Posted inଫୁରସତ

ବିଶ୍ୱ ରେଡ୍‌କ୍ରସ୍‌ ଓ ରେଡ୍‌ କ୍ରିସେଣ୍ଟ ଦିବସ: ସେବା ଓ ଶାନ୍ତିର ପ୍ରତୀକ

ପ୍ରତିବର୍ଷ ମେ’ ୮ରେ ବିଶ୍ୱ ରେଡ୍‌କ୍ରସ ଓ ରେଡ୍‌ କ୍ରିସେଣ୍ଟ ଦିବସ ଇଣ୍ଟର୍‌ନ୍ୟାଶନାଲ ରେଡ୍‌କ୍ରସ ଆଣ୍ଡ୍‌ ରେଡ୍‌ କ୍ରିସେଣ୍ଟ ମୁଭ୍‌ମେଣ୍ଟର ସିଦ୍ଧାନ୍ତ ମୁତାବକ ପାଳନ କରାଯାଉଛି। ଏହି ତାରିଖଟି ହେଉଛି ହେନେରି ଡୁନାଣ୍ଟଙ୍କ ଜନ୍ମ ଶତବାର୍ଷିକୀର ଦିନ। ହେନେରି ୮ ମେ’, ୧୮୨୮ରେ ଜନ୍ମଗ୍ରହଣ କରିଥିଲେ। ସେ ଇଣ୍ଟରନ୍ୟାଶନାଲ କମିଟି ଅଫ୍‌ ରେଡ୍‌କ୍ରସ(ଆଇସିଆର୍‌ସି)ର ପ୍ରତିଷ୍ଠାତା ଥିଲେ ଏବଂ ପ୍ରଥମେ ନୋବେଲ ପୁରସ୍କାର ଗ୍ରହଣ କରିଥିଲେ। ଏହି ସଂଗଠନ ସଶସ୍ତ୍ର ହିଂସା ଓ ଯୁଦ୍ଧ ପୀଡିତ ତଥା ଯୁଦ୍ଧ ବନ୍ଦୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟକରୁଛି। ଏମାନଙ୍କୁ ଆଇନ ସହାୟତା ମଧ୍ୟ ଯୋଗାଇ ଦେଉଛି। ଏହାର ମୁଖ୍ୟାଳୟ ସଇୁଜର୍‌ଲାଣ୍ଡର ଜେନେଭାରେ ରହିଛି। ଆଇସିଆର୍‌ସି ଇଣ୍ଟର୍‌ନ୍ୟାଶନାଲ୍‌ ଫେଡେରେଶନ ଅଫ୍‌ ରେଡ୍‌କ୍ରସ ଆଣ୍ଡ୍‌ ରେଡ୍‌ କ୍ରିସେଣ୍ଟ ସୋସାଇଟି (ଆଇଏଫ୍‌ଆର୍‌ସି)କୁ ବି ପାଣ୍ଠି ଯୋଗାଇ ଦେଉଛି।
ପ୍ରଥମ ବିଶ୍ୱଯୁଦ୍ଧ ପରେ ପରେ ବିଶ୍ୱକୁ ଏକତା ସୂତ୍ରରେ ବାନ୍ଧି ରଖିବା ଓ ଶାନ୍ତି ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ‘ରେଡ୍‌ କ୍ରସ ଟ୍ରୁସ’ ଅଭିଯାନ ଆରମ୍ଭ କରାଯାଇଥିଲା। ରେଡ୍‌ କ୍ରସର ୧୪ ତମ ଆନ୍ତର୍ଜାତିକ ଅଧିବେଶନରେ ଗଠନ କରାଯାଇଥିବା ଇଣ୍ଟରନ୍ୟାଶ୍‌ନାଲ କମିଶନ ଏହା ଉପରେ ଅନୁଧ୍ୟାନ କରି ରିର୍ପୋଟ ପ୍ରସ୍ତୁତ କରିଥିଲେ। ଏହି ରିର୍ପୋଟ ୧୯୩୪ରେ ଟୋକିଓରେ ଅନୁଷ୍ଠିତ ରେଡ୍‌କ୍ରସର ୧୫ ତମ ଆନ୍ତର୍ଜାତିକ ଅଧିବେଶନରେ ଉପସ୍ଥାପନ କରାଯାଇ ସ୍ବୀକୃତି ପ୍ରଦାନ କରାଯାଇଥିତ୍ଲା। କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୪୬ରେ ଏହି ଟୋକିଓ ପ୍ରସ୍ତାବ ଉପରେ ଲିଗ୍‌ ଅଫ୍‌ ରେଡ୍‌କ୍ରସ ସୋସାଇଟି(ଏଲ୍‌ଆର୍‌ସିଏସ୍‌) ପୁନଃ ଅନୁଧ୍ୟାନ କରି ଏହାର ନାମ ଇଣ୍ଟରନ୍ୟାଶନାଲ୍‌ ଫେଡେରେଶନ ଅଫ୍‌ ରେଡ୍‌କ୍ରସ ଆଣ୍ଡ୍‌ ରେଡ୍‌ କ୍ରିସେଣ୍ଟ ସୋସାଇଟି(ଆଇଏଫ୍‌ଆର୍‌ସି) ରଖାଯାଇଥିଲା। ଏହାର ଦୁଇ ବର୍ଷ ପରେ ଟ୍ରୁସର ନିୟମ ଓ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଏହାର କାର୍ଯ୍ୟକାରିତାକୁ ବିଚାରକୁ ନେଇ ଆନ୍ତର୍ଜାତିକ ରେଡ୍‌କ୍ରସ ଦିବସ ପ୍ରତିବର୍ଷ ପାଳନ କରାଯିବା ଲାଗି ଏକ ପ୍ରସ୍ତାବ ଗ୍ରହଣ କରିଥିଲା ଏବଂ ପ୍ରଥମେ ୮ ମେ’ ୧୯୪୮ରେ ଏହି ଦିବସ ପାଳନ କରାଯାଇଥିଲା। ସରକାରୀ ସ୍ତରରେ ଏହି ଦିବସର ନାମ ବହୁବାର ପରିବର୍ତ୍ତନ କରାଯିବା ପରେ୧୯୮୪ରେ ଓ୍ବାଲର୍‌ଡ ରେଡ୍‌କ୍ରସ ଆଣ୍ଡ୍‌ ରେଡ୍‌କ୍ରିସେଣ୍ଟ ଡେ’ ରଖାଯାଇଥିଲା, ଯାହା ଏବେ ଏହି ନାମରେ ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri