Posted inଖେଳ

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌: ତେଜିନ୍ଦର, ଜିନସନ ବିଫଳ

ଦୋହା, ୫।୧୦(ପି.ଟି.)-
ଏସିଆନ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ଭାରତୀୟ ଶଟ୍‌ପୁଟର ତେଜିନ୍ଦର ପାଲ୍‌ ସିଂ ତୁର୍‌ ଏବଂ ୧୫୦୦ ମିଟର ରନର ଜିନସନ ଜିନସନ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ୨୪ ବର୍ଷୀୟ ତୁର୍‌ ସିଜନ ଶ୍ରେଷ୍ଠ ୨୦.୪୩ ମିଟର ପ୍ରଦର୍ଶନ କରିଥିଲେ ହେଁ ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ୍‌ ‘ବି’ରେ ୮ମସ୍ଥାନରେ ରହିଥିଲେ। ୩୪ ପ୍ରତିଯୋଗୀ ବିଶିଷ୍ଟ ପ୍ରତିଯୋଗିତାରେ ସେ ଓଭରଅଲ୍‌ ୧୮ତମ ସ୍ଥାନ ପାଇଥିଲେ। ସେହିପରି ଜିନସନ ଖରାପ ପ୍ରଦର୍ଶନ କରି ୩:୩୯.୮୬ ସେକେଣ୍ଡ ସମୟ ନେଇ ପ୍ରଥମ ରାଉଣ୍ଡ ହିଟ୍‌ରେ ୧୦ମ ସ୍ଥାନରେ ରହିଥିଲେ। ୪୩ ରନରଙ୍କ ମଧ୍ୟରେ ତାଙ୍କର ସ୍ଥାନ ଥିଲା ୩୪। ପୁରୁଷ ଶଟ୍‌ପୁଟ୍‌ ଇଭେଣ୍ଟର ଗ୍ରୁପ୍‌ ‘ଏ’ରେ ୮ ଶଟ୍‌ପୁଟର ୨୦.୯୦ ମିଟର ସହିତ ସିଧାସଳଖ ଯୋଗ୍ୟତା ହାସଲ କରିଥିଲେ। ଫଳରେ ତୁର୍‌ଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା। ତାଙ୍କ ନାମରେ ୨୦.୭୫ ମିଟରର ଜାତୀୟ ରେକର୍ଡ ରହିଛି। ମାତ୍ର ଏହି ରେକର୍ଡ ବଜାୟ ରଖିବା ତାଙ୍କ ପକ୍ଷରେ ସମ୍ଭବ ହୋଇ ନ ଥିଲା। ଚଳିତ ସିଜନରେ ପୂର୍ବରୁ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନଥିଲା ୨୦.୩୬ ମିଟର। ଏଠାରେ ପ୍ରଥମ ଉଦ୍ୟମରେ ସେ ଏଥିରେ ଉନ୍ନତି ଆଣିଥିଲେ ହେଁ ପରବର୍ତ୍ତୀ ରାଉଣ୍ଡରେ ଫାଉଲ୍‌ କରିଥିଲେ। ତୃତୀୟ ତଥା ଅନ୍ତିମ ରାଉଣ୍ଡରେ ସେ ଜାତୀୟ ରେକର୍ଡ ସହ ୨୦.୯୦ ମିଟର ସ୍ପର୍ଶ କରିଥିଲେ ଯୋଗ୍ୟତା ହାସଲ କରିପାରିଥାନ୍ତେ। ମାତ୍ର ସେ ୧୯.୫୫ ମିଟର ଦୂରକୁ ଶଟ୍‌ପୁଟ୍‌ ଥ୍ରୋ କରି ପାରିଥିଲେ। ୨୦.୯୦ ମିଟର ଥ୍ରୋ କରିଥିବା ଏବଂ ପରବର୍ତ୍ତୀ ଶ୍ରେଷ୍ଠ ଶଟ୍‌ପୁଟରଙ୍କୁ ମିଶାଇ ମୋଟ ୧୨ ଜଣ ଫାଇନାଲକୁ ଯୋଗ୍ୟତା ପାଇଥିଲେ। ବର୍ତ୍ତମାନର ବିଶ୍ୱ ଚାମ୍ପିୟନ ଏବଂ ୨୦୧୬ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ନ୍ୟୁଜିଲାଣ୍ଡର ଟୋମାସ ଓ୍ବାଲ୍ସ ୨୧.୯୨ ମିଟର ଥ୍ରୋ କରି ଶୀର୍ଷସ୍ଥାନ ହାସଲ କରିଥିଲେ। ସେହିପରି ଗତମାସରେ ନିଜ ନାମରେ ଥିବା ଜାତୀୟ ରେକର୍ଡ ଭାଙ୍ଗିଥିବା ୨୮ ବର୍ଷୀୟ ଜିନସନ ଶେଷ ପର୍ଯ୍ୟନ୍ତ ଭଲ ସ୍ଥିତିରେ ଥିଲେ ହେଁ ଫିନିଶ୍‌ ଲାଇନ୍‌ ଅତିକ୍ରମ କରିବା ବେଳକୁ ପଛରେ ପଡ଼ି ଯାଇଥିଲେ। ୩ଟି ହିଟ୍‌ର ଟପ୍‌ ୬ ଆଥଲେଟ୍‌ ଏବଂ ପରବର୍ତ୍ତୀ ଶ୍ରେଷ୍ଠ ଟାଇମିଂ ରଖିଥିବା ୬ ଜଣ ସେମିଫାଇନାଲରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri