Posted inଖେଳ

ବିଶ୍ୱକପ୍‌ ବିଜେତା ଡି ରୋସିଙ୍କ ଅବସର

ବୁଏନ୍ସ ଏରିଜ୍‌, ୭।୧ (ଏଏଫ୍‌ପି)- ବିଶ୍ୱକପ୍‌ ବିଜେତା ଭେଟେରାନ ଇଟାଲୀ ଫୁଟ୍‌ବଲ ଖେଳାଳି ଡାନିଏଲ ଡି ରୋସି ଅବସର ଘୋଷଣା କରିଛନ୍ତି। ୩୬ ବର୍ଷୀୟ ରୋସି ୬ ମାସ ପୂର୍ବେ ଆର୍ଜେଣ୍ଟିନା ଭିତ୍ତିକ କ୍ଲବ ବୋକା ଜୁନିୟର୍ସରେ ଯୋଗ ଦେଇଥିଲେ। କିନ୍ତୁ ପରିବାରକୁ ଅଧିକ ସମୟ ଦେବା ଲାଗି ସେ ଏହି ନିଷ୍ପତ୍ତି ନେଇଛନ୍ତି। ‘ମୋତେ ଘରକୁ ଯିବା ଜରୁରୀ ହୋଇଛି। ମୁଁ ମୋ ପରିବାରକୁ ଏବଂ ସେମାନେ ମୋତେ ମଧ୍ୟ ମିସ୍‌ କରୁଛନ୍ତି। ଏଥିଲାଗି ବୋକା ଓ ଫୁଟ୍‌ବଲ ଛାଡ଼ିବାକୁ ପଡ଼ିଲା’ ବୋଲି ଇଟାଲିର ଫ୍ରଫେସନାଲ ଫୁଟ୍‌ବଲ କ୍ଲବ ରୋମା’ର ଏହି ପୂର୍ବତନ ମିଡ୍‌ଫିଲ୍ଡର ଅବସର ଘୋଷଣା ପରିପ୍ରେକ୍ଷୀରେ କହିଛନ୍ତି। ୨୦୦୪ରେ ଇଟାଲୀ ପକ୍ଷରୁ ପଦାର୍ପଣ କରିଥିବା ରୋସି ୨୦୧୭ ପର୍ଯ୍ୟନ୍ତ ଜାତୀୟ ଦଳ ପାଇଁ ୧୧୭ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି। ୨୦୦୬ରେ ବିଶ୍ୱକପ୍‌ ବିଜୟୀ ଇଟାଲୀ ଦଳର ସେ ପ୍ରମୁଖ ସଦସ୍ୟ ରହିଥିଲେ। ଇଟାଲୀ ପକ୍ଷରୁ ସର୍ବାଧିକ ମ୍ୟାଚ୍‌ ଖେଳିବାରେ ସେ ୪ର୍ଥ ସ୍ଥାନରେ ରହିଛନ୍ତି। ରୋସି ତାଙ୍କ କ୍ୟାରିୟରର ୧୮ ବର୍ଷ ରୋମା କ୍ଲବ ପକ୍ଷରୁ ଖେଳିଥିଲେ। ରୋମା ପକ୍ଷରୁ ସେ ୬୧୬ ମ୍ୟାଚ୍‌ ଖେଳିଛନ୍ତି। ବୋକା କ୍ଲବ ସହ ନୂଆ ଚୁକ୍ତି ପୂର୍ବରୁ ତାଙ୍କୁ ରୋମାର ନିର୍ଦ୍ଦେଶକ ପଦ ଅଫର ଦିଆଯାଇଥିଲା। କିନ୍ତୁ ସେ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ପ୍ରଥମ ଭାରତୀୟ ଭାବେ ଏହି ଟ୍ରଫି ଜିତି ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୮।୮:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ସେଣ୍ଟ ଲୁଇସରେ ଗ୍ରାଣ୍ଡ ଚେସ ଟୁର୍‌ ଟାଇଟଲ ଜିତି ଇତିହାସ ରଚିଛନ୍ତି। ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଚେସ ଖେଳାଳି…

‘ମୁଁ ପୁରା ପରିଶ୍ରମ କରୁଛି…’, ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍ ନେଇ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୮।୮: ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତକୁ ଚାମ୍ପିୟନ କରିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପରବର୍ତ୍ତୀ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯିବା ନେଇ କ୍ରିକେଟ୍‌ ଜଗତରେ ଚର୍ଚ୍ଚା ଜୋର…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri