ବିଲୁପ୍ତମୁଖୀ ବଜ୍ରକାପ୍ତା

ବିମଳ ପ୍ରସନ୍ନ ଦାସ

ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ବନ୍ୟପ୍ରାଣୀ ସପ୍ତାହ ସାରା ଦେଶରେ ପ୍ରତିବର୍ଷ ପାଳିତ ହୋଇଆସୁଅଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା, ସଂରକ୍ଷଣ ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଆମର ପ୍ରତିବଦ୍ଧତା ଏକାନ୍ତ ଅପରିହାର୍ଯ୍ୟ। ବନ୍ୟପ୍ରାଣୀ ଓ ସେମାନଙ୍କ ଆବାସ ସ୍ଥଳର ସୁରକ୍ଷା ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ। ଏହି ପରିପ୍ରେକ୍ଷୀରେ ଏକ ବିରଳ ବନ୍ୟପ୍ରାଣୀ ବଜ୍ରକାପ୍ତାର ସ୍ଥିତି ଓ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିବା ଏ କ୍ଷୁଦ୍ର ପ୍ରବନ୍ଧର ଆଭିମୁଖ୍ୟ। ବଜ୍ରକାପ୍ତା ପରି ବାଘ, ସିଂହ, ହାତୀ, ବିଶେଷତଃ ଚିତାବାଘର ସୁରକ୍ଷା ଆଜି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୮ ବର୍ଷ ପ୍ରଧାନମନ୍ତ୍ରିତ୍ୱ ସମୟରେ ଆଫ୍ରିକାରୁ ୮ଟି ବାଘ ଉଡ଼ାଜାହାଜରେ ଭାରତକୁ ଅଣାଯିବା ବନ୍ୟପ୍ରାଣୀ ସଂରକ୍ଷଣ ଓ ସମୃଦ୍ଧି ଦିଗରେ ଏକ ଅବିସ୍ମରଣୀୟ ତଥା ଐତିହାସିକ ଘଟଣା। ମାତ୍ର ଦୁଃଖଦ ବିଡ଼ମ୍ବନା ଯେ ବିଲୁପ୍ତପ୍ରାୟ ବିରଳ ବନ୍ୟପ୍ରାଣୀ ବଜ୍ରକାପ୍ତା ନିମନ୍ତେ ଏପରି କୌଣସି ପଦକ୍ଷେପ ଏ ଯାବତ୍‌ ଗ୍ରହଣ କରାଯାଇ ନାହିଁ। ୱାଇଲ୍ଡଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା (ଡବ୍ଲ୍ୟୁସେଓ)ର ତଥ୍ୟ ଅନୁସାରେ ୨୦୧୮ ଅଗଷ୍ଟରୁ ୨୦୨୨ ଜୁନ ମଧ୍ୟରେ ୧୮ ଜିଲାରେ ୪୫ଟି ଚଢ଼ାଉ ଘଟଣାରେ ୪୬ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି। ସେଥିମଧ୍ୟରୁ ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲାରୁ ସର୍ବାଧିକ ୫ ଲେଖଁାଏ ବଜ୍ରକାପ୍ତା ଉଦ୍ଧାର ହୋଇଛି। ସେହିପରି କୋରାପୁଟ ଓ କନ୍ଧମାଳରୁ ୪ଟି ଲେଖାଁଏ, ବରଗଡ଼, କଟକ ଓ ବୌଦ୍ଧରୁ ୩ଟି ଲେଖାଁଏ ଏବଂ ମାଲ୍‌କାନଗିରି, ରାୟଗଡ଼ା, ଖୋର୍ଦ୍ଧା ଓ ସୋନପୁରରୁ ୨ଟି ଲେଖାଁଏ, ସୁନ୍ଦରଗଡ଼, ବାଲେଶ୍ୱର, ବରଗଡ଼, ଢେଙ୍କାନାଳ, ଅନୁଗୋଳ, ଗଜପତି, ଦେବଗଡ଼, ନୂଆପଡ଼ା ଜିଲାରୁ ଗୋଟିଏ କରି ବଜ୍ରକାପ୍ତା ଉଦ୍ଧାର ହୋଇଛି। ଅର୍ଥାତ୍‌ ୨୦୧୮ ଅଗଷ୍ଟରୁ ୨୦୨୨ ଅଗଷ୍ଟ ମଧ୍ୟରେ ମୋଟ ୩୬ଟି ଚଢ଼ାଉ ଘଟଣାରେ ମୋଟ ୨୭ଟି ବଜ୍ରକାପ୍ତାଙ୍କୁ ଉଦ୍ଧାର କରାଯାଇଛି।
କିନ୍ତୁ ୨୦୨୧ ନଭେମ୍ବରରୁ ୨୦୨୨ ଜୁନ ପର୍ଯ୍ୟନ୍ତ ମାତ୍ର ୮ ମାସ ମଧ୍ୟରେ ୧୮ଟି ଚଢ଼ାଉ ଘଟଣାରେ ୧୯ଟି ବଜ୍ରକାପ୍ତା ଉଦ୍ଧାର ହୋଇଛନ୍ତି। ସେହିପରି ୨୦୧୬ ସେପ୍ଟେମ୍ବରରୁ ୨୦୨୧ ଅକ୍ଟୋବର ମଧ୍ୟରେ ୨୦ଟି ଘଟଣାରେ ମୋଟ ୫୪ କେଜି ବଜ୍ରକାପ୍ତା କାତି ଜବତ ହୋଇଥିବାବେଳେ, କେବଳ ଗତ ୮ ମାସ ଭିତରେ ପ୍ରାୟ ୨୮ କେଜିରୁ ଅଧିକ ବଜ୍ରକାପ୍ତା କାତି ଜବତ ହୋଇଛି। ଏହି ତଥ୍ୟ ସ୍ପଷ୍ଟ କରେ ଯେ, ଆମ ରାଜ୍ୟରେ ବଜ୍ରକାପ୍ତା ଶିକାର ଜୋରଦାର ଚାଲିଛି। ଗତବର୍ଷ ବ୍ରହ୍ମପୁର ଡିଭିଜନ ଦିଗପହଣ୍ଡି ଅନ୍ତର୍ଗତ ‘ନକାମୁଡିଆ’ଠାରେ ସର୍ବାଧିକ ୬.୯ କେଜି ବଜ୍ରକାପ୍ତା କାତି ଜବତ ହୋଇଥିଲା। ତେବେ ବିଗତ ୭ ବର୍ଷ ମଧ୍ୟରେ ଗୋଟିଏ ଘଟଣାରେ ସବୁଠାରୁ ଅଧିକ କାତି ଜବତ କରି ରେକର୍ଡ ବଜାୟ ରଖିଛି। ଢେଙ୍କାନାଳ ବନଖଣ୍ଡର କପିଳାସରେ ୨୪ ଜୁଲାଇ, ୨୦୨୧ରେ ଏଠାରୁ ଏକାଥରକେ ସବୁଠାରୁ ଅଧିକ ୧୪.୨କେଜି ବଜ୍ରକାପ୍ତା କାତି ଜବତ କରାଯାଇଥିଲା। ସେହିପରି ୨୦୨୧ ନଭେମ୍ବର କରଞ୍ଜିିଆ ବାଇପାସ୍‌ରେ ସ୍ଥାନୀୟ ପୋଲିସ ଓ କରଞ୍ଜିଆ ରେଞ୍ଜ କର୍ମଚାରୀ ଚଢ଼ାଉ କରି ୧୫ କେଜି କାତି ଜବତ କରିଥିଲେ। ଏହି ମାମଲାରେ ୧୫ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫଦାରି କ୍ଷେତ୍ରରେ ଏହା ହେଉଛି ନୂଆ ରେକର୍ଡ।
ବଜ୍ରକାପ୍ତାର ଶିକାର ଏତେ ବ୍ୟାପକ ଭାବରେ ହେବାର କାରଣ କ’ଣ? ବିଶେଷଜ୍ଞମାନଙ୍କ ମତରେ ବଜ୍ରକାପ୍ତା ଚୋରାଚାଲାଣ ପାଇଁ ଓଡ଼ିଶା ପ୍ରାଥମିକ କେନ୍ଦ୍ର ପାଲଟିଛି। ରାଜ୍ୟରେ ଏହାର ମାର୍କେଟ ନଥିଲେ ମଧ୍ୟ ବଜ୍ରକାପ୍ତା ଓ ତା’ର କାତିକୁ ସଂଗ୍ରହ କରାଯାଇ ବେଆଇନ ଭାବରେ ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ସୀମାଦେଇ ବିଦେଶ ଯାଇଥାଏ। ବିଶେଷତଃ ଅଧିକାଂଶ ଚୋରାଚାଲାଣ ବାଂଲାଦେଶ ଓ ମ୍ୟାନ୍‌ମାର ଦେଇ ଚାଇନା, ଭିଏତ୍‌ନାମ, ତାଇୱାନ ପରି ଦେଶକୁ ଯାଇଥାଏ। ସେହିପରି ବଜ୍ରକାପ୍ତା କାତିର ସିଂହଭାଗ ଏସବୁ ଦେଶକୁ ଯାଏ। ବଜ୍ରକାପ୍ତାର ମାଂସ ଓ କାତିରୁ ମଧ୍ୟ ଔଷଧ ତିଆରି ହୁଏ। ବଜ୍ରକାପ୍ତା କାତିରୁ ଜୋତା, ବେଲ୍‌ଟ ଓ ଭ୍ୟାନିଟି ବ୍ୟାଗ୍‌ ପ୍ରସ୍ତୁତ କରାଯାଇ ବହୁ ଚଢ଼ାଦରରେ ବିକ୍ରି ହୁଏ। ହାତଘଣ୍ଟା, ବ୍ୟାଣ୍ଡ ସେହିପରି ବହୁ ଉଚ୍ଚଦରରେ ବିକ୍ରିହୁଏ। ଏ ସକଳ ସାମଗ୍ରୀର ବଜାର ଯୁକ୍ତରାଷ୍ଟ୍ର ଆମେରିକା ବୋଲି ୱାଲର୍‌ଡ ୱାଇଲ୍ଡଲାଇଫ୍‌ ଫଣ୍ଡ ତଥ୍ୟରୁ ସ୍ପଷ୍ଟ। ବଜ୍ରକାପ୍ତା କାତିରୁ ଜ୍ୟାକେଟ ତିଆରି ହୋଇ ବହୁ ଉଚ୍ଚ ଦରରେ ବିକ୍ରି ହେବାର ନଜିର ରହିଛି। ଅନୁରୂପ ଭାବରେ ବଜ୍ରକାପ୍ତା କାତିରେ ନିର୍ମିତ ମୁଦି ହାତରେ ପିନ୍ଧିଲେ ରୋଗ ଉପଶମ ହୁଏ ବୋଲି ଭାରତ ସମେତ ଅନ୍ୟ ଦେଶରେ ବିଶ୍ୱାସ ରହିଛି। ଏବେ ଭାରତରେ ଏହିସବୁ ସାମଗ୍ରୀର ଆମଦାନୀ ଓ କାରବାର ଉପରେ ନିଷିଦ୍ଧ ଘୋଷଣା କରାଯାଇଛି।
ଦୁଃଖର ବିଷୟ ଯେ, ଏ ସମ୍ପର୍କରେ ତଦନ୍ତ ଓ ମାମଲା ପରିଚାଳନା ଅତ୍ୟନ୍ତ ଦୁର୍ବଳ, ଯଦିଓ ୧୯୭୨ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ ବଜ୍ରକାପ୍ତା ସଂରକ୍ଷଣ ଏକ ପ୍ରାଥମିକ ଦାୟିତ୍ୱ ଓ କର୍ତ୍ତବ୍ୟ। ଏ ପର୍ଯ୍ୟନ୍ତ ଜଣେ ହେଲେ ଶିକାରୀ, ଚାଲାଣକାରୀ ଓ ବେପାରୀଙ୍କୁ ଦଣ୍ଡବିଧାନ ହୋଇପାରିଲା ନାହିଁ। ଆଗରୁ କେବଳ ବନବିଭାଗ ବନ୍ୟପ୍ରାଣୀ ମାମଲା ରୁଜୁ କରି କୋର୍ଟକୁ ପଠାଉଥିବାବେଳେ ଏବେ ଏସ୍‌ଟିଏଫ୍‌ଓ କ୍ରାଇମବ୍ରାଞ୍ଚ ଗଠନ ହେବାପରେ କେବଳ ବଜ୍ରକାପ୍ତା ବା କାତି ଧରି ବନବିଭାଗକୁ ଦେଇ ଦାୟିତ୍ୱ ସାରି ଦେଉଛନ୍ତି। ଏମାନେ ନିଜେ ମାମଲା ରୁଜୁ କରୁନାହାନ୍ତି। ବନବିଭାଗ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କରି ପାରୁନାହିଁ।
ସାରା ପୃଥିବୀରେ ଶିକାର ଓ ଚୋରାଚାଲାଣ ହେଉଥିବା ସବୁଠାରୁ ନିରୀହ ବନ୍ୟପ୍ରାଣୀ ହେଉଛି ବଜ୍ରକାପ୍ତା। ଏହି ପ୍ରାଣୀ ଆଜି ବିଲୁପ୍ତପ୍ରାୟ ହେବାକୁ ବସିଲାଣି। ବଜ୍ରକାପ୍ତା ଆମ ‘ଇକୋସିଷ୍ଟମ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏମାନଙ୍କ ସୁରକ୍ଷା ପାଇଁ ସଂପୃକ୍ତ ଅପରାଧୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ନହେଲେ ଏହି ବିରଳ ବନ୍ୟପ୍ରାଣୀ ଅଚିରେ ହୁଏତ ଲୋପ ପାଇବ ଓ ଆମ ପରପିଢ଼ି ପିଲାମାନେ କେବଳ ତାର ଛବି ଦେଖି ଜାଣିବେ ଯେ, ଏପରି ଏକ ବିରଳ ବନ୍ୟପ୍ରାଣୀ ଥିଲା। ସରକାର ଓ ଜନସାଧାରଣ ଏ ଦିଗରେ ସଚେତନ ହେବା ଆଜିର ଜରୁରୀ ଆହ୍ବାନ। ବଜ୍ରକାପ୍ତା ବଞ୍ଚତ୍ରହୁ- ଏତିକି ଆମ ହୃଦୟକୁ ସ୍ପନ୍ଦିତ କରୁ।
ମୋ: ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri