Posted inଫୁରସତ

ବିପଦ ସଙ୍କୁଳ ସାମୁଦ୍ରିକ ଜୀବ

ସମୁଦ୍ର ପ୍ରଦୂଷଣ ପାଇଁ ୩୩ପ୍ରତିଶତ ବାୟୁ ପ୍ରଦୂଷଣ ଓ ୪୪ପ୍ରତିଶତ ଜଳ ପ୍ରଦୂଷଣ ଦାୟୀ । ଉପକୂଳବର୍ତ୍ତୀ ସ୍ଥାନରୁ ବିଷାକ୍ତ ପଦାର୍ଥ ସମୁଦ୍ରରେ ମିଶେ। ନଦୀ, ଝରଣାରେ ବିଷାକ୍ତ ପଦାର୍ଥ ଶେଷରେ ସମୁଦ୍ରରେ ମିଶୁଛି । ପ୍ରତିବର୍ଷ ବର୍ଜ୍ୟବସ୍ତୁର ପରିମାଣ ସମୁଦ୍ରରେ ବଢ଼ିବାରେ ଲାଗିଛି । ତେଣୁ ସାମୁଦ୍ରିକ ଜୀବମାନଙ୍କ ପାଇଁ ଏହା ନିଶ୍ଚୟ
ପ୍ରତିକୂଳ ପରିବେଶ ସୃଷ୍ଟି କରୁଛି …

ଜୀବଜଗତ ବଞ୍ଚତ୍ରହିବା ପାଇଁ ଅନୁକୂଳ ଏହି ଜଳଗ୍ରହ ପୃଥିବୀର ଉପରପୃଷ୍ଠ ଚାରିଭାଗରୁ ତିନିଭାଗ କେବଳ ଜଳ ଦ୍ୱାରା ଆବୃତ । ସମୁଦାୟ ଜଳକୁ ଯଦି ଶହେ ବାଲ୍‌ଟି ବୋଲି ଭାବିବା, ତା’ହେଲେ ସତାନବେ ବାଲ୍‌ଟି ଜଳ ଲୁଣିଆ ଓ ତିନି ବାଲ୍‌ଟି ମଧୁରଜଳ । ଏହି ତିନି ବାଲ୍‌ଟି ଜଳରୁ ମାତ୍ର ଏକ ଚାମଚରୁ କମ୍‌ ଜଳ ଚାଷୋପଯୋଗୀ, ଶିଳ୍ପୋପଯୋଗୀ ଓ ଘରୋଇ ବ୍ୟବହାରଯୋଗ୍ୟ । ଆକଳନ କରାଯାଇଛି ଯେ ପୃଥିବୀ ପୃଷ୍ଠର ସମୁଦାୟ ଜୀବଜଗତରୁ ୫୦ରୁ ୮୦ ପ୍ରତିଶତ ଜୀବ ସମୁଦ୍ରରେ ବାସ କରନ୍ତି । ଏଥିରୁ ସହଜରେ ଅନୁମେୟ, ସମୁଦ୍ର ହେଉଛି ଜୀବମାନଙ୍କର ଉତ୍ତମ ଆଶ୍ରୟସ୍ଥଳୀ ।


ପୃ୍‌ଥିବୀ ପୃଷ୍ଠକୁ ସମୁଦ୍ର ଏତେ ମାତ୍ରାରେ ଆବଦ୍ଧ କରିଥିଲେ ବି ମଣିଷ ଏହି ବିଶାଳ ସମୁଦ୍ରର ୧୦ ପ୍ରତିଶତରୁ କମ୍‌ ସ୍ଥାନ ଆବିଷ୍କାର କରିଛି । ସମୁଦାୟ ସମୁଦ୍ରକୁ ଜାଣିବା ପାଇଁ ଆହୁରି ସମୟ ଦରକାର । ସମୁଦ୍ରର ୯୦ପ୍ରତିଶତ ଆୟତନକୁ ଗଭୀର ସମୁଦ୍ର କହନ୍ତି ।  ସମୁଦ୍ରର ହାରାହାରି ଗଭୀରତା ୩,୭୯୫ ମିଟର । ସ୍ଥଳଭାଗର ହାରାହାରି ଉଚ୍ଚତା ୮୪୦ ମିଟର । ମହାସାଗର ପୃଥିବୀ ପୃଷ୍ଠର ୭୨ ପ୍ରତିଶତ ଅଞ୍ଚଳକୁ ଆଚ୍ଛାଦିତ କରିଛି । ପ୍ରଶାନ୍ତ ମହାସାଗର ପୃଥିବୀ ପୃଷ୍ଠର ତିନିଭାଗରୁ ଏକଭାଗ ଅଞ୍ଚଳକୁ ଆଚ୍ଛାଦିତ କରିଛି, ଯାହାକି ଅନୁମାନ କରାଯାଏ ୧୭୯୭ ଲକ୍ଷ ବର୍ଗ କିଲୋମିଟର । ଏଥିରେ ପାଖାପାଖି ୨୫ ହଜାର ଆଇଲାଣ୍ଡ ଅଛି । ଅନୁମାନ କରାଯାଇଛି ଯେ ସମୁଦ୍ରରେ ୩ ଶହରୁ ସାଢେ ତିନିଶହ କୋଟି ବର୍ଷ ପୂର୍ବେ ଜୀବ ସୃଷ୍ଟି ହୋଇଥିଲା । ଅର୍ଥାତ୍‌ ମୋଟାମୋଟି ଭାବେ କହିଲେ, ସମୁଦ୍ର ହେଉଛି ଜୀବମାନଙ୍କର ଆଦିମ ବାସସ୍ଥଳୀ ା କିନ୍ତୁ ଉଷ୍ଣସ୍ରୋତ, ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି, ପ୍ରଦୂଷଣ, ଆଗ୍ନେୟ ଉଦ୍‌ଗିରଣ ଇତ୍ୟାଦି ବିଭିନ୍ନ ବିପର୍ଯ୍ୟୟ ଯୋଗୁ ସାମୁଦ୍ରିକ ଜୀବମାନଙ୍କର ସ୍ଥିତି ଏବେ ପ୍ରଶ୍ନବାଚୀ । ଏହା ବୈଜ୍ଞାନିକମାନଙ୍କ ପାଇଁ ଚିନ୍ତାର ବିଷୟ ଏବଂ ନୂତନ ଗବେଷଣା ପାଇଁ ଆହ୍ବାନ । ମଣିଷ ଜୈବ ଇନ୍ଧନ କୋଇଲା, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍‌କୁ ବିଭିନ୍ନ କ୍ଷେତ୍ରରେ ଇନ୍ଧନ ରୂପେ ବ୍ୟବହାର କରି ଶକ୍ତି ପାଏ। ଏହି ପ୍ରକ୍ରିୟାରେ ଆମର ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ସବୁଜ କୋଠରି ଗ୍ୟାସ୍‌ ନିର୍ଗତ ହୁଏ । ସବୁଜ କୋଠରି ଗ୍ୟାସ୍‌ ତାପ ଅବଶୋଷଣକରି ବାୟୁମଣ୍ଡଳକୁ ଉତ୍ତପ୍ତକରେ । ପୁଣି ବୈଜ୍ଞାନିକମାନେ ଆକଳନ କରିଛନ୍ତିି ଯେ, ଏହି ସବୁଜ କୋଠରି ଗ୍ୟାସ୍‌ ଦ୍ୱାରା ବିକିରଣ ହେଉଥିବା ତାପଶକ୍ତିର ୯୦ପ୍ରତିଶତ ତାପ ସମୁଦ୍ର ଅବଶୋଷଣକରେ ା ସମୁଦ୍ରର ଉପର ୧୦ ଫୁଟ୍‌ ଜଳସ୍ତର ଯେତିକି ତାପ ଧରି ରଖେ, ତାହା ଆମ ବାୟୁମଣ୍ଡଳ ଧରିରଖିଥିବା ତାପର ପରିମାଣ ସହ ସମାନ ା ଏଥିପାଇଁ ମେରୁ ଅଞ୍ଚଳର ଥିବା ବରଫ ତରଳି ସମୁଦ୍ରରେ ମିଶୁଛି । ସମୁଦ୍ର ପତ୍ତନ ହାରାହାରି ଶହେ ବର୍ଷକୁ ୧୦ ସେ.ମି. ରୁ ୨୫ ସେ.ମି. ବଢୁଛି ା ଦଶହଜାର ବର୍ଷ ପୂର୍ବରୁ ଯେତିକି ସମୁଦ୍ର ପତ୍ତନ ଥିଲା, ଏବେ ତାହା ୧୧୦ ସେ.ମି. ବଢ଼ିଯାଇଛି । ଯଦି ସବୁ ବରଫ ତରଳିଯିବ, ତା’ହେଲେ ଆହୁରି ୧୦୦ ସେ.ମି. ଅଧିକ ବଢ଼ିଯିବ । ଫଳରେ ସମୁଦ୍ରର ଅନେକ ଉପକୂଳବର୍ତ୍ତୀ ସ୍ଥାନ ଜଳମଗ୍ନ ହୋଇଯିବ ।
ସମୁଦ୍ରରେ ତାପମାତ୍ରା ବୃଦ୍ଧି ଯୋଗୁ ଉଷ୍ଣ ସାମୁଦ୍ରିକ ସ୍ରୋତ ବାରମ୍ବାର ବଢୁଛି ଏବଂ ସମୟ ବ୍ୟବଧାନ ମଧ୍ୟ କମୁଛି । ଗବେଷକଙ୍କ ମତରେ ୧୯୨୫ରୁ ୨୦୧୬ ମଧ୍ୟରେ ସାମୁଦ୍ରିକ ଉଷ୍ଣ ସ୍ରୋତ ପ୍ରତିବର୍ଷ ହାରାହାରି ୩୪ପ୍ରତିଶତ ଅଧିକ ଥର, ୧୭ପ୍ରତିଶତ ଅଧିକ ଲମ୍ବ ଏବଂ ୫୪ପ୍ରତିଶତ ଅଧିକ ଦିନ ହେଉଛି । ମୋଟାମୋଟି ଭାବେ ତାପମାତ୍ରା ବୃଦ୍ଧି ଯୋଗୁ ସୃଷ୍ଟ ଉଷ୍ଣ ସାମୁଦ୍ରିକ ସ୍ରୋତ ଅଧିକ ପ୍ରବାହିତ ହେଉଛି। ତେଣୁ ସାମୁଦ୍ରିକ ଜୀବ ଏବେ ବିପଦସଙ୍କୁଳ ଅବସ୍ଥାରେ। ଜଳବାୟୁ ପ୍ରଦୂଷଣ ଯୋଗୁ ସମୁଦ୍ର ଏବେ ପ୍ରଦୂଷିତ । ସମୁଦ୍ର ପ୍ରଦୂଷଣ ପାଇଁ ୩୩ପ୍ରତିଶତ ବାୟୁ ପ୍ରଦୂଷଣ ଓ ୪୪ପ୍ରତିଶତ ଜଳ ପ୍ରଦୂଷଣ ଦାୟୀ । ଉପକୂଳବର୍ତ୍ତୀ ସ୍ଥାନରୁ ବିଷାକ୍ତ ପଦାର୍ଥ ସମୁଦ୍ରରେ ମିଶେ । ନଦୀ, ଝରଣାରେ ବିଷାକ୍ତ ପଦାର୍ଥ ଶେଷରେ ସମୁଦ୍ରରେ ମିଶୁଛି ।
ପ୍ରତିବର୍ଷ ବର୍ଜ୍ୟବସ୍ତୁର ପରିମାଣ ସମୁଦ୍ରରେ ବଢ଼ିବାରେ ଲାଗିଛି । ତେଣୁ ସାମୁଦ୍ରିକ ଜୀବମାନଙ୍କ ପାଇଁ ଏହା ନିଶ୍ଚୟ ପ୍ରତିକୂଳ ପରିବେଶ ସୃଷ୍ଟି କରୁଛି।
ପୃଥିବୀର ଏକତୃତୀୟାଂଶ ଜୀବାଶ୍ମ ଇନ୍ଧନ ସମୁଦ୍ର ଶଯ୍ୟାରୁ ହିଁ ମିଳେ । ଏହାକୁ ଉତ୍ତୋଳନ କରିବା ବେଳେ ସମୁଦ୍ରର ଜଳ ପ୍ରଦୂଷିତ ହୁଏ ା ଏହା ବି ସାମୁଦ୍ରିକ ଜୀବଙ୍କୁ ମୃତ୍ୟୁମୁଖକୁ ଠେଲିଦିଏ । ପୁଣି ୯୦ପ୍ରତିଶତ ଆଗ୍ନେୟ ଉଦ୍‌ଗିରଣ ସମୁଦ୍ର ବକ୍ଷରେ ହୁଏ। ଏଥିଯୋଗୁ ସମୁଦ୍ରର ତାପମାତ୍ରା ଅଧିକ ବୃଦ୍ଧି ହୁଏ ା ତେଣୁ ଅଧିକ ତାପମାତ୍ରା ବୃଦ୍ଧି ଯୋଗୁ ସାମୁଦ୍ରିକ ଜୀବ ଏବେ ବିପଦସଙ୍କୁଳ ଅବସ୍ଥାରେ ଅଛନ୍ତି । ଖାଲି ଯେ ସାମୁଦ୍ରିକ ଜୀବ ବିଲୁପ୍ତପ୍ରାୟ, ତାହା ନୁହେଁ, ସ୍ଥଳଭାଗରେ ବି ମହାବାତ୍ୟା, ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ନିକଟରେ ବାରମ୍ବାର ମହାବାତ୍ୟା ଦେଖାଯାଉଛି ା ସ୍ଥଳଭାଗରେ କେତେକ ଜୀବ ଆଜି ପରିସ୍ଥାନ ହରାଇ ବିଲୁପ୍ତ, ଲୁପ୍ତ ପ୍ରାୟ ଓ ଅସୁରକ୍ଷିତ ପରିସ୍ଥିତିରେ ।
ଭାରତରେ ଚିତାବାଘ, ଟାସ୍‌ମାନିଆ ଉଲ୍‌ଫ, ପାହାଡ଼ି ଛେଳି, ଡୋଡୋ ପକ୍ଷୀ, ବୃହତ୍‌କାୟ ପାଣ୍ଡା, ଦୁଇଶିଙ୍ଗ ବିଶିଷ୍ଟ ଗଣ୍ଡା, ପାତାଳ ଗରୁଡ଼ ଗଛ, କମଣ୍ଡଳୁ ଗଛ, ଏକଶିଙ୍ଗ ବିଶିଷ୍ଟ ଗଣ୍ଡା, ଗ୍ରେଟ୍‌ ଇଣ୍ଡିଆନ୍‌ ବୁଷ୍ଟାର୍ଡ, ଅନେକ ପ୍ରକାର ଔଷଧୀୟ ଗୁଳ୍ମ, ସରୀସୃପ ଓ ତୃଣଭୋଜୀ ପ୍ରାଣୀ ଏଥିରେ ଅନ୍ତର୍ଭୁକ୍ତ। ସାମୁଦ୍ରିକ ଜୀବମାନଙ୍କର ପରିସଂସ୍ଥାନ ଆଜି ଧ୍ୱଂସାଭିମୁଖୀ ପରିସ୍ଥିତିରେ । କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ସମୁଦ୍ର ବିଜ୍ଞାନ ଉପରେ ଗବେଷଣାରତ ରବର୍ଟ ମିଲରଙ୍କ ମତରେ ଜଳବାୟୁର ପରିବର୍ତ୍ତନ ଯୋଗୁ ଧୀରେ ଧୀରେ କେତେକ ପରିସଂସ୍ଥାନ ତାହାର ପୂର୍ବ ଅବସ୍ଥାକୁ ଆଉ କେବେ ବି ଫେରିପାରିବନି । ଏହା ଏବେ ଆଉ ଏକ ଚିନ୍ତାର ବିଷୟ ।
ସମୁଦ୍ରରେ ତାପମାତ୍ରାର ଆଧିକ୍ୟ ଯୋଗୁ ପକ୍ଷୀମାନେ ବି ବୁଡ଼ ପାରୁନାହାନ୍ତି । ତାଙ୍କର ଖାଦ୍ୟ ବି ମିଳୁନି ।
ଆମେ ଜାଣିଛନ୍ତି ସବୁ ଜୀବ ନିଜ ନିଜ ମଧ୍ୟରେ ଛନ୍ଦାଛନ୍ଦି ଓ ନିର୍ଭରଶୀଳ । କୋଉ ଜୀବ ଖାଦ୍ୟ ତ ଆଉ କିଏ ଖାଦକ। ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍‌ ମହାସାଗର ଓ ଭାରତ ମହାସାଗରରେ ଅଧିକ ସାମୁଦ୍ରିକ ଜୀବ ତଥା ଉଦ୍ଭିଦ ଓ ପ୍ରାଣୀଙ୍କର ବାସସ୍ଥାନ ରହିଛି । ଜଳ ଭିତରେ ରହିଥିବା ସାମୁଦ୍ରିକ ଘାସ ଅଙ୍ଗାରକାମ୍ଳକୁ ଶୋଷଣକରି ଅମ୍ଳଜାନ ଯୋଗାଏ । ବିଭିନ୍ନ ପ୍ରକାର ସାମୁଦ୍ରିକ ଶୈବାଳ, ଘାସ, ବ୍ଲୁ ଫିନ୍‌ ଟୁନା ମାଛ, ସିଲ୍‌, ସାର୍କ, ବ୍ଲୁ ହ୍ବେଲ, ସମୁଦ୍ର କଇଁଛ, ଡଲ୍‌ଫିନ ଇତ୍ୟାଦି ବିଭିନ୍ନ ପ୍ରକାର ମାଛ ଆଜି ମୃତ୍ୟୁର ଦ୍ୱାର ଦେଶରେ । ଯଦି ଏମିତି ଅବ୍ୟବସ୍ଥା ଓ ପ୍ରଦୂଷଣ ଲାଗିରହେ, ତେବେ ଆଉ କିଛିଦିନ ପରେ ସାମୁଦ୍ରିକ ଜୀବସମୂହ ସମୁଦ୍ର ଗର୍ଭରୁ ସବୁଦିନ ପାଇଁ ବିଦାୟ ନେଇଯିବେ । ଆମର ଭବିଷ୍ୟତ ପିଢ଼ି କେବଳ ସାମୁଦ୍ରିକ ଜୀବମାନଙ୍କର ଫଟୋଚିତ୍ର ଦେଖି ସେସବୁ ଜୀବମାନଙ୍କର କଳ୍ପନା କରିବେ, ମାତ୍ର ବାସ୍ତବରେ ଦେଖିବା ସମ୍ଭବ ହେବ ନାହିଁ । ତା’ପରେ କିଛି ବର୍ଷ ପରେ ଏହି ଧାରାରେ ସାମିଲ ହୋଇପାରେ ଆଜିର ମଣିଷ । ଅତଏବ ଆମର ବି ସ୍ଥିତି ପ୍ରଶ୍ନବାଚୀ ।

-ବିଜ୍ଞାନ ଶିକ୍ଷୟିତ୍ରୀ, ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟ, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

PM Modi Mann Ki Baat: ୧୩୮ତମ ସଂସ୍କରଣରେ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଉଲ୍ଲେଖ କଲେ ମୋଦି

ନୂଆଦିଲ୍ଲୀ,୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୨୭ ସେପ୍ଟେମ୍ବର) ନିଜର ‘ମନ କି ବାତ’ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମର ୧୩୮ତମ…

ସୋସୋରେ ଫୁଟିଲା ଗୁଳି, ବ୍ୟବସାୟୀଙ୍କଠାରୁ ଲୁଟ୍‌

ହାଟଡିହୀ, ୨୭।୯ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଗୁଳି ଫୁଟାଇ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଗତ ଶନିବାର…

ପର୍ଯ୍ୟଟନର ବାର୍ତ୍ତା ନେଇ ଦୌଡ଼ିଲେ ଶତାଧିକ ଛାତ୍ରୀଛାତ୍ର

କୋରାପୁଟ,୨୭ା୯(ଅମିତାଭ ବେହେରା): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶନିବାର ପର୍ଯ୍ୟଟନ ସଚେତନତାର ବାର୍ତ୍ତା ଦିଆଯାଇଛି। ପର୍ଯ୍ୟଟନସ୍ଥଳୀ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା…

ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ସହକାରୀ ଯନ୍ତ୍ରୀ…

ମାଲକାନଗିରି,୨୭ା୯(ଦୁର୍ଯ୍ୟୋଧନ ପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମାଲକାନଗିରି ଜିଲା ମାଥିଲି…

ଭାଗବତର ମହକରେ ଅତିବଡ଼ି: ଝଙ୍କୃତ ହେଲା କବିତା

ଦାରିଙ୍ଗବାଡ଼ି, ୨୭/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡ. ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ଅପରାହ୍ନରେ ଅତିବଡ଼ି ଜଗନ୍ନାଥ ଦାସଙ୍କ…

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

କେତୁଙ୍କ ସ୍ୱନକ୍ଷତ୍ରରେ ଗୋଚର: ୫ରାଶି ରୁହନ୍ତୁ ସତର୍କ! ଖରାପ ସମୟ ଆରମ୍ଭ; ପାଖରୁ ଚାଲିଯିବ ଟଙ୍କା…

ଜ୍ୟୋତିଷଙ୍କ ଅନୁସାରେ, କେତୁ ଗ୍ରହ ୩ ଅକ୍ଟୋବର ୨୦୨୬ରେ ମଘା ନକ୍ଷତ୍ରର ପ୍ରଥମ ପାଦକୁ ଚଳନ କରିବେ। କେତୁଙ୍କ ଏହି ପାଦ ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?