ବିନା ହେଲମେଟ୍‌ରେ ବାଇକ୍‌ ଚାଳନା, ପୋଲିସ ଏସ୍‌ଆଇଙ୍କୁ ହଜାରେ ଟଙ୍କା ଜରିମାନା

ବଲାଙ୍ଗୀର ଅଫିସ, ୪ା୩ – ମଙ୍ଗଳବାର ବିନା ହେଲମେଟ୍‌ରେ ବାଇକ୍‌ ଚଳାଉଥିବା ଜଣେ ପୋଲିସ ସବ୍‌ଇନ୍ସପେକ୍ଟର ୧ହଜାର ଟଙ୍କା ଜରିମାନା ଗଣିଛନ୍ତି ା ଏହି ଜରିମାନା ପୋଲିସ କି ଆରଟିଓ ବିଭାଗ କାଟି ନାହିଁ ା ସମ୍ପୃକ୍ତ ପୋଲିସ ସବ୍‌ଇନ୍ସପେକ୍ଟର ବିନା ହେଲମେଟ୍‌ରେ ବାଇକ ଚଲାଇବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବଲାଙ୍ଗୀର ଏସ୍‌ପି ସନ୍ଦୀପ ମାଡକର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସମ୍ପୃକ୍ତ ପୋଲିସ ସବ୍‌ଇନ୍ସପେକ୍ଟରଙ୍କଠାରୁ ଚାଲାଣ କାଟିବାକୁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଟାଉନ୍‌ ଥାନା ସବ୍‌ଇନ୍ସପେକ୍ଟର ଅବିନାଶ ନାୟକ ବିନା ହେଲେମେଟ୍‌ରେ ବାଇକ୍‌ ଚଳାଇ ଯାଉଥିଲେ ା କେତେକ ଲୋକ ମୋବାଇଲରେ ତାର ଭିଡିଓ ରେକର୍ଡିଂ କରିଥିଲେ। ପରେ ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିବା ପରେ ଏସ୍‌ପି ମାଡକରଙ୍କ ପାଖକୁ ତାହା ପଠାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ା ଉକ୍ତ ଭିଡିଓକୁ ଦେଖିବା ପରେ ଏସ୍‌ପି ମାଡକର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ ା ଏହାପରେ ସବ୍‌ଇନ୍ସପେକ୍ଟର ନାୟକଙ୍କଠାରୁ ୧ହଜାର ଟଙ୍କାର ଚାଲାଣ କଟାଯାଇ ଫାଇନ୍‌ ଆଦାୟ କରାଯାଇଛି ା ଟାଉନ୍‌ ଥାନା ଆଇଆଇସି ସଂଗ୍ରାମ ପଟ୍ଟନାୟକଙ୍କୁ ପଚରାଯିବାରୁ ସେ ଏସ୍‌ପିଙ୍କ କାର୍ଯ୍ୟାନୁଷ୍ଠାନକୁ ସ୍ବୀକାର କରିଛନ୍ତି ା ସଂପୃକ୍ତ ପୋଲିସ ଅଧିକାରୀଙ୍କଠାରୁ ୧ହଜାର ଟଙ୍କାର ଚାଲାଣ କଟାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri