ଡି ତଥା ଚିଫ୍‌ ଫାଇନାନ୍‌ସିଆଲ୍‌ ଅଫିସର (ସିଏଫ୍‌ଓ) ଭାବେ ୧୨ ଜୁଲାଇରେ ନିଯୁକ୍ତ କରାଯାଇଥିବା ବିଶ୍ୱ ବ୍ୟାଙ୍କ ପ୍ରେସିଡେଣ୍ଟ ଡେଭିଡ୍‌ ମାଲପସ୍‌ ଘୋଷଣା କରିଛନ୍ତି। ସେ ଅନ୍ତର୍ଜାତୀୟ ବ୍ୟାଙ୍କର ଫାଇନାନ୍‌ସିିଆଲ୍‌ ଏବଂ ରିସ୍କ ମ୍ୟାନେଜମେଣ୍ଟ ଦାୟିତ୍ୱ ସମ୍ଭାଳିବେ। ଅଂଶୁଲା ବିଶ୍ୱବ୍ୟାଙ୍କର ପ୍ରଥମ ମହିଳା ଏମ୍‌ଡି ତଥା ସିଏଫ୍‌ଓ ହେବାର ଗୌରବ ଅର୍ଜନ କରିଛନ୍ତି।
ଅଂଶୁଲା ବିହାରର ଜାମ୍‌ସେଦପୁର (ଏବେ ଝାଡ଼ଖଣ୍ଡ)ରେ ୭ ସେପ୍ଟେମ୍ବର ୧୯୬୦ରେ ଜନ୍ମଗ୍ରହଣ କରିଥିଲେ। ଲେଡି ଶ୍ରୀରାମ କଲେଜରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ଅର୍ଜନ କରିବା ପରେ ଦିଲ୍ଲୀ ସ୍କୁଲ ଅଫ୍‌ ଇକନମିକ୍ସରୁ ସେହି ବିଷୟରେ ସ୍ନାତକୋତ୍ତର କରିଥିଲେ। ଭାରତୀୟ ବ୍ୟାଙ୍କିଙ୍ଗ୍‌ ପ୍ରତିଷ୍ଠାନରୁ ସାର୍ଟିଫାଏଡ୍‌ ଆସୋସିଏଟ୍‌ ହୋଇଥିବା ଅଂଶୁଲାଙ୍କ କର୍ମମୟ ଜୀବନ ୧୯୮୩ରେ ଏସ୍‌ବିଆଇର ପ୍ରୋବେଶନାରି ଅଫିସର ଚାକିରି ପାଇବାଠାରୁ ଆରମ୍ଭ ହୋଇଥିଲା। କାର୍ଯ୍ୟ ପ୍ରତି ନିଷ୍ଠା ତାଙ୍କୁ ଉଚ୍ଚକୁ ଯିବା ପାଇଁ ରାସ୍ତା ଦେଖାଇଥିଲା। ମହାରାଷ୍ଟ୍ର ଓ ଗୋଆର ଏସ୍‌ବିଆଇ ଚିଫ୍‌ ଜେନେରାଲ ମ୍ୟାନେଜର, ଅପରେଶନ୍ସ ଫର୍‌ ନ୍ୟାଶନାଲ ବ୍ୟାଙ୍କିଙ୍ଗ୍‌ ଗ୍ରୁପ୍‌ର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଏବଂ ସିଙ୍ଗାପୁରଠାରେ ଏସ୍‌ବିଆଇର ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଅଫିସର ରହିବା ପରେ ଅଂଶୁଲାଙ୍କୁ ଏହି ସର୍ବବୃହତ୍‌ ବାଣିଜି୍ୟକ ବ୍ୟାଙ୍କ ଦୁଇ ବର୍ଷ ପାଇଁ ଏମ୍‌ଡି ଆସନରେ ବସାଇବା ସହ ବ୍ୟାଙ୍କ ବୋର୍ଡରେ ସଦସ୍ୟ ଭାବେ ନେଇଥିଲା। ରିଟେଲ୍‌ ବ୍ୟାଙ୍କିଙ୍ଗ୍‌, କର୍ପୋରେଟ୍‌ କ୍ରେଡିଟ୍‌, କ୍ରସ୍‌-ବର୍ଡର ଟ୍ରେଡ୍‌ ଏବଂ ବ୍ୟାଙ୍କିଙ୍ଗ୍‌ ଇନ୍‌ ଡେଭଲପ୍‌ମେଣ୍ଟ (ଉଭୟ ପାଇକାରି ଓ ଖୁଚୁରା) ଆଦି ଜଟିଳ ଆର୍ଥିକ ଦିଗ ଉପରେ ଦୀର୍ଘବର୍ଷର ଅଭିଜ୍ଞତା ବର୍ତ୍ତମାନ ତାଙ୍କୁ ବିଶ୍ୱ ବ୍ୟାଙ୍କ ଭଳି ସଂସ୍ଥାରେ କାର୍ଯ୍ୟ କରିବା ଲାଗି ସୁଯୋଗ ଦେଇଛି ବୋଲି ଖେଦ୍‌ ଡେଭିଡ୍‌ ମାଲପସ୍‌ କହିଛନ୍ତି। ଜଣେ ଭାରତୀୟ ମହିଳାଙ୍କ କାର୍ଯ୍ୟଦକ୍ଷତା ଉପରେ ବିଶ୍ୱ ବ୍ୟାଙ୍କ ସଭାପତିଙ୍କ ଏଭଳି ମନ୍ତବ୍ୟ ନିଶ୍ଚିତ ଭାବେ ସମ୍ମାନଜନକ।
କର୍ମମୟ ଜୀବନର ଆରମ୍ଭ ବେଳର କଥାକୁ ମନେପକାଇ ଅଂଶୁଲା କହନ୍ତି, ଯେତେବେଳେ ସେ ଏସ୍‌ବିଆଇରେ ଯୋଗ ଦେଇଥିଲେ ସେତେବେଳେ ତାଙ୍କୁ କୁହାଯାଇଥିଲା ଯେ ବ୍ୟାଙ୍କିଙ୍ଗ୍‌ ପରୀକ୍ଷାରେ ପାର୍ଟ ୧, ପାର୍ଟ ୨ ଛଡ଼ା ଆଉ ପାର୍ଟ ୩ ରହିଛି। ଏହି ପାର୍ଟ ୩ରେ ବ୍ୟାଙ୍କ ସଂଘ ସହ ଉତ୍ତମ ସମ୍ପର୍କ ଏବଂ ପଦୋନ୍ନତି ଓ ବଦଳି ଲାଗି ବରିଷ୍ଠ ଅଧିକାରୀଙ୍କୁ ଖୁସି କରିବା ବିଷୟ ସନ୍ନିବେସିତ ବୋଲି କୁହାଯାଇଥିଲା। କିନ୍ତୁ ଚାକିରି ଅଭିଜ୍ଞତା ଭିତରେ ସେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ନ ଥିଲେ ଓ ଏସବୁ ମନଗଢ଼ା ଥିଲା ବୋଲି ଅଂଶୁଲା କହିଛନ୍ତି। ପରନ୍ତୁ ଏସ୍‌ବିଆଇର ଆବାସିକ କଲୋନୀ ତାଙ୍କୁ ଉପରକୁ ଉଠିବା ସହ ପାରିବାରିକ ଜୀବନ ସୁଖକର କରିବାରେ ସହାୟକ ହୋଇଥିଲା ବୋଲି କହିଛନ୍ତି। ସ୍ବାମୀ, ଗୋଟିଏ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର। ସ୍ବାମୀ ସଞ୍ଜୟ ବାରାଣସୀଠାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ। ଝିଅ ନୂପୁର ତାଙ୍କ ସ୍ବାମୀଙ୍କ ସହ ସିଙ୍ଗାପୁରରେ ରହୁଥିବା ବେଳେ ପୁଅ ସିଦ୍ଧାର୍ଥ ନ୍ୟୁୟର୍କରେ ବସବାସ କରୁଛନ୍ତି। ସଂସାର ଓ ବ୍ୟାଙ୍ଗିଙ୍ଗ୍‌ ଭଳି ଆର୍ଥିକ ଜଟିଳ ଦୁନିଆକୁ ପରିଚାଳନା କରି ଯିଏ ଅନ୍ତର୍ଜାତୀୟ ସଂସ୍ଥାରେ ଅବସ୍ଥାପିତ ହୋଇପାରିଛନ୍ତି, ବିଶ୍ୱବାସୀ ନିଶ୍ଚିତ ଭାବେ ତାଙ୍କଠାରୁ ଆହୁରି ଅଧିକ ଆଶା ରଖିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?