ବିଭିନ୍ନ ପ୍ରତିଷ୍ଠାନ, ବ୍ୟାଙ୍କ କର୍ମଚାରୀଙ୍କ ସହ ପୋଲିସର ବୈଠକ: ସିସିଟିଭି ଲଗାଅ, ସନ୍ଦିଗ୍ଧଙ୍କ ସୂଚନା ଦିଅ

ଅନୁଗୋଳ ଅଫିସ, ୧୪।୭ – ଅନୁଗୋଳରେ ଡକାୟତି, ଲୁଟ୍‌ପାଟ ବୃଦ୍ଧି ଏବେ ପୋଲିସ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଜିଲା ଏପରିକି ରାଜ୍ୟ ବାହାରର ଲୁଟେରା ଏଠାକୁ ଆସି ସହଜରେ ଲୁଟ୍‌ପାଟ କରି ଚମ୍ପଟ ମାରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶନିବାର ଅନୁଗୋଳ ଥାନାରେ ପୋଲିସ ଏକ ମିଳିତ ବୈଠକ ଡକାଇଥିଲା। ଏଥିରେ ଜିଲାର ସମସ୍ତ ବ୍ୟାଙ୍କର କର୍ମକର୍ତ୍ତା, ବ୍ୟବସାୟିକ ପ୍ରତିଷ୍ଠାନ ଓ ବସ୍‌ ଆସୋସିଏଶନ୍‌ର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଅନୁଗୋଳ ଏସ୍‌ଡିପିଓ ଅଶ୍ୱିନୀ ସାହୁଙ୍କ ସହ ଡିଏସ୍‌ପି ସୌରଭ ଓତା ଓ ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋୟୀ ଉପସ୍ଥିତ ରହି ବୈଠକରେ ବ୍ୟାଙ୍କଗୁଡ଼ିକରେ କିପରି ଲୁଟ୍‌ ରୋକାଯାଇ ପାରିବ ସେ ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ। ସେହିପରି ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରୁ କିପରି ଡକାୟତି ବନ୍ଦ କରାଯିବ ସେ ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସମ୍ପୂର୍ଣ୍ଣ ସହରକୁ ଅନୁଗୋଳ ପୋଲିସ ସିସିଟିଭି ଜରିଆରେ ନଜରରେ ରଖିବ। ସମସ୍ତ ବ୍ୟବସାୟୀ ସେମାନଙ୍କ ଦୋକାନର କ୍ୟାମେରା ଫିଡ ପୋଲିସକୁ ଦେବାକୁ କୁହାଯାଇଛି। ବିଭିନ୍ନ ଦୋକାନ, ବ୍ୟାଙ୍କ ସହ ଯେଉଁସ୍ଥାନରେ ସିସିଟିଭି ବାହାରେ ଲଗାଯାଇଛି ତାହାର ଫିଡ଼ ଅନୁଗୋଳ ପୋଲିସ ବୈଠକରେ ମାଗିଥିଲା। କେଉଁ ରାସ୍ତାରେ କେଉଁ ବ୍ୟକ୍ତି ଯାତାୟାତ କରୁଛନ୍ତି, ସେମାନଙ୍କ ଚାଲିଚଳଣ ଆଦି ଉପରେ ନଜର ରଖାଯିବ। ବ୍ୟାଙ୍କ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ କୌଣସି ସନ୍ଦିଗ୍ଧ ବୁଲାବୁଲି କରୁଥିଲେ ତୁରନ୍ତ ପୋଲିସକୁ ସୂଚନା ଦେବା ପାଇଁ ପୋଲିସ ପରାମର୍ଶ ଦେଇଛି। ସେହିପରି ବ୍ୟାଙ୍କ ସଂସ୍ଥାମାନଙ୍କୁ ଆଲାମ ବ୍ୟବସ୍ଥାରେ ସୁଧାର ଆଣିବା ସହ ସଜାଗ ରହିବାକୁ ମଧ୍ୟ କୁହାଯାଇଛି। ବୈଠକରେ ପାଖାପାଖି ୫୦ ଜଣ ବ୍ୟକ୍ତି ଯୋଗଦେଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ବୈଠକ ଶେଷ ହେବା ପରେ ଜିଲା ପୋଲିସ ମୁଖ୍ୟାଳୟରେ ହୋଇଥିବା ସିସିଟିଭି କଣ୍ଟ୍ରୋଲ ରୁମ୍‌କୁ ବ୍ୟାଙ୍କର କର୍ମଚାରୀ, ଅନୁଗୋଳ ଜିଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଓ ବସ୍‌ ମାଲିକ ସଂଘର କର୍ମକତ୍ତାଙ୍କୁ ବୁଲାଇବାକୁ ନିଆଯାଇଥିଲା। ବିଭିନ୍ନ ସମୟରେ ସହରରେ ଚୋରି ହେବା ସମୟରେ ବ୍ୟବସାୟୀମାନଙ୍କ ସିସିଟିଭିର ହାର୍ଡ ଡିସ୍କ ଆଣିବାକୁ ପଡ଼ୁଛି। ଫଳରେ ସମସ୍ୟା ଉପୁଜୁଛି। ସିସିଟିଭିର ଫିଡ଼ ଦେଲେ ବ୍ୟବସାୟୀଙ୍କ ସିସିଟିଭି ହାର୍ଡ ଡିସ୍କ ଆଣିବାକୁ ପଡ଼ିବ ନାହିଁ ବୋଲି କୁହାଯାଇଥିଲା। ଏହାକୁ ସମସ୍ତ ପ୍ରତିଷ୍ଠାନ, ବ୍ୟାଙ୍କ ଆଦି ପକ୍ଷରୁ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri