Posted inଖେଳ

ବିରାଟଙ୍କ ରେକର୍ଡ ଭଲ ନାହିଁ

କଟକ, ୨୨।୧୨(କ୍ରୀଡ଼ା ପ୍ରତିନିଧି)- ଅନ୍ତର୍ଜାତୀୟ କ୍ରିକେଟରେ ଏବେ ବିରାଟ କୋହଲି ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଖେଳାଳିଭାବେ ଉଭା ହୋଇଛନ୍ତି। ଖେଳାଳିଭାବେ ହୁଅନ୍ତୁ କି ଅଧିନାୟକ ବିରାଟ ଏବେ ଅନେକ ରେକର୍ଡର ଅଧିକାରୀ। ଦିନିକିଆ କ୍ରିକେଟରେ ଦ୍ରୁତ ୧୦୦୦୦ ରନ ରେକର୍ଡର ଅଧିକାରୀ କୋହଲିଙ୍କର ବାରବାଟୀ ଷ୍ଟାଡିୟମରେ କିନ୍ତୁ ରେକର୍ଡ ଭଲ ନାହିଁ। ଏଠାରେ ସେ ଏକଦିବସୀୟ ଓ ଟି୨୦କୁ ମିଶାଇ ୪ଟି ମ୍ୟାଚ ଖେଳିଥିଲେ ହେଁ ମାତ୍ର ୩୪ ରନ କରିବାକୁ ସକ୍ଷମ ହୋଇଛନ୍ତି। ତିନୋଟି ଦିନିକିଆରେ ସେ ଯଥାକ୍ରମେ ୩, ୨୨ ଓ ୧ ରନ କରିଥିବାବେଳେ ଗୋଟିଏ ଟି୨୦ରେ ୮ ରନ କରିବାକୁ ସକ୍ଷମ ହୋଇଛନ୍ତି। ଭାରତର କୌଣସି ଭେନ୍ୟୁ(ଅତିକମ୍‌ରେ ୩ଟି ମ୍ୟାଚ ଖେଳିଥିବା)ରେ ବିରାଟଙ୍କର ଏହା ସବୁଠାରୁ ଖରାପ ରେକର୍ଡ। ବାରବାଟୀରେ ନିଜ ନାମରେ ଥିବା ଏହି ଅଲୋଡ଼ା ରେକର୍ଡ଼କୁ ଭାଙ୍ଗିବାକୁ ନିଶ୍ଚିତ ଉଦ୍ୟମ କରିବେ ବିରାଟ। ଏଥିପାଇଁ ଶନିବାର ନେଟ୍ସରେ ବେଶ୍‌ କିଛି ସମୟ ତାଙ୍କୁ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ଚଳିତ ସିରିଜର ୨ଟି ମ୍ୟାଚରେ ସେ ଯଥାକ୍ରମେ ୪ ଓ ୦ରେ ଆଉଟ ହୋଇଥିବାରୁ ସିରିଜ ନିର୍ଣ୍ଣାୟକ ମ୍ୟାଚରେ ତାଙ୍କଠାରୁ କ୍ରିକେଟପ୍ରେମୀ ଏକ ବଡ଼ ସ୍କୋର ଆଶା କରୁଛନ୍ତି। ୨୦୧୭ରେ ଏଠାରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ଟି୨୦ ମ୍ୟାଚରେ ସେ ଦଳର ନେତୃତ୍ୱ ନେଇଥିଲେ। ତେଣୁ ଏଠାରେ ଖେଳିବା ଏବଂ ଅଧିନାୟକ ଦାୟିତ୍ୱ ତୁଲାଇବାରେ ତାଙ୍କର ଅଭିଜ୍ଞତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନ ହାତରୁ ମ୍ୟାଚ୍‌ ଛଡାଇ ଆଣିଲା ହାଇଦ୍ରାବାଦ

ହାଇଦ୍ରାବାଦ,୩ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧ ରନ୍‌ର ରୋମାଞ୍ଚକ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ...

ଜଲଓ୍ବା ଦେଖାଇଲେ ୨୦ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୩।୫: ଆଇପିଏଲ ୨୦୨୪ର ୫୦ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରଥମେ ବ୍ୟାଟିଂ...

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

ଟି୨୦ ବିଶ୍ୱକପ ଦଳ ଚୟନକୁ ସମର୍ଥନ କଲେ ରୋହିତ

ମୁମ୍ବାଇ,୨ା୫: ଟି୨୦ କ୍ରିକେଟ ବିଶ୍ୱକପ ପାଇଁ ଦଳ ଚୟନକୁ ସମର୍ଥନ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଗୁରବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା...

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍...

ଏହି ଫଟୋ ଶେୟାର କରି କପିରାଇଟ୍‌ ଲଗାଇବାକୁ ଏକ୍ସ ମାଲିକଙ୍କୁ ଦାବି କଲେ ଚହଲ: ଜାଣନ୍ତୁ କାହିଁକି

ନୂଆଦିଲ୍ଲ,୨।୫: ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୪ରେ ଭଲ ବୋଲିଂ ପ୍ରଦର୍ଶନ କରୁଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୪ରେ ଚୟନ ଆକାରରେ ତାଙ୍କର ଭଲ ବୋଲିଂ ପାଇଁ...

ଆଇପିଏଲ୍‌ ୨୦୨୪ ମଝିରେ ସିଏସ୍‌କେକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ୫ମ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଅନେକ ମାମଲାରେ ଦୁର୍ବଳ ନଜର...

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri