ବିବାଦୀୟ ଟୁଇଟ୍‌

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଦାୟିତ୍ୱହୀନ ଭାବେ ଟୁଇଟ୍‌ କରି ଏବେ ମହାରାଷ୍ଟ୍ର ଆଇଏଏସ୍‌ ଅଫିସର ନିଧି ଚୌଧରୀଙ୍କ କ୍ୟାରିୟର ବିପଦରେ ପଡ଼ିଛି। ଏହି କାରଣରୁ ବୃହନ୍‌ମୁମ୍ବାଇ ପୌର ନିଗମର ଯୁଗ୍ମ ପୌର ଆୟୁକ୍ତ ଭାବେ ନିଯୁକ୍ତ ଥିବା ନିଧିଙ୍କୁ ଜଳଯୋଗାଣ ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି। ଉଗ୍ର ଜାତୀୟତାବାଦକୁ ନେଇ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ସମ୍ବନ୍ଧରେ ସେ ଉକ୍ତ ବିବାଦୀୟ ଟୁଇଟ କରିଥିଲେ। ଏଥିରେ ସେ ବାପୁଜୀଙ୍କ ସମ୍ପର୍କରେ ଏପରି କିଛି କଥା ଲେଖିଥିଲେ, ଯାହାକୁ ତାଙ୍କ ପ୍ରତି ଅପମାନଜନକ ମନେକରାଯାଇଛି। ସେଥିପାଇଁ ତାଙ୍କୁ ସାମାଜିକ ଗଣମାଧ୍ୟମରେ ପ୍ରବଳ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ଏପରି କି ବିରୋଧୀ ଦଳଗୁଡ଼ିକ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତାଙ୍କ କଥାକୁ ଭୁଲ ଅର୍ଥ କରାଯାଉଛି ଏବଂ ସେ ବାପୁଜୀଙ୍କ ବିରୋଧରେ ଆପତ୍ତିଜନକ କିଛି ଲେଖିନାହାନ୍ତି ବୋଲି ଯେତେ ସଫେଇ ଦେଲେ ମଧ୍ୟ ତାହାକୁ ଗ୍ରହଣ କରାଗଲା ନାହିଁ। ବିଶେଷତଃ ସାମାଜିକ ଗଣମାଧ୍ୟମରେ ତାଙ୍କ ସଫେଇକୁ କେହି ଗ୍ରହଣ କଲେ ନାହିଁ। ନିଧି ଉକ୍ତ ବିବାଦୀୟ ଟୁଇଟକୁ ତୁରନ୍ତ ହଟେଇ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରିକଲେ। କେତେକ ଆଇଏଏସ୍‌ ଅଫିସର ତାଙ୍କ ସପକ୍ଷରେ ବାହାରି ସେ ଗାନ୍ଧିଜୀଙ୍କୁ ଅପମାନିତ କରିନାହାନ୍ତି ବୋଲି ଯୁକ୍ତି ଦର୍ଶାଇଲେ ମଧ୍ୟ ତାହା ରାଜ୍ୟ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣରୁ ନିବୃତ୍ତ କରିପାରିଲା ନାହିଁ।
ବଞ୍ଚିତ ଜଙ୍ଗଲ ବାବୁ
ମୋଦି ୨.୦ ସରକାରର ପ୍ରଥମ ନିଷ୍ପତ୍ତି ଅନୁସାରେ ମାଓବାଦୀ ବା ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ମେଧାବୃତ୍ତି ଯୋଜନାରେ ସାମିଲ କରାଯିବ। ପୂର୍ବରୁ ସାମରିକ, ଅର୍ଦ୍ଧସାମରିକ ଓ ରେଲଓ୍ବେ ବାହିନୀ କର୍ମଚାରୀଙ୍କ ପିଲାମାନଙ୍କ ଭିତରେ ଏହାକୁ ସୀମିତ ରଖାଯାଇଥିଲା। ଆଇପିଏସ୍‌ ସଙ୍ଘ ସରକାରଙ୍କ ନୂତନ ନିଷ୍ପତ୍ତିକୁ ସ୍ବାଗତ କରିଥିବା ବେଳେ ଭାରତୀୟ ବନସେବାର ବାବୁମାନେ ଏଥିରୁ ନିଜକୁ ବଞ୍ଚିତ କରାଯାଇଥିବା ଅନୁଭବ କରୁଛନ୍ତି। କର୍ତ୍ତବ୍ୟରତ ବନସେବା ବାବୁମାନେ ଯଦି ଆତଙ୍କବାଦୀ ବା ମାଓବାଦୀ ବା ଜଙ୍ଗଲ ମାଫିଆଙ୍କ ଆକ୍ରମଣରେ ଶହୀଦ ହୁଅନ୍ତି, ତେବେ ସେମାନଙ୍କ ପିଲାଙ୍କୁ ମଧ୍ୟ ଏହି ମେଧାବୃତ୍ତି ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ସେମାନଙ୍କର ଏହି ଦାବିକୁ ସାମାଜିକ ଗଣମାଧ୍ୟମରେ ବେଶ୍‌ ସମର୍ଥନ ମିଳିଛି। ଜଙ୍ଗଲ ବାବୁମାନଙ୍କ କହିବା ଅନୁସାରେ ସେମାନଙ୍କ ଚାକିରିରେ ମଧ୍ୟ ବହୁ ବିପଦ ରହିଛି। ଜଙ୍ଗଲକୁ ରକ୍ଷା କରିବାକୁ ଯାଇ ସେମାନଙ୍କୁ ଅନେକ ସମୟରେ ଜୀବନ ହରାଇବାକୁ ପଡ଼େ। ଅନ୍ତର୍ଜାତୀୟ ରେଞ୍ଜର ସଂଘର ଏକ ଅନୁଧ୍ୟାନ ଅନୁସାରେ ଜଙ୍ଗଲ ରେଞ୍ଜରମାନଙ୍କ ପାଇଁ ଭାରତ ହେଉଛି ସବୁଠାରୁ ବିପଜ୍ଜନକ ଦେଶ। ଜଙ୍ଗଲକୁ ରକ୍ଷା କରିବାକୁ ଯାଇ ସାରା ବିଶ୍ୱରେ ଯେତେ ରେଞ୍ଜର ହତ୍ୟାର ଶିକାର ହୁଅନ୍ତି, ତା’ର ୩୦ ପ୍ରତିଶତ ମୃତ୍ୟୁ ଘଟେ ଭାରତରେ। ଜଙ୍ଗଲ ବାବୁମାନେ ଆଶା କରୁଛନ୍ତି ସରକାର ସେମାନଙ୍କୁ ମଧ୍ୟ ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ବିଚାର କରିବେ।
ଗେହଲଟଙ୍କ ଉପରେ ଚାପ
ମାତ୍ର ଛଅମାସ ତଳେ ରାଜସ୍ଥାନରେ କଂଗ୍ରେସ କ୍ଷମତାକୁ ଆସିଥିବା ବେଳେ ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ସେମାନଙ୍କୁ ସ୍ତମ୍ଭିତ କରିଦେଇଛି। କିନ୍ତୁ ସୂଚନାରୁ ଜଣାପଡ଼ିଛି ଯେ ରାଜ୍ୟରେ ଦଳର ଏପରି ଶୋଚନୀୟ ପରାଜୟକୁ ନେଇ ଦଳ କେବଳ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିନାହିଁ, ବରଂ ରାଜ୍ୟର ମୁଖ୍ୟ ଶାସନ ସଚିବ ଦେବେନ୍ଦ୍ର ଭୂଷଣ ଗୁପ୍ତ ମଧ୍ୟ ଏହି ଅସନ୍ତୋଷର ଶିକାର ହୋଇଛନ୍ତି। କୁହାଯାଉଛି ଯେ, ଗତ ବିଧାନସଭା ନିର୍ବାଚନରେ ଭାଜପା ଓ ତାହାର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ହରାଇବା ପରେ ଗେହଲଟ ପ୍ରଶାସନିକ ଢାଞ୍ଚାରେ ସଂସ୍କାର ନ ଆଣି ଭୁଲ କରିଥିଲେ। ବସୁନ୍ଧରା ରାଜେଙ୍କ ବିଶ୍ୱସ୍ତ ଥିବା ଗୁପ୍ତଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ରଖିବା ତାଙ୍କର ଏକ ବଡ଼ ଭୁଲ ଥିଲା ବୋଲି ମତ ପ୍ରକାଶ ପାଉଛି। ପୂର୍ବ ସରକାର ଅମଳର ବାବୁମାନଙ୍କୁ ନ ବଦଳାଇବାରୁ ମୁଖ୍ୟମନ୍ତ୍ରୀ ପ୍ରଶାସନ ଉପରେ ଠିକ୍‌ ନିୟନ୍ତ୍ରଣ ରଖିପାରି ନ ଥିଲେ। ଜାଣିବା ଶୁଣିବା ଲୋକଙ୍କ କହିବା ଅନୁସାରେ ଗେହଲଟ କାହିଁକି ଅବସରପ୍ରାପ୍ତ ବରିଷ୍ଠ ବାବୁ ଅରବିନ୍ଦ ମାୟାରାମ ଓ ଗୋବିନ୍ଦ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପଦେଷ୍ଟା ଭାବେ ନିଯୁକ୍ତ କଲେ ସେ ସମ୍ପର୍କରେ ଦଳ ପକ୍ଷରୁ ତାଙ୍କୁ ପ୍ରଶ୍ନ କରାଯାଇଛି। ଯାହା ଜଣାପଡ଼ୁଛି, ବରିଷ୍ଠ ସ୍ତରରେ ଅମଲାତନ୍ତ୍ରରେ ଅଦଳବଦଳ କରିବାକୁ ଗେହଲଟଙ୍କ ଉପରେ ପ୍ରବଳ ଚାପ ପଡ଼ୁଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri