ବିଶ୍ୱତାପନ ଓ ମଶାବଂଶ ବୃଦ୍ଧି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ବିଷୟରେ ଲୋକେ କ’ଣ ବାସ୍ତବରେ ବୁଝିଛନ୍ତି? ଅଳ୍ପ କିଛିଦିନ ଯଦି ଅଦିନେ ଥଣ୍ଡାପାଗ ଦେଖାଦେଲା, ତେବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କିମାରେ- ବିଶ୍ୱତାପମାତ୍ରା ଯଦି ବୃଦ୍ଧି ପାଉଛି ତେବେ ଅଦିନେ ଏ ଥଣ୍ଡା କେଉଁଠୁ ଆସୁଛି। ତେବେ ପୃଥିବୀ ଉତ୍ତପ୍ତ ହେବା କଥା ଏବେ ଆଉ ଏକ ବିତର୍କିତ ପ୍ରଶ୍ନ ନୁହେଁ। କିନ୍ତୁ ଏ ଉତ୍ତାପ କ’ଣ ଆମ ମୃତ୍ୟୁର କାରଣ ହେବ? ହଁ, କିନ୍ତୁ ସିଧାସଳଖ ନୁହେଁ। ଆପଣ ଖାଲି ପାଦରେ ଚାଲିଲେ ବି ଆପଣଙ୍କ ପାଦ ପୋଡ଼ିଯିବ ନାହିଁ। କିନ୍ତୁ ଭୂତାଣୁ, କୀଟପତଙ୍ଗ, ସୁନାମି ଓ ବାତ୍ୟା, ଜେଲିଫିଶ୍‌ ଓ ଜଳାଭାବ ପ୍ରଭୃତି ଆପଣଙ୍କ ମୃତ୍ୟୁର କାରଣ ହୋଇପାରେ।
ପୃଥିବୀର ନୂଆ ରାଜାମାନେ ତାଙ୍କ ସିଂହାସନ ଆରୋହଣ ଲାଗି ପ୍ରସ୍ତୁତ ହେଉଛନ୍ତି- ସେମାନେ ହେଉଛନ୍ତି ମଶା। ଶୀତଋତୁରେ ପକ୍ଷୀମାନେ ଯେପରି ଶୀତପ୍ରଧାନ ଅଞ୍ଚଳରୁ ଗ୍ରୀଷ୍ମପ୍ରଧାନ ଅଞ୍ଚଳକୁ ପଳାଇଯାନ୍ତି, ବନ୍ୟ ପ୍ରାଣୀମାନେ ସେମିତି ତାଙ୍କ ପାଇଁ ଅନୁକୂଳ ପାଣିପାଗବିଶିଷ୍ଟ ସ୍ଥାନ ଖୋଜନ୍ତି। ପୃଥିବୀର ଜଳବାୟୁ ପରିବର୍ତ୍ତନ ସେମିତି ରୋଗଜୀବାଣୁବାହୀ ମଶାମାନଙ୍କ ସମେତ ଅନେକ ପ୍ରାଣୀଙ୍କ ଆରାମଦାୟକ ସ୍ଥାନରେ ପରିବର୍ତ୍ତନ କରିଚାଲିଛି।
ମଶାମାନେ ହେଉଛନ୍ତି ବିଶ୍ୱର ମାରାତ୍ମକ ପ୍ରାଣୀ। ସେମାନଙ୍କ ଦ୍ୱାରା ରୋଗସଂକ୍ରମଣ ଯୋଗୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି। ଗତ ୩୦ ବର୍ଷ ଭିତରେ ସାରା ବିଶ୍ୱରେ ଡେଙ୍ଗୁଜ୍ୱର ୩୦ଗୁଣ ବୃଦ୍ଧି ପାଇଛି। ବର୍ତ୍ତମାନ ପ୍ରତିବର୍ଷ ପ୍ରାୟ ୪୦୦ ନିୟୁତ ଲୋକ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ଯେଉଁସବୁ ଦେଶରେ ଏ ରୋଗ ଆଦୌ ନ ଥିଲା ସେ ଦେଶଗୁଡ଼ିକରେ ପ୍ରଥମକରି ଏହାର ସଂକ୍ରମଣ ହେବାର ଦେଖାଯାଉଛି। ଏଡିସ୍‌ ଇଜିପ୍ଟି ଓ ଏଡିସ୍‌ ଆଲ୍‌ବୋପିକ୍ଟସ୍‌ ନାମକ କେବଳ ଦୁଇ ପ୍ରକାର ମଶା ପ୍ରଜାତି ଯୋଗୁ ଜିକା, ଡେଙ୍ଗୁ, ଚିକୁନ୍‌ଗୁନିଆ ଓ ପୀତଜ୍ୱର ହୋଇଥାଏ। କ୍ୟୁଲେକ୍ସ ମଶା ଯୋଗୁ ଯେଉଁ ମ୍ୟାଲେରିଆ ହୁଏ, ସେଥିପାଇଁ ଏକ ସ୍ବତନ୍ତ୍ର ନିବନ୍ଧ ଲେଖିବାର ଆବଶ୍ୟକତା ରହିଛି। ବିଶ୍ୱତାପନ ଏହି ମଶାମାନଙ୍କୁ ସାରା ବିଶ୍ୱକୁ ଦଖଲ କରିବାର ସୁଯୋଗ ସୃଷ୍ଟି କରୁଛି।
ମାର୍ଚ୍ଚ ୨୦୧୯ରେ ନେଚର ମାଇକ୍ରୋବାୟୋଲୋଜି ପତ୍ରିକାରେ ବୋଷ୍ଟନ ଚିଲ୍‌ଡ୍ରେନ୍ସ ହସ୍ପିଟାଲ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ, ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟ, ଲଣ୍ଡନ ସ୍କୁଲ ଅଫ୍‌ ହାଇଜିନ୍‌ ଆଣ୍ଡ ଟ୍ରପିକାଲ ମେଡିସିନ୍‌ ଏବଂ ୟୁନିଭର୍ସାଇଟ୍‌ ଲିବର୍‌ ଡି ବ୍ରୁକ୍ସେଲେସ୍‌ (ବେଲ୍‌ଜିୟମ୍‌)ର ବୈଜ୍ଞାନିକମାନେ ସବୁ ପ୍ରକାର ତଥ୍ୟ ଉପଯୋଗ କରି ଉପରୋକ୍ତ ଦୁଇ ପ୍ରକାର ମଶାଙ୍କ ବିଶ୍ୱବ୍ୟାପୀ ସମ୍ଭାବ୍ୟ ପ୍ରସାର ବିଷୟରେ ଉଲ୍ଲେଖ କରିଛନ୍ତି। ସେମାନଙ୍କ ପୂର୍ବାନୁମାନ ଅନୁସାରେ ବର୍ତ୍ତମାନ ଯେଉଁ ହାରରେ ସବୁଜଗୃହ ବାଷ୍ପ ନିର୍ଗମନ ବୃଦ୍ଧି ପାଇଚାଲିଛି, ତାହା ଯଦି ଅବ୍ୟାହତ ରହେ, ତେବେ ୨୦୫୦ ସୁଦ୍ଧା ପୃଥିବୀ ଜନସଂଖ୍ୟାର ୪୯ ପ୍ରତିଶତ ଲୋକ ଏହି ମଶାଙ୍କ ଉପଦୃତ ଅଞ୍ଚଳରେ ବାସ କରୁଥିବେ।
ଗବେଷକମାନେ କହିଛନ୍ତି ଯେ, ଏଡିସ୍‌ ଇଜିପ୍ଟି ଉତ୍ତରରେ ବର୍ଷକୁ ପ୍ରାୟ ୧୫୦ ମାଇଲ ବେଗରେ ବ୍ୟାପିବାରେ ଲାଗିଛନ୍ତି। ଏଡିସ୍‌ ଆଲ୍‌ବୋପିକ୍ଟସ୍‌ ୧୯୯୦ରୁ ୧୯୯୫ ମଧ୍ୟରେ ଦ୍ରୁତଗତିରେ ପ୍ରସାରଲାଭ କରିଛନ୍ତି। ୟୁରୋପରେ ଏଡିସ୍‌ ଆଲ୍‌ବୋପିକ୍ଟସ୍‌ ଗତ ୫ ବର୍ଷ ଭିତରେ ବର୍ଷକୁ ୬୨ ମାଇଲରୁ ଆରମ୍ଭ କରି ବର୍ଷକୁ ୯୩ ମାଇଲ ବେଗରେ ପ୍ରସାରଲାଭ କରିଛନ୍ତି। ଏଡିସ୍‌ ଇଜିପ୍ଟି କେବଳ ବର୍ତ୍ତମାନର ବିଷୁବ ଅଞ୍ଚଳରେ ସୀମିତ ନ ରହି ଆମେରିକା, ଚାଇନା ପ୍ରଭୃତି ଅଞ୍ଚଳକୁ ଆସନ୍ତା ୨୦୫୦ ସୁଦ୍ଧା ବ୍ୟାପିଯାଇଥିବେ ବୋଲି ଗବେଷକମାନେ ପୂର୍ବାନୁମାନ କରିଛନ୍ତି। ଆସନ୍ତା ୩୦ ବର୍ଷ ଭିତରେ ଏଡିସ୍‌ ଆଲ୍‌ବୋପିକ୍ଟସ୍‌ ସାରା ୟୁରୋପରେ ବ୍ୟାପିଯାଇଥିବେ ବୋଲି ସେମାନେ କହିଛନ୍ତି। ଆମେରିକାର ଉତ୍ତରାଞ୍ଚଳ ଏବଂ ଦକ୍ଷିଣ ଆମେରିକା ଓ ପୂର୍ବ ଆଫ୍ରିକାର ଉଚ୍ଚଭୂମି ଅଞ୍ଚଳକୁ ମଧ୍ୟ ସେମାନେ ବ୍ୟାପିଯିବେ ବୋଲି ସେମାନେ ପୂର୍ବାନୁମାନ କରିଛନ୍ତି। ୨୦୫୦ ସୁଦ୍ଧା ଯଦି ଜଳବାୟୁ ପରିବର୍ତ୍ତନ ଉପରେ ରୋକ ଲଗା ନ ଯାଏ, ତେବେ ମଶାଙ୍କ ବ୍ୟାପ୍ତି ଆହୁରି ବ୍ୟାପକ ହେବ। ଜିକା ଭାଇରସ୍‌ ଦୁଇବର୍ଷ ତଳେ ଦକ୍ଷିଣ ଆମେରିକାରେ ଦେଖାଯାଇଥିଲେ ଏବଂ ସୀମା ନିୟନ୍ତ୍ରଣ ପଦକ୍ଷେପ ସତ୍ତ୍ୱେ ସେମାନେ ଦ୍ରୁତଗତିରେ ପ୍ରସାରଲାଭ କରିଛନ୍ତି।
ଏନ୍‌ଭିରୋମେଡିକ୍ସ: ଦ ଇମ୍ପାକ୍ଟ ଅଫ୍‌ କ୍ଲାଇମେଟ୍‌ ଚେଞ୍ଜ ଅନ୍‌ ହ୍ୟୁମ୍ୟାନ୍‌ ହେଲ୍‌ଥ ପୁସ୍ତକର ସହଲେଖକ ପ୍ରଫେସର ପଲ୍‌ ଅର୍‌ବାଚଙ୍କ କହିବା ଅନୁସାରେ ଜଳବାୟୁ ପରିବର୍ତ୍ତନ ଆଗାମୀ ଦିନରେ ମଣିଷର ସ୍ବାସ୍ଥ୍ୟ ପାଇଁ ସବୁଠାରୁ ବଡ଼ ବିପଦ। ପୃଥିବୀର ତାପମାତ୍ରା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ମଶାମାନେ ତାଙ୍କ ବର୍ତ୍ତମାନର ରହଣି ସ୍ଥାନ ପରିବର୍ତ୍ତନ କରିବେ। ତା’ ସହ ସେମାନେ ମ୍ୟାଲେରିଆ, ଡେଙ୍ଗୁ, ଚିକୁନ୍‌ଗୁନିଆ ପ୍ରଭୃତି ରୋଗର ପ୍ରସାର କରିବେ।
ଗବେଷକମାନଙ୍କ ମତରେ ୨୫ ଡିଗ୍ରୀ ସେଲ୍‌ସିୟସ ତାପମାନରେ ମ୍ୟାଲେରିଆ ବ୍ୟାପିବାର ସମ୍ଭାବନା ଅଧିକ ଥିବାବେଳେ ୨୯ ଡିଗ୍ରୀରେ ଜିକା ଭାଇରସ ପ୍ରସାରଲାଭ କରିଥାନ୍ତି। ଡେଙ୍ଗୁବାହୀ ମଶାମାନେ ଉତ୍ତପ୍ତ ଜଳବାୟୁରେ ବଂଶବିସ୍ତାର କରନ୍ତି, ତେଣୁ ସେମାନଙ୍କ ଦ୍ୱାରା ଆଫ୍ରିକାର ସାହାରା ଅଞ୍ଚଳ କବଳିତ ହୋଇଚାଲିବ। ଓ୍ବେଷ୍ଟ ନାଇଲ୍‌ ଭାଇରସ୍‌ବାହୀ ମଶାମାନେ ଉତ୍ତପ୍ତ ଜଳବାୟୁକୁ ବେଶି ପସନ୍ଦ କରିଥାନ୍ତି। ତେଣୁ ଜଳବାୟୁ କ୍ରମଶଃ ଉତ୍ତପ୍ତ ହୋଇଚାଲିଥିବାରୁ ବର୍ତ୍ତମାନ ଯେଉଁସବୁ ଅଞ୍ଚଳ ଶୀତପ୍ରଧାନ ଭାବେ ବିବେଚିତ ହେଉଛି, ସେସବୁ ଅଞ୍ଚଳକୁ ମଧ୍ୟ ସେମାନେ କ୍ରମଶଃ ଗତି କରିବେ। ଲିଭରପୁଲ ବିଶ୍ୱବିଦ୍ୟାଳୟର ଡ. ସୋରେନ୍‌ ମେଟ୍‌ଲମ୍ୟାନଙ୍କ ଅଧ୍ୟୟନ ଅନୁସାରେ ୨୦୬୦ ସୁଦ୍ଧା ଇଂଲଣ୍ଡ ଓ ଓ୍ବେଲ୍‌ସର ଜଳବାୟୁ ଏଡିସ୍‌ ମଶାଙ୍କ ପାଇଁ ଅନୁକୂଳ ହୋଇସାରିଥିବ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମୋରିଜ୍‌ କ୍ରାମରଙ୍କ ସମେତ ଏକ ଅନ୍ତର୍ଜାତୀୟ ଗବେଷକ ଦଳ କରିଥିବା ଏକ ସ୍ବାଧୀନ ଅଧ୍ୟୟନ ଅନୁସାରେ ଆସନ୍ତା ୩୦ ବର୍ଷ ଭିତରେ ଏହି ମଶାମାନେ ସାରା ୟୁରୋପରେ ବ୍ୟାପିସାରିଥିବେ। ପୂର୍ବ ଏସିଆରେ ମୂଳତଃ ଦେଖାଯାଉଥିବା ଏହି ମଶାମାନେ ୧୯୭୦ରୁ ଜର୍ମାନୀ ଓ ଦକ୍ଷିଣପୂର୍ବ ଇଂଲଣ୍ଡ ପର୍ଯ୍ୟନ୍ତ ୟୁରୋପୀୟ ଅଞ୍ଚଳରେ ବ୍ୟାପିବାକୁ ଆରମ୍ଭ କରିଛନ୍ତି। ଗତ ଦଶନ୍ଧିରେ ଇଟାଲିରେ ଚିକୁନ୍‌ଗୁନିଆ ଦେଖାଦେଇଛି, ଯେଉଁଥିରୁ ଜଣାପଡ଼ୁଛି ଯେ ଏହି ଭୂତାଣୁବାହୀ ମଶାମାନେ ୟୁରୋପରେ ପ୍ରସାରଲାଭ କରିବା ସମ୍ଭବ। ୨୦୮୦ ସୁଦ୍ଧା ଏହି ମଶାମାନେ ସାରା ବିଶ୍ୱରେ ୧୯୭ଟି ଦେଶରେ ପ୍ରସାରଲାଭ କରିସାରିଥିବେ।
ମଶାମାନେ ଯେପରି ବିଭିନ୍ନ ରୋଗର ଏକ ଉତ୍ତାପ-ଚାଳିତ କ୍ଷେପଣାସ୍ତ୍ର ପରି। ଉତ୍ତାପ ଯେତେ ବଢ଼ିବ ମଶାମାନଙ୍କୁ ମାରାତ୍ମକ ରୋଗ ପ୍ରସାର କରିବାକୁ ସେତେ ସୁବିଧା ହେବ। ମଶାମାନଙ୍କ ପରମାୟୁ ୧୦ରୁ ୧୨ ଦିନ। ତା’ରି ଭିତରେ ସେମାନେ ନିଜ ପେଟରେ ଭୂତାଣୁଙ୍କ ବଂଶବୃଦ୍ଧି କରି ତାକୁ ସଂକ୍ରାମକ କରିଦିଅନ୍ତି। ବାୟୁ ଉତ୍ତପ୍ତ ରହିଲେ ମଶାଙ୍କ ଶୀତଳ ରକ୍ତରେ ଭୂତାଣୁମାନେ ଶୀଘ୍ର ବଂଶବୃଦ୍ଧି କରନ୍ତି। ଉତ୍ତପ୍ତ ଜଳବାୟୁ ମଶାମାନଙ୍କୁ ବେଶି ଭୋକିଲା କରିଦିଏ ଏବଂ ସେମାନେ ମଣିଷଠାରୁ ଅଧିକ ରକ୍ତ ଶୋଷିବାକୁ ଚେଷ୍ଟା କରନ୍ତି, ଯାହାଦ୍ୱାରା ରୋଗସଂକ୍ରମଣ ବୃଦ୍ଧି ପାଏ। ଉତ୍ତପ୍ତ ଜଳବାୟୁ ମଧ୍ୟ ମଶାଙ୍କ ବଂଶବୃଦ୍ଧିରେ ସାହାଯ୍ୟ କରେ। ଏଡିସ୍‌ ଆଲ୍‌ବୋପିକ୍ଟସ୍‌ ମଶା ମଣିଷଙ୍କୁ ବେଶି କାମୁଡ଼ନ୍ତି। ଅନେକ ସ୍ଥାନରେ ସେମାନେ ମଣିଷର ଜୀବନକୁ ଦୁର୍ବିଷହ କରିଦେଲେଣି। ବୟସ୍କ ମାଈ ମଶାମାନେ ଆକ୍ରମଣାତ୍ମକ ଭାବରେ କାମୁଡ଼ନ୍ତି, ବିଶେଷତଃ ଦିନବେଳେ ଉଭୟ ଘରେ ଓ ବାହାରେ। ଏମାନଙ୍କ ଯୋଗୁ ପିଲାମାନେ ବାହାରେ ଖେଳବୁଲ କରିପାରୁ ନାହାନ୍ତି, ଯାହା ସେମାନଙ୍କ ମୋଟାପଣ ପାଇଁ ଦାୟୀ।
ଏଡିସ୍‌ ଆଲ୍‌ବୋପିକ୍ଟସ୍‌ ମଶା ୨୨ ପ୍ରକାର ଭୂତାଣୁଙ୍କ ବାହକ, ଯେଉଁମାନେ ପୀତଜ୍ୱର, ରିଫ୍‌ଟ ଭାଲି ଜ୍ୱର, ଜାପାନୀ ଜ୍ୱର ଓ ଓ୍ବେଷ୍ଟ ନାଇଲ ଜ୍ୱର ରୋଗର କାରକ। ଗୋଟିଏ ମଶା କାମୁଡ଼ାରେ ଏକ ସମୟରେ ଏକାଧିକ ରୋଗ ବି ହୋଇପାରେ। ଗବେଷଣାରୁ ଜଣାପଡ଼ିଛି ଯେ, ଗୋଟିଏ ମଶା ଏକ ସମୟରେ ଚିକୁନ୍‌ଗୁନିଆ ଓ ଡେଙ୍ଗୁର କାରଣ ହୋଇପାରେ। ଏପରି ଏକାଧିକ ରୋଗ ଚିହ୍ନଟ କରିବା ପାଇଁ ବିଶେଷ ସତର୍କତାର ସହ ଜ୍ୱର ଓ ବିନ୍ଧା ପ୍ରଭୃତି ଲକ୍ଷଣଗୁଡ଼ିକୁ ଦେଖିବାକୁ ପଡ଼େ। ମନେରଖନ୍ତୁ ମାଂସାହାର ଓ ଗଛ କାଟିବା ହେଉଛି ଜଳବାୟୁ ପରିବର୍ତ୍ତନର ଦୁଇଟି ମୁଖ୍ୟ କାରଣ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri