Posted inଖେଳ

ବିଶ୍ୱକପ୍‌ ଓ୍ବାର୍ମଅପ୍‌ ମ୍ୟାଚ୍‌: ଇଂଲଣ୍ଡ, ଅଷ୍ଟ୍ରେଲିଆ ବିଜୟୀ

ଲଣ୍ଡନ,୨୮।୫- ବିଶ୍ୱକପ୍‌ ଓ୍ବାର୍ମଅପ୍‌ରେ ସୋମବାର ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିଜୟ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ୩୧ଟି ବଲ ବାକି ରଖି ୫ ଉଇକେଟରେ ଶ୍ରୀଲଙ୍କାକୁ ହରାଇଛି। ସେହିପରି ଅନ୍ୟ ଏକ ଅଭ୍ୟାସ ମ୍ୟାଚ୍‌ରେ ଇଂଲଣ୍ଡ ଆଫଗାନିସ୍ତାନକୁ ପରାସ୍ତ କରିଛି। ସାଉଥାମ୍ପଟନର ରୋଜ ବଲ ଗ୍ରାଉଣ୍ଡରେ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ଉଇକେଟ ହରାଇ ୨୩୯ ରନ ସଂଗ୍ରହ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୪୪.୫ ଓଭରରେ ୫ ଉଇକେଟ ହରାଇ ୨୪୧ ରନ କରି ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ତରଫରୁ ଉସ୍‌ମାନ ଖ୍ବାଜା ସର୍ବାଧିକ ୮୯, ଶନ ମାର୍ଶ ୩୪, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୩୬, ମାର୍କସ ଷ୍ଟୋଇନିସ୍‌ ୩୨ ରନ ସଂଗ୍ରହ କରିଥିଲେ। ବୋଲିଂରେ ଶ୍ରୀଲଙ୍କାର ଜେଫ୍ରେ ଭାନଡରସେ ଦୁଇଟି ଉଇକେଟ ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ତରଫରୁ ଓପନର ଲାହିରୁ ଥିରିମାନେ ସର୍ବାଧିକ ୫୬, ଧନଞ୍ଜୟ ଡିସିଲଭା ୪୩ ରନ ସଂଗ୍ରହ କରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ଦୁଇଟି ଉଇକେଟ ନେଇଥିଲେ।
ସ୍ଥାନୀୟ କେନ୍ନିଂଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ୯ ଉଇକେଟ୍‌ର ବୃହତ୍‌ ବ୍ୟବଧାନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଆଫଗାନିସ୍ତାନ ପ୍ରାରମ୍ଭରୁ ହଜରତ୍‌ଉଲ୍ଲା ଜାଜାଇ (୧୧) ଓ ଉଇକେଟ୍‌କିପର ରହମତ୍‌ ଶାହ (୩)ଙ୍କ ଉଇକେଟ୍‌ ହରାଇଥିଲା। ନବାଗତ ଜୋଫ୍ରା ଆର୍ଚର ଏହି ୨ଟି ଉଇକେଟ୍‌ ଅକ୍ତିଆର କରି ଆଫଗାନିସ୍ତାନକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଆଫଗାନିସ୍ତାନ ୩୮.୪ ଓଭରରେ ୧୬୦ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ନିମ୍ନକ୍ରମରେ ଅଭିଜ୍ଞ ମହମ୍ମଦ ନବି ୪୪, ନୁର୍‌ ଅଲି ଜର୍ଡାନ ୩୦, ଦଓ୍ବଲତ ଜର୍ଡାନ ୨୦*, ଅଧିନାୟକ ଗୁଲାବଦିନ ନାଇବ ୧୪ ରନ କରିଥିଲେ। ଆର୍ଚର ଓ ପାର୍ଟଟାଇମ ବୋଲର ଜୋ ରୁଟ୍‌ ୩ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଜବାବରେ ଇଂଲଣ୍ଡ ଦ୍ରୁତ ବ୍ୟାଟିଂ କରି ୧୭.୩ ଓଭରରେ ଜନି ବେୟାରଷ୍ଟୋ (୩୯ ରନ)ଙ୍କ ଉଇକେଟ୍‌ ହରାଇ ଆବଶ୍ୟକ ରନ୍‌ ହାସଲ କରିନେଇଥିଲା। ଓପନର୍‌ ଜାସନ ରଏ ୮୯ (୪୬ ବଲ, ୧୧ ଚୌକା, ୪ ଛକା) ଓ ରୁଟ୍‌ ୨୯ ରନ କରି ଅପରାଜିତ ରହିଥିଲେ। ପୂର୍ବରୁ ଇଂଲଣ୍ଡ ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ନିକଟରୁ ୧୨ ରନରେ ପରାସ୍ତ ହୋଇଥିଲା। ବିଶ୍ୱକପ୍‌ର ଉଦ୍‌ଘାଟନୀ ଦିବସରେ ଇଂଲଣ୍ଡ ଗୁରୁବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri