Posted inଜାତୀୟ

ବିଶ୍ୱ ଜଳବାୟୁ ଜରୁରୀ ପରିସ୍ଥିତି ଘୋଷଣା କଲେ ୧୧ ହଜାର ବୈଜ୍ଞାନିକ

ନୂଆଦିଲ୍ଲୀ, ୭।୧୧(ପି.ଟି.): ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବକୁ ନେଇ ବୈଜ୍ଞାନିକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ୧୫୩ଟି ରାଷ୍ଟ୍ରର ୧୧ହଜାରରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ବିଶ୍ୱ ଜଳବାୟୁ ଜରୁରୀ ପରିସ୍ଥିତି ଘୋଷଣା କରିବା ସହ ଖୁବ୍‌ଶୀଘ୍ର ମାନବ ସମାଜ ଏଥିପାଇଁ ଅକଥନୀୟ ଯନ୍ତ୍ରଣାର ସମ୍ମୁଖୀନ ହେବା ଅନିବାର୍ଯ୍ୟ ବୋଲି ସତର୍କ କରାଇଦେଇଛନ୍ତି। ମାନବକୃତ ସବୁଜ ଗୃହ ଗ୍ୟାସ୍‌ ନିର୍ଗମନ ଓ ଅନ୍ୟାନ୍ୟ କାରଣ ଯୋଗୁ ଜଳବାୟୁରେ ଦ୍ରୁତ ପରିବର୍ତ୍ତନ ହୋଇଚାଲିଛି। ବାୟୋସାଇନ୍ସ ପତ୍ରିକାରେ ମଙ୍ଗଳବାର ପ୍ରକାଶିତ ଏହି ଲେଖାରେ ୧୧,୨୫୮ ଜଣ ବୈଜ୍ଞାନିକ ସ୍ବାକ୍ଷର କରିଛନ୍ତି। ସେଥିରେ ଭାରତରୁ ୬୯ ଜଣ ସାମିଲ ଅଛନ୍ତି। ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନର ଧାରା ସମ୍ପର୍କରେ ସେମାନେ ସତର୍କ କରାଇଦେବା ସହ ଏହାକୁ ରୋକିବା ଦିଗରେ କେତେକ ପ୍ରଭାବଶାଳୀ ପ୍ରଶମନ ପଦକ୍ଷେପ ସମ୍ପର୍କରେ ପରାମର୍ଶ ଦେଇଛନ୍ତି।
ସେମାନେ ଦୀର୍ଘ ୪୦ ବର୍ଷର ତଥ୍ୟକୁ ଅନୁଧ୍ୟାନ କରିବା ପରେ ଏଭଳି ଜରୁରୀ ପରିସ୍ଥିତି ଘୋଷଣା କରିଥିବା କହିଛନ୍ତି। ବିପୁଳ ପରିମାଣରେ ଶକ୍ତିର ବ୍ୟବହାର, ଭୂପୃଷ୍ଠ ତାପମାତ୍ରା ବୃଦ୍ଧି, ଜନସଂଖ୍ୟା ବୃଦ୍ଧି, ଗଛ କଟା ଓ ଜଙ୍ଗଲ ହ୍ରାସ, ମେରୁ ଅଞ୍ଚଳରୁ ପର୍ଯ୍ୟାପ୍ତ ବରଫ ତରଳିବା, ଉର୍ବରତା ହାର, ମୋଟ ଘରୋଇ ଉତ୍ପାଦ (ଜିଡିପି) ଏବଂ ଅଙ୍ଗାରକ ନିର୍ଗମନ ଆଦିର ତଥ୍ୟକୁ ଅନୁଧ୍ୟାନ କରିବା ପରେ ବୈଜ୍ଞାନିକମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବକୁ ନେଇ ୪୦ ବର୍ଷ ହେଲା ବିଶ୍ୱ ସ୍ତରରେ ବିଭିନ୍ନ ଆଲୋଚନା ଜାରି ରହିଥିଲେ ମଧ୍ୟ ପ୍ରକୃତରେ ଏହାକୁ ରୋକିବା ଦିଗରେ ଯେତିକି ତତ୍ପରତା ପ୍ରକାଶ ପାଇବା କଥା ତାହା ହୋଇନାହିଁ। ପୂର୍ବ ଧାରା ଅବ୍ୟାହତ ରହିଥିବାରୁ ସଙ୍କଟ ସମାଧାନ କରିବାରେ ସଫଳତା ମିଳିନାହିଁ ବୋଲି ଆମେରିକାର ଓରେଗନ୍‌ ଷ୍ଟେଟ୍‌ ୟୁନିଭର୍ସିଟି (ଓଏସ୍‌ୟୁ) କଲେଜ ଅଫ୍‌ ଫରେଷ୍ଟ୍ରିର ପ୍ରଫେସର ଓ୍ବିଲିୟମ ଜେ. ରିପ୍ପଲ୍‌ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ଯେଉଁ ହାରରେ ହେଉଥିବା ବୈଜ୍ଞାନିକମାନେ ଆଶା କରୁଥିଲେ ତାହାଠାରୁ ଯଥେଷ୍ଟ ଦ୍ରୁତଗତିରେ ଏହା ବଦଳୁଥିବା ରିପ୍ପଲ୍‌ ସୂଚନା ଦେଇଛନ୍ତି। ବିଶ୍ୱ ତାପମାତ୍ରାକୁ ହ୍ରାସ କରିବାକୁ ହେଲେ ତୁରନ୍ତ ଶକ୍ତି, ସ୍ବଳ୍ପମିଆଦୀ ପ୍ରଦୂଷକ, ପ୍ରକୃତି, ଖାଦ୍ୟ, ଅର୍ଥନୀତି ଓ ଜନସଂଖ୍ୟା କ୍ଷେତ୍ରରେ ପଦକ୍ଷେପ ନେବାକୁ ହେବ ବୋଲି ଓଏସ୍‌ୟୁ ପ୍ରଫେସର ରିପ୍ପଲ ଏବଂ କ୍ରିଷ୍ଟୋଫର ଓ୍ବଲ୍ଫଙ୍କ ନେତୃତ୍ୱରେ ବିଶ୍ୱ ବୈଜ୍ଞାନିକମାନଙ୍କ ସଂଘ ମତ ପ୍ରକାଶ କରିଛି।
ଗବେଷଣାରୁ ଜଣାପଡିଛି, ଜନସଂଖ୍ୟା ବୃଦ୍ଧି ସହ ସମସ୍ତଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ ଓ ଶକ୍ତ ଯୋଗାଇଦେବା ପାଇଁ ଆମେ ପ୍ରକୃତିର ଶୋଷଣ କରିଚାଲିଛୁ, ଯାହା ପରିବେଶର ଗୁରୁତର କ୍ଷତି କରୁଛି ବୋଲି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଜ୍ଞାନପ୍ରକାଶ ଶର୍ମା କହିଛନ୍ତି। ସେ ମଧ୍ୟ ଉକ୍ତ ଘୋଷଣାନାମାର ଅନ୍ୟତମ ସ୍ବାକ୍ଷରକାରୀ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଭାରତରେ ସ୍ପଷ୍ଟ ପରିଲକ୍ଷିତ ହୋଇଛି। ଯାହା ଫଳରେ ମୌସୁମୀ ସମେତ ପରିବେଶ ଢାଞ୍ଚାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି। ଏଥିପାଇଁ କୃଷି ପଦ୍ଧତି ବଦଳାଇବାକୁ ପଡିଥିବା ଶର୍ମା କହିଛନ୍ତି। ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ହେଲେ ବିଶ୍ୱ ସମାଜର କାର୍ଯ୍ୟଧାରାରେ ଭିନ୍ନତା ଆଣିବାକୁ ହେବ ବୋଲି ଉକ୍ତ ପ୍ରବନ୍ଧରେ ଉଲ୍ଲେଖ କରାଯାଇଛି। ଏକ ଦୀର୍ଘସ୍ଥାୟୀ ତଥା ନ୍ୟାୟସଙ୍ଗତ ଭବିଷ୍ୟତ ଗଠନ ଲାଗି ନୀତି ନିର୍ଦ୍ଧାରକମାନଙ୍କୁ ସହାୟତା କରିବା ଲାଗି ଆମେ ପ୍ରସ୍ତୁତ ବୋଲି ବୈଜ୍ଞାନିକ ସଂଘ କହିଛନ୍ତି। ମାନବ ସମାଜ ପାଇଁ ବଡ଼ ବିପଦ ଦେଖାଦେଇଥିଲାବେଳେ ଏନେଇ ସତର୍କ କରାଇବା ବୈଜ୍ଞାନିକମାନଙ୍କର ନୈତିକ କର୍ତ୍ତବ୍ୟ ବୋଲି ସିଡ୍‌ନୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଥୋମାସ୍‌ ନ୍ୟୁସମ୍‌ କହିଛନ୍ତି। ଉପଲବ୍ଧ ତଥ୍ୟ ଅନୁଯାୟୀ ଆମେ ଜଳବାୟୁ ଜରୁରୀ ପରିସ୍ଥିତିର ସମ୍ମୁଖୀନ ହେବାକୁ ଯାଉଥିବାର ସ୍ପଷ୍ଟ ସୂଚନା ମିଳୁଛି ବୋଲି ସେ ମତ ଦେଇଛନ୍ତି।
ଜଳବାୟୁ ବଦଳୁଥିବାର ସୂଚନା ମିଳିବା ପରେ ୪୦ ବର୍ଷ ତଳେ ପ୍ରଥମ ବିଶ୍ୱ ଜଳବାୟୁ ସମ୍ମିଳନୀ ୧୯୭୯ରେ ଜେନେଭାରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଅନେକ ବିଶ୍ୱ ସମ୍ମିଳନୀ ହୋଇଛି ଏବଂ ଏଦିଗରେ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନେଇ ସମସ୍ତେ ସହମତ ହୋଇଛନ୍ତି। ବିଶ୍ୱ ସ୍ତରରେ ଶିଶୁ ଜନ୍ମହାର ହ୍ରାସ ପାଇଥିବା ଏକ ଭଲ ସୂଚନା। ତେବେ ବ୍ରାଜିଲ୍‌ରେ ଆମାଜନ ଅଞ୍ଚଳରେ ଜଙ୍ଗଲ କ୍ଷୟ ବଢ଼ିଚାଲିବା ଚିନ୍ତାଜନକ ହୋଇଛି। ସେହିପରି ଭୂପୃଷ୍ଠ ଓ ସମୁଦ୍ରର ତାପ ବଢ଼ିବା ସହ ଉପକୂଳ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ, ସମୁଦ୍ର ସ୍ତର ବୃଦ୍ଧି, ସମୁଦ୍ର ଜଳରେ ଅମ୍ଳତା ବଢ଼ିବା ଓ ଜଙ୍ଗଲ ନିଆଁ ବଢ଼ିଚାଲିଛି। ମେରୁ ବରଫ ଦ୍ରୁତବେଗରେ ତରଳିବା ଫଳରେ ସମୁଦ୍ରର ଜଳସ୍ତର ବଢ଼ିଚାଲିଛି। ତେଣୁ ଜଳବାୟୁ ପରିବର୍ତ୍ତନ ବିରୋଧରେ ଜରୁରୀ ପଦକ୍ଷେପ ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri