Posted inଫୁରସତ

ବିଶ୍ୱ ରେଡ୍‌କ୍ରସ୍‌ ଓ ରେଡ୍‌ କ୍ରିସେଣ୍ଟ ଦିବସ: ସେବା ଓ ଶାନ୍ତିର ପ୍ରତୀକ

ପ୍ରତିବର୍ଷ ମେ’ ୮ରେ ବିଶ୍ୱ ରେଡ୍‌କ୍ରସ ଓ ରେଡ୍‌ କ୍ରିସେଣ୍ଟ ଦିବସ ଇଣ୍ଟର୍‌ନ୍ୟାଶନାଲ ରେଡ୍‌କ୍ରସ ଆଣ୍ଡ୍‌ ରେଡ୍‌ କ୍ରିସେଣ୍ଟ ମୁଭ୍‌ମେଣ୍ଟର ସିଦ୍ଧାନ୍ତ ମୁତାବକ ପାଳନ କରାଯାଉଛି। ଏହି ତାରିଖଟି ହେଉଛି ହେନେରି ଡୁନାଣ୍ଟଙ୍କ ଜନ୍ମ ଶତବାର୍ଷିକୀର ଦିନ। ହେନେରି ୮ ମେ’, ୧୮୨୮ରେ ଜନ୍ମଗ୍ରହଣ କରିଥିଲେ। ସେ ଇଣ୍ଟରନ୍ୟାଶନାଲ କମିଟି ଅଫ୍‌ ରେଡ୍‌କ୍ରସ(ଆଇସିଆର୍‌ସି)ର ପ୍ରତିଷ୍ଠାତା ଥିଲେ ଏବଂ ପ୍ରଥମେ ନୋବେଲ ପୁରସ୍କାର ଗ୍ରହଣ କରିଥିଲେ। ଏହି ସଂଗଠନ ସଶସ୍ତ୍ର ହିଂସା ଓ ଯୁଦ୍ଧ ପୀଡିତ ତଥା ଯୁଦ୍ଧ ବନ୍ଦୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟକରୁଛି। ଏମାନଙ୍କୁ ଆଇନ ସହାୟତା ମଧ୍ୟ ଯୋଗାଇ ଦେଉଛି। ଏହାର ମୁଖ୍ୟାଳୟ ସଇୁଜର୍‌ଲାଣ୍ଡର ଜେନେଭାରେ ରହିଛି। ଆଇସିଆର୍‌ସି ଇଣ୍ଟର୍‌ନ୍ୟାଶନାଲ୍‌ ଫେଡେରେଶନ ଅଫ୍‌ ରେଡ୍‌କ୍ରସ ଆଣ୍ଡ୍‌ ରେଡ୍‌ କ୍ରିସେଣ୍ଟ ସୋସାଇଟି (ଆଇଏଫ୍‌ଆର୍‌ସି)କୁ ବି ପାଣ୍ଠି ଯୋଗାଇ ଦେଉଛି।
ପ୍ରଥମ ବିଶ୍ୱଯୁଦ୍ଧ ପରେ ପରେ ବିଶ୍ୱକୁ ଏକତା ସୂତ୍ରରେ ବାନ୍ଧି ରଖିବା ଓ ଶାନ୍ତି ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ‘ରେଡ୍‌ କ୍ରସ ଟ୍ରୁସ’ ଅଭିଯାନ ଆରମ୍ଭ କରାଯାଇଥିଲା। ରେଡ୍‌ କ୍ରସର ୧୪ ତମ ଆନ୍ତର୍ଜାତିକ ଅଧିବେଶନରେ ଗଠନ କରାଯାଇଥିବା ଇଣ୍ଟରନ୍ୟାଶ୍‌ନାଲ କମିଶନ ଏହା ଉପରେ ଅନୁଧ୍ୟାନ କରି ରିର୍ପୋଟ ପ୍ରସ୍ତୁତ କରିଥିଲେ। ଏହି ରିର୍ପୋଟ ୧୯୩୪ରେ ଟୋକିଓରେ ଅନୁଷ୍ଠିତ ରେଡ୍‌କ୍ରସର ୧୫ ତମ ଆନ୍ତର୍ଜାତିକ ଅଧିବେଶନରେ ଉପସ୍ଥାପନ କରାଯାଇ ସ୍ବୀକୃତି ପ୍ରଦାନ କରାଯାଇଥିତ୍ଲା। କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୪୬ରେ ଏହି ଟୋକିଓ ପ୍ରସ୍ତାବ ଉପରେ ଲିଗ୍‌ ଅଫ୍‌ ରେଡ୍‌କ୍ରସ ସୋସାଇଟି(ଏଲ୍‌ଆର୍‌ସିଏସ୍‌) ପୁନଃ ଅନୁଧ୍ୟାନ କରି ଏହାର ନାମ ଇଣ୍ଟରନ୍ୟାଶନାଲ୍‌ ଫେଡେରେଶନ ଅଫ୍‌ ରେଡ୍‌କ୍ରସ ଆଣ୍ଡ୍‌ ରେଡ୍‌ କ୍ରିସେଣ୍ଟ ସୋସାଇଟି(ଆଇଏଫ୍‌ଆର୍‌ସି) ରଖାଯାଇଥିଲା। ଏହାର ଦୁଇ ବର୍ଷ ପରେ ଟ୍ରୁସର ନିୟମ ଓ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଏହାର କାର୍ଯ୍ୟକାରିତାକୁ ବିଚାରକୁ ନେଇ ଆନ୍ତର୍ଜାତିକ ରେଡ୍‌କ୍ରସ ଦିବସ ପ୍ରତିବର୍ଷ ପାଳନ କରାଯିବା ଲାଗି ଏକ ପ୍ରସ୍ତାବ ଗ୍ରହଣ କରିଥିଲା ଏବଂ ପ୍ରଥମେ ୮ ମେ’ ୧୯୪୮ରେ ଏହି ଦିବସ ପାଳନ କରାଯାଇଥିଲା। ସରକାରୀ ସ୍ତରରେ ଏହି ଦିବସର ନାମ ବହୁବାର ପରିବର୍ତ୍ତନ କରାଯିବା ପରେ୧୯୮୪ରେ ଓ୍ବାଲର୍‌ଡ ରେଡ୍‌କ୍ରସ ଆଣ୍ଡ୍‌ ରେଡ୍‌କ୍ରିସେଣ୍ଟ ଡେ’ ରଖାଯାଇଥିଲା, ଯାହା ଏବେ ଏହି ନାମରେ ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri