ବିଶ୍ୱ ଏଡ୍‌ସ ଦିବସ ଆଜି: ଏବର୍ଷ ୮୦ ରୋଗୀ ଚିହ୍ନଟ, ୧୮ ମୃତ

ବାରିପଦା ଅଫିସ,୧।୧୨- ଏଡସ ନିରାକରଣ ଲାଗି ସଚେତନତା ଆଦି କାର୍ଯ୍ୟକ୍ରମ କରାଯାଉ ଥିଲେ ବି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। ଏହି ଜିଲାରେ ୨୦୦୬ ରୁ ୨୦୧୯ ଅକ୍ଟୋବର ମଧ୍ୟରେ ୧୧୨୯ ଏଡସ ରୋଗୀ ଚିହ୍ନଟ ହୋଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬୯ ଜଣଙ୍କ ମୃତ୍ୟୁ ଘଟିଛି। ଜିଲା ସମନ୍ବିତ ପରାମର୍ଶ ଓ ରକ୍ତ ପରୀକ୍ଷା କେନ୍ଦ୍ରରେ ଅଦ୍ୟାବଧି ୩ ଲକ୍ଷ ୩୬ ହଜାର ୯୯ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ୨୦୧୯ରେ ଅକ୍ଟେବାର ସୁଦ୍ଧା ଜିଲାରେ ୮୦ ଜଣ ଏଡସ ରୋଗୀ ରକ୍ତ ନମୁନା ପରୀକ୍ଷା ପରେ ଚିହ୍ନଟ ହୋଇଥିବା ଏବଂ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ଏହି କେନ୍ଦ୍ର ସୂତ୍ରରୁ ଜଣାପଡିଛି।
ଉଲ୍ଲେଖନୀୟ ଯେ, ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡସ ଦିବସ ଭାବେ ପାଳନ କରାଯିବା ବେଳେ ସରକାରୀ ଓ ବେସରକାରୀ ସ୍ତରରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥାଏ। ହେଲେ ଏସବୁ କାର୍ଯ୍ୟକ୍ରମ ସଭାସମିତି ମାଧ୍ୟମରେ ସୀମିତ ରହିଯାଉଥିବାରୁ ଏଡସ ରୋଗୀଙ୍କ ସଂଖ୍ୟା କମିବା ପରିବତ୍ତେ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଜିଲାରେ ରୋଗ ପରୀକ୍ଷା ଲାଗି ଏଯାଏ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ହୋଇ ପାରି ନାହିଁ ା ଏହି ରୋଗ ଚିହ୍ନଟ ଲାଗି ୩ଟି ପ୍ରକ୍ରିୟାରେ ପରୀକ୍ଷାନିରୀକ୍ଷା କରାଯାଇଥାଏ। ପ୍ରଥମେ ଏଫ.ଆଇ.ସି.ଟି.ସି. ରେ ପରୀକ୍ଷା କରାଯାଏ। ଏଥିରେ ଏଚଆଇଭି ପଜିଟିଭ ଜଣାପଡିଲେ ଷ୍ଟାଣ୍ଡାଡ ଆଇ.ସି.ଟି.ସି. ଓ ପରେ ଆଇ.ସି.ଟି.ସି.ରେ ପରୀକ୍ଷା କରାଯାଏ। ଏହି ଜିଲାର ରୋଗୀଙ୍କୁ ପ୍ରତିଷେଧକ ବ୍ୟବସ୍ଥା ଏବଂ ଔଷଧ ପାଇଁ ଏବେ ବାଲେଶ୍ୱର ସ୍ଥିତ ଏଆରଟି ସେଣ୍ଟର(ଆଣ୍ଟି ରେଟ୍ରୋଭାଇରାଲ ଥେରାପି ସେଣ୍ଟର)କୁ ଯିବାକୁ ପଡୁଛି। ତେବେ ବାରିପଦାରେ ଏହି ସେଣ୍ଟର ନଥିବା ବେଳେ ଏଠାରେ ଏକ ଲିଙ୍କ୍‌ ଏଆରଟି ସେଣ୍ଟର କାର୍ଯ କରୁଛି। କୌଣସି ରୋଗୀ ବାଲେଶ୍ୱର ଯାଇ ନ ପାରିଲେ ଏଠାରୁ ଓଷଧ ନେଉଛନ୍ତିି। ଏଡସ୍‌ ରୋଗ ପରୀକ୍ଷା କରିବା ପାଇଁ ଜିଲାର ୨୩ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଫ.ଆଇ.ସି.ଟି.ସି ଥିବା ବେଳେ ୧୦ ଟି ଷ୍ଟାଣ୍ଡାଡ ଆଇ.ସି.ଟି.ସ. ଯଥା ବାରିପଦାରେ ୨ଟି ଏବଂ ବେତନଟି,ବଡସାହି,ଉଦଳା, ବିଶୋଇ, ରାଇରଂଗପୁର, ଯସିପୁର, କରଞ୍ଜିିଆ ଓ ଠାକୁରମୁଣ୍ଡାରେ ଗୋଟିଏ ଲେଖାଏଁ ରହିଛି। ଏଡାବାଦ ୨ ଟି ଆଇ.ସି.ଟି.ସି.(ସମନ୍ବିତ ପରାମର୍ଶ ଓ ରକ୍ତ ପରୀକ୍ଷା କେନ୍ଦ୍ର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri