Odisha Elections 2024
Posted inଖେଳ

ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌:ସାଇନା-ସିନ୍ଧୁ ମୁକାବିଲା ସମ୍ଭବ

ନୂଆଦିଲ୍ଲୀ, ୧୧ା୮ (ପି.ଟି.)-ସୁଇଜରଲାଣ୍ଡର ବାସେଲଠାରେ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁଥିବା ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ ଡ୍ର’ ଅନୁଷ୍ଠିତ ହୋଇଯାଇଛି। ଟୁର୍ନାମେଣ୍ଟର ପ୍ରାରମ୍ଭିକ ରାଉଣ୍ଡଗୁଡ଼ିକରେ ଯଦି ବିଜୟ ଲାଭ କରନ୍ତି ତେବେ ଭାରତର ଦୁଇ ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କର ସେମିଫାଇନାଲରେ ଭେଟ ହୋଇପାରେ। ଖବର ଅନୁସାରେ ମହିଳା ସିଙ୍ଗଲ୍ସ ତାଲିକାରେ ଜଣେ ଖେଳାଳିଙ୍କ ନାମ ଭୁଲକ୍ରମେ ସ୍ଥାନ ପାଇବା ଦ୍ୱାରା ପ୍ରତିଯୋଗିତାରେ କିଏ କାହାକୁ ଭେଟିବ ସେ ନେଇ ଆଉ ଥରେ ଡ୍ର’ ଅନୁଷ୍ଠିତ ହୋଇଥିଲା। ଦୁଇଥର ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜୟିନୀ ସିନ୍ଧୁଙ୍କୁ ଏଠାରେ ୫ମ ସିଡ୍‌ ମାନ୍ୟତା ମିଳିଛି। ସେ ପ୍ରଥମ ରାଉଣ୍ଡ ବାଇ ପାଇଛନ୍ତି। ସିନ୍ଧୁ ଚାଇନିଜ ତାଇପେର ପାଇ ୟୁ ପୋ କିମ୍ବା ବୁଲ୍‌ଗେରିଆର ଲିଣ୍ଡା ଜେଚ୍ରୀ ବିପକ୍ଷରେ ଖେଳି ଟୁର୍ନାମେଣ୍ଟରେ ତାଙ୍କ ଅଭିଯାନ ଆରମ୍ଭ କରିପାରନ୍ତି। ସେହିପରି ୮ମ ସିଡ୍‌ ସାଇନା ମଧ୍ୟ ପ୍ରଥମ ରାଉଣ୍ଡରେ ବାଇ ପାଇଛନ୍ତି। ଦ୍ୱିତୀୟ ରାଉଣ୍ଡରେ ସେ ସୁଇଜରଲାଣ୍ଡର ସାବ୍ରିନା ଜାକ୍ୱେଟ ଏବଂ ନେଦରଲାଣ୍ଡର ସୋରାୟା ଡି’ ଭିସ୍କ୍‌ ଇଜବର୍ଜେନଙ୍କ ମଧ୍ୟରେ ଖେଳାଯିବାକୁଥିବା ମ୍ୟାଚର ବିଜେତାଙ୍କୁ ଭେଟିବେ। ଭାରତର ଦୁଇ ଖେଳାଳି ଯଦି ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରନ୍ତି ତେବେ ତୃତୀୟ ରାଉଣ୍ଡରେ ସିନ୍ଧୁ ଆମେରିକାର ବିଓ୍ବେନ ଝାଙ୍ଗ୍‌ ଏବଂ ସାଇନାଙ୍କର ଡେନ୍‌ମାର୍କର ମିଆ ବ୍ଲିଚ୍‌ଫିଲ୍ଡଙ୍କ ସହିତ ଭେଟ ହେବାର ସମ୍ଭାବନା ରହିଛି। ଭାରତୀୟ ଖେଳାଳି ଦ୍ୱୟଙ୍କର ଚାଇନାର ଚେନ୍‌ ୟୁ ଫେଇ ଏବଂ ଚାଇନିଜ ତାଇପେର ତାଇ ଜୁ ୟିଙ୍ଗ୍‌ଙ୍କ ସହିତ ମଧ୍ୟ ମୁକାବିଲା ହୋଇପାରେ। ପୁନର୍ବାର ଡ୍ର’ କରାଯିବା ପଛରେ କି କାରଣ ରହିଛି ବିଡବ୍ଲ୍ୟୁଏଫ୍‌ ତରଫରୁ ତାହାର ବିସ୍ତୃତ ତଥ୍ୟ ଦିଆଯାଇନାହିଁ। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବିଡବ୍ଲ୍ୟୁଏଫ୍‌ ଭୁଲକ୍ରମେ ମହିଳା ସିଙ୍ଗଲ୍ସ ପାଇଁ ପ୍ରବେଶିକା ତାଲିକାରେ ମରିସସ୍‌ର କେଟ୍‌ ଫୁ କୁନେଙ୍କ ନାମ ସ୍ଥାନ ପାଇଥିଲା। ଏହି ଖେଳାଳି ଜଣକ ଡୋପିଂ ଅଭିଯୋଗରେ ଜୁଲାଇରେ ସସ୍‌ପେଣ୍ଡ ହୋଇଛନ୍ତି। ଚାମ୍ପିୟନଶିପ୍‌ର ଅନ୍ୟ ଚାରୋଟି ବିଭାଗ ଲାଗି ପୂର୍ବରୁ ହୋଇଥିବା ଡ୍ର’ ଅପରିବର୍ତ୍ତିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲେ ଅଫ୍‌ରେ ଆରସିବି

ବେଙ୍ଗାଲୁରୁ,୧୮ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ନାଟକୀୟ ଢଙ୍ଗରେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ...

ପ୍ରଶଂସକଙ୍କୁ ଗୋଟିଏ ଖୁସି କେବେବି ଦେଇ ପାରିବେନି କୋହଲି, ଆଇପିଏଲରେ ଗୋଟିଏ କାମ କରିବାକୁ ଡରୁଛନ୍ତି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲି ବର୍ତ୍ତମାନ ସମୟର ଜଣେ ମହାନ ବ୍ୟାଟ୍ସମ୍ୟାନ। ଏହି ସମୟରେ ସେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟ ଆଇପିଏଲ...

ମନ କଥା ଖୋଲିକି କହିଦେଲେ କୋହଲି: କରିବାକୁ ଚାହୁଁନ୍ତି ଏହି କାମ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ୨୦୨୪ର ୬୮ତମ ମ୍ୟାଚ ଆରସିବି ଏବଂ ସିଏସ୍‌କେ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇ ସୁପର...

କ୍ୟାମେରାମ୍ୟାନ୍‌ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

୩ ବଲ୍‌ରେ ୩ ଉଇକେଟ୍‌ ଗଲା, କିନ୍ତୁ ଘୋଷଣା ହେଲାନି ହ୍ୟାଟ୍ରିକ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧୮।୫: ମୁମ୍ବାଇର ୱାଙ୍ଖେଡେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲର ୬୭ ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର କୌଣସି ବିଶେଷ...

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri