Posted inଫୁରସତ

ବିଲେଇ ମଠ

ମଠରେ କିଛି ସମୟ ବିତାଇଲେ ମିଳିଥାଏ ଅପାର ଶାନ୍ତି। ତେବେ ଜାପାନର କ୍ୟୋଟୋରେ ଏମିତି ଏକ ମଠ ଅଛି, ଯେଉଁଠି ଶାନ୍ତି ସହ ଆନନ୍ଦ ଓ ଏକ ନିଆରା ଅନୁଭୂତି ମିଳିବ। ତା’ଛଡା ବିଲେଇଙ୍କୁ ଭଲ ପାଉଥିବା ବ୍ୟକ୍ତିଙ୍କୁ ତ ଏହା ସ୍ବର୍ଗ ପରି ଲାଗିବ। କାରଣ ଏ ହେଉଛି ଏକ ବିଲେଇ ମଠ, ଯାହାର ନାମ ‘ନ୍ୟାନ ନ୍ୟା ଜି’ ବା ‘ମିଉ ମିଉ ମଠ’। ଏଠାରେ ବିଲେଇ ସାଧୁ ଥାଆନ୍ତି। ଏହାର ମୁଖ୍ୟ ସାଧୁ ବି ଏକ ବିଲେଇ, ଯାହାର ନାଁ କୋୟୁକି। ସେ ଏକ ମାଈ ବିଲେଇ। ଏହାବାଦ ଓ୍ବାକା, ଚିନ୍‌, ଅରୁଜି, ରେନ୍‌, କୋନାତ୍ସୁ ଏବଂ ଚିଛି ନାମରେ ଆହୁରି ୬ଟି ବିଲେଇ ସାଧୁ ଅଛନ୍ତି। ଏଠାକୁ ଯେଉଁ ପର୍ଯ୍ୟଟକ ଆସନ୍ତି ଏହି ବିଲେଇଙ୍କ ସହ ଖେଳନ୍ତି ଓ ଏଠାରେ ବିଲେଇକୁ ନେଇ ହୋଇଥିବା କଳାକୃତିକୁ ଉପଭୋଗ କରନ୍ତି। ଏଠାରେ ଅନେକ ବିଲେଇ ଥିଲେ ହେଁ ମୁଖ୍ୟ ସାଧୁ ସାଜିଥିବା କୋୟୁକି ସମସ୍ତଙ୍କ ମନ ମୋହି ନେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri