ବିବାଦୀୟ ଟୁଇଟ୍‌

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଦାୟିତ୍ୱହୀନ ଭାବେ ଟୁଇଟ୍‌ କରି ଏବେ ମହାରାଷ୍ଟ୍ର ଆଇଏଏସ୍‌ ଅଫିସର ନିଧି ଚୌଧରୀଙ୍କ କ୍ୟାରିୟର ବିପଦରେ ପଡ଼ିଛି। ଏହି କାରଣରୁ ବୃହନ୍‌ମୁମ୍ବାଇ ପୌର ନିଗମର ଯୁଗ୍ମ ପୌର ଆୟୁକ୍ତ ଭାବେ ନିଯୁକ୍ତ ଥିବା ନିଧିଙ୍କୁ ଜଳଯୋଗାଣ ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି। ଉଗ୍ର ଜାତୀୟତାବାଦକୁ ନେଇ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ସମ୍ବନ୍ଧରେ ସେ ଉକ୍ତ ବିବାଦୀୟ ଟୁଇଟ କରିଥିଲେ। ଏଥିରେ ସେ ବାପୁଜୀଙ୍କ ସମ୍ପର୍କରେ ଏପରି କିଛି କଥା ଲେଖିଥିଲେ, ଯାହାକୁ ତାଙ୍କ ପ୍ରତି ଅପମାନଜନକ ମନେକରାଯାଇଛି। ସେଥିପାଇଁ ତାଙ୍କୁ ସାମାଜିକ ଗଣମାଧ୍ୟମରେ ପ୍ରବଳ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ଏପରି କି ବିରୋଧୀ ଦଳଗୁଡ଼ିକ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତାଙ୍କ କଥାକୁ ଭୁଲ ଅର୍ଥ କରାଯାଉଛି ଏବଂ ସେ ବାପୁଜୀଙ୍କ ବିରୋଧରେ ଆପତ୍ତିଜନକ କିଛି ଲେଖିନାହାନ୍ତି ବୋଲି ଯେତେ ସଫେଇ ଦେଲେ ମଧ୍ୟ ତାହାକୁ ଗ୍ରହଣ କରାଗଲା ନାହିଁ। ବିଶେଷତଃ ସାମାଜିକ ଗଣମାଧ୍ୟମରେ ତାଙ୍କ ସଫେଇକୁ କେହି ଗ୍ରହଣ କଲେ ନାହିଁ। ନିଧି ଉକ୍ତ ବିବାଦୀୟ ଟୁଇଟକୁ ତୁରନ୍ତ ହଟେଇ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରିକଲେ। କେତେକ ଆଇଏଏସ୍‌ ଅଫିସର ତାଙ୍କ ସପକ୍ଷରେ ବାହାରି ସେ ଗାନ୍ଧିଜୀଙ୍କୁ ଅପମାନିତ କରିନାହାନ୍ତି ବୋଲି ଯୁକ୍ତି ଦର୍ଶାଇଲେ ମଧ୍ୟ ତାହା ରାଜ୍ୟ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣରୁ ନିବୃତ୍ତ କରିପାରିଲା ନାହିଁ।
ବଞ୍ଚିତ ଜଙ୍ଗଲ ବାବୁ
ମୋଦି ୨.୦ ସରକାରର ପ୍ରଥମ ନିଷ୍ପତ୍ତି ଅନୁସାରେ ମାଓବାଦୀ ବା ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ମେଧାବୃତ୍ତି ଯୋଜନାରେ ସାମିଲ କରାଯିବ। ପୂର୍ବରୁ ସାମରିକ, ଅର୍ଦ୍ଧସାମରିକ ଓ ରେଲଓ୍ବେ ବାହିନୀ କର୍ମଚାରୀଙ୍କ ପିଲାମାନଙ୍କ ଭିତରେ ଏହାକୁ ସୀମିତ ରଖାଯାଇଥିଲା। ଆଇପିଏସ୍‌ ସଙ୍ଘ ସରକାରଙ୍କ ନୂତନ ନିଷ୍ପତ୍ତିକୁ ସ୍ବାଗତ କରିଥିବା ବେଳେ ଭାରତୀୟ ବନସେବାର ବାବୁମାନେ ଏଥିରୁ ନିଜକୁ ବଞ୍ଚିତ କରାଯାଇଥିବା ଅନୁଭବ କରୁଛନ୍ତି। କର୍ତ୍ତବ୍ୟରତ ବନସେବା ବାବୁମାନେ ଯଦି ଆତଙ୍କବାଦୀ ବା ମାଓବାଦୀ ବା ଜଙ୍ଗଲ ମାଫିଆଙ୍କ ଆକ୍ରମଣରେ ଶହୀଦ ହୁଅନ୍ତି, ତେବେ ସେମାନଙ୍କ ପିଲାଙ୍କୁ ମଧ୍ୟ ଏହି ମେଧାବୃତ୍ତି ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ସେମାନଙ୍କର ଏହି ଦାବିକୁ ସାମାଜିକ ଗଣମାଧ୍ୟମରେ ବେଶ୍‌ ସମର୍ଥନ ମିଳିଛି। ଜଙ୍ଗଲ ବାବୁମାନଙ୍କ କହିବା ଅନୁସାରେ ସେମାନଙ୍କ ଚାକିରିରେ ମଧ୍ୟ ବହୁ ବିପଦ ରହିଛି। ଜଙ୍ଗଲକୁ ରକ୍ଷା କରିବାକୁ ଯାଇ ସେମାନଙ୍କୁ ଅନେକ ସମୟରେ ଜୀବନ ହରାଇବାକୁ ପଡ଼େ। ଅନ୍ତର୍ଜାତୀୟ ରେଞ୍ଜର ସଂଘର ଏକ ଅନୁଧ୍ୟାନ ଅନୁସାରେ ଜଙ୍ଗଲ ରେଞ୍ଜରମାନଙ୍କ ପାଇଁ ଭାରତ ହେଉଛି ସବୁଠାରୁ ବିପଜ୍ଜନକ ଦେଶ। ଜଙ୍ଗଲକୁ ରକ୍ଷା କରିବାକୁ ଯାଇ ସାରା ବିଶ୍ୱରେ ଯେତେ ରେଞ୍ଜର ହତ୍ୟାର ଶିକାର ହୁଅନ୍ତି, ତା’ର ୩୦ ପ୍ରତିଶତ ମୃତ୍ୟୁ ଘଟେ ଭାରତରେ। ଜଙ୍ଗଲ ବାବୁମାନେ ଆଶା କରୁଛନ୍ତି ସରକାର ସେମାନଙ୍କୁ ମଧ୍ୟ ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ବିଚାର କରିବେ।
ଗେହଲଟଙ୍କ ଉପରେ ଚାପ
ମାତ୍ର ଛଅମାସ ତଳେ ରାଜସ୍ଥାନରେ କଂଗ୍ରେସ କ୍ଷମତାକୁ ଆସିଥିବା ବେଳେ ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ସେମାନଙ୍କୁ ସ୍ତମ୍ଭିତ କରିଦେଇଛି। କିନ୍ତୁ ସୂଚନାରୁ ଜଣାପଡ଼ିଛି ଯେ ରାଜ୍ୟରେ ଦଳର ଏପରି ଶୋଚନୀୟ ପରାଜୟକୁ ନେଇ ଦଳ କେବଳ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିନାହିଁ, ବରଂ ରାଜ୍ୟର ମୁଖ୍ୟ ଶାସନ ସଚିବ ଦେବେନ୍ଦ୍ର ଭୂଷଣ ଗୁପ୍ତ ମଧ୍ୟ ଏହି ଅସନ୍ତୋଷର ଶିକାର ହୋଇଛନ୍ତି। କୁହାଯାଉଛି ଯେ, ଗତ ବିଧାନସଭା ନିର୍ବାଚନରେ ଭାଜପା ଓ ତାହାର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ହରାଇବା ପରେ ଗେହଲଟ ପ୍ରଶାସନିକ ଢାଞ୍ଚାରେ ସଂସ୍କାର ନ ଆଣି ଭୁଲ କରିଥିଲେ। ବସୁନ୍ଧରା ରାଜେଙ୍କ ବିଶ୍ୱସ୍ତ ଥିବା ଗୁପ୍ତଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ରଖିବା ତାଙ୍କର ଏକ ବଡ଼ ଭୁଲ ଥିଲା ବୋଲି ମତ ପ୍ରକାଶ ପାଉଛି। ପୂର୍ବ ସରକାର ଅମଳର ବାବୁମାନଙ୍କୁ ନ ବଦଳାଇବାରୁ ମୁଖ୍ୟମନ୍ତ୍ରୀ ପ୍ରଶାସନ ଉପରେ ଠିକ୍‌ ନିୟନ୍ତ୍ରଣ ରଖିପାରି ନ ଥିଲେ। ଜାଣିବା ଶୁଣିବା ଲୋକଙ୍କ କହିବା ଅନୁସାରେ ଗେହଲଟ କାହିଁକି ଅବସରପ୍ରାପ୍ତ ବରିଷ୍ଠ ବାବୁ ଅରବିନ୍ଦ ମାୟାରାମ ଓ ଗୋବିନ୍ଦ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପଦେଷ୍ଟା ଭାବେ ନିଯୁକ୍ତ କଲେ ସେ ସମ୍ପର୍କରେ ଦଳ ପକ୍ଷରୁ ତାଙ୍କୁ ପ୍ରଶ୍ନ କରାଯାଇଛି। ଯାହା ଜଣାପଡ଼ୁଛି, ବରିଷ୍ଠ ସ୍ତରରେ ଅମଲାତନ୍ତ୍ରରେ ଅଦଳବଦଳ କରିବାକୁ ଗେହଲଟଙ୍କ ଉପରେ ପ୍ରବଳ ଚାପ ପଡ଼ୁଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?