ବିଳମ୍ବ ହେଲା ଠାକୁରଙ୍କ ନୀତିକାନ୍ତି

ପୁରୀ ଅଫିସ,୩୧ା୮: ଶ୍ରୀମନ୍ଦିର ସୁରକ୍ଷା ପାଇଁ ଚାଲିଛି ଉଚ୍ଛେଦ ଅଭିଯାନ। ପ୍ରାଥମିକ ପର୍ଯ୍ୟାୟରେ ଜିଲା ପ୍ରଶାସନ ଅସୁରକ୍ଷିତ କୋଠା ଭାଙ୍ଗୁଛି। ଶୁକ୍ରବାର ଭଙ୍ଗାଯାଇଛି ବହୁ ଚର୍ଚ୍ଚିତ ଏମାର ମଠର ରଘୁନନ୍ଦନ ଲାଇବ୍ରେରୀ ଏବଂ ଦୋକାନ ଘର। ତେବେ ଏହି ଉଚ୍ଛେଦ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଏହି ଟ୍ରାଫିକ କଟକଣା ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ବିଳମ୍ବ ଘଟିଛି। ଅପରାହ୍ନ ୪ଟାରେ ଭୋଗମଣ୍ଡପ ବାହାରିଥିବା ବେଳେ ଅମାବାସ୍ୟା ନାରାୟଣ ବି ସେହି ୪ଟାରେ ସାଗର ବିଜେ କରିଛନ୍ତି। ତେବେ ଏଥିପାଇଁ ପ୍ରଶାସନକୁ ଦାୟୀ କରାଯାଇଛି।
ଉଚ୍ଛେଦ କାର୍ଯ୍ୟକୁ ଶୃଙ୍ଖଳିତ କରିବା ଲାଗି ଶୁକ୍ରବାର ଦୋଳମଣ୍ଡପ ସାହି ଗଳିରେ ବ୍ୟାରିକେଡିଂ କରାଯାଇଥିବା ବେଳେ ପୋଲିସ ଜଗି ରହିଥିଲା। ସେବାୟତମାନେ ସେବାପୂଜା ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ବେଳେ ପୋଲିସ ସେମାନଙ୍କୁ ଛାଡି ନ ଥିଲା। ଫଳରେ ସେବାୟତମାନେ ଘରକୁ ଫେରି ଯାଇଥିଲେ। ଏହାକୁ ନେଇ ବିଳମ୍ବ ହୋଇଥିଲା। ସକାଳ ଧୂପ ପର୍ଯ୍ୟନ୍ତ ନୀତି ଠିକ୍‌ ଠାକ ଚାଲିଥିବା ବେଳେ ଏହା ପରଠାରୁ ବିଳମ୍ବ ହୋଇଥିଲା। ଗାରଦରେ ବିଳମ୍ବ ଖବର ପହଞ୍ଚତ୍ବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜିଲା ଏବଂ ପୋଲିସ ପ୍ରଶାସନ ସହ ଯୋଗାଯୋଗ କରାଯାଇଥିଲା। ଦୋଳମଣ୍ଡପ ସାହି ଗଳି ମୁଣ୍ଡରେ ଜଣେ ଜେଟିପି ମୁତୟନ ରହିଥିଲେ। ସେବାୟତମାନେ ସେହି ବାଟ ଦେଇ ଆସିଥିଲେ।
ଥରିଲା ମେଘନାଦ ପାଚେରି
ସିଂହଦ୍ୱାର ସମ୍ମୁଖ ଏବଂ ମେଘନାଦ ପାଚେରିଠାରୁ ଅଳ୍ପ ଦୂରରେ ରହିଥିଲା ରଘୁନନ୍ଦନ ଲାଇବ୍ରେରୀ। ତିନିମହଲା ବିଶିଷ୍ଟ ଏହି କୋଠାର ତଳ ମହଲାରେ ଦୋକାନ ଘର ଏବଂ ଉପରେ ଲାଇବ୍ରେରୀ ଚାଲୁଥିଲା। ତେବେ ଶୁକ୍ରବାର ଏହି କୋଠାକୁ ବୁଲ୍‌ଡୋଜରରେ ଭାଙ୍ଗିବା ବେଳେ ନିକଟରେ ଥିବା ମେଘନାଦ ପାଚେରି ଥରିଲା ଭଳି ଜଣାପଡୁଥିଲା। ତେବେ ଏହାକୁ ନେଇ ପ୍ରଶାସନକୁ କେହି କେହି ସମାଲୋଚନା କରିଥିଲେ। ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଏମାର ମଠ କୋଠା ଭଙ୍ଗାଯାଉଥିବା ବେଳେ ଏଥିପାଇଁ ମେଘନାଦ ପାଚେରି ଥରିବା କେତେଦୂର ଠିକ୍‌ ବୋଲି ପରସ୍ପର ମଧ୍ୟରେ ଆଲୋଚନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri