Posted inଫୁରସତ

ବିଦ୍ୟୁତ୍‌ ବିଲ୍‌ ବାବଦ ଟଙ୍କା ସହ ଜରିମାନା ଦେଲେ ଅଧିକାରୀ

ଯମୁନାନଗର: ହରିୟାଣା ଯମୁନାନଗରର ଖବର ଜାଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ଯମୁନାନଗର ଏସ୍‌କେ ରୋଡ୍‌ରେ ଥିବା କୃଷ୍ଣା ଉଦ୍ୟୋଗରେ ବିଜୁଳି ସଂଯୋଗ ଦିଆଯାଇଥିଲା ଓ ଏହାକୁ ଏପ୍ରିଲ ୪ , ୧୯୯୪ରେ ଉପଭୋକ୍ତା କାଟି ଦେଇଥିଲେ। ଏହାପରେ ସେ ଆଉ ଏକ ନୂଆ ସଂଯୋଗ ନେଇ ତାହା ପାଇଁ ବିଲ୍‌ ପଇଠ କରୁଥିଲେ। କିନ୍ତୁ ବିଦ୍ୟୁତ ବିଭାଗ ସେହି ପୁରୁଣା ସଂଯୋଗ ଉପରେ ୧୬ ବର୍ଷ ପରେ ୨୦୧୧ଫେବୃୟାରୀ ୧ରେ ୪୯ ହଜାର ୪୫୦ ଟଙ୍କାର ଏକ ବିଲ୍‌ ପଠାଇ ତାହାକୁ ୨୪ ଫେବୃୟାରୀ ୨୦୧୧ ସୁଦ୍ଧା ପଇଠ କରିବାକୁ ଜଣାଇଥିଲା। ଅଧିକାରୀଙ୍କୁ ଏହି ବିଷୟରେ ଉପଭୋକ୍ତା ବାରମ୍ବାର ଜଣାଇବା ପରେ କିଛି ସମାଧାନ ନ ହେବାରୁ ସିଭିଲ କୋର୍ଟର ଆଶ୍ରୟ ନେଇଥିଲେ। ବିଦ୍ୟୁତ ବିଭାଗ କେସ୍‌ରେ ହାରିବା ପରେ ପୁଣି ଏଡିଜେ କୋର୍ଟରେ ତିନି ମାସ ପରେ ଅପିଲ୍‌ କରିଥିଲା। ଏହି ଅପିଲ୍‌ ୩୦ ଦିନ ମଧ୍ୟରେ କରାଯିବା କଥା, ତାହା ନ କରି ତିନିିମାସ ପରେ କୋର୍ଟକୁ କାହିଁକି ଆସିଲ ବୋଲି କୋର୍ଟ ଜାଣିବାକୁ ଚାହଁିବାରୁ ବିଭାଗୀୟ ଅଧିକାରୀମାନେ ଉଚ୍ଚଅଧିକାରୀଙ୍କ ଅନୁମତି ନେବାରେ ବିଳମ୍ବ ହେଲା ବୋଲି ଜଣାଇଥିଲେ । କିନ୍ତୁ ଏ ସମ୍ବନ୍ଧରେ କୋର୍ଟ ସବୁ ରେକର୍ଡ ଦେଖିବାକୁ ଚାହିଁ ଥିଲେ ମଧ୍ୟ ବିଦ୍ୟୁତ ବିଭାଗ ତାହା କରିପାରିନଥିଲା। ଫଳ ହେଲା ଓଲଟା। ଏଡିିଜେ ଡା. ଅବ୍‌ଦୁଲ ମଜିଦ ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ବିଲ୍‌ ବାବଦ ସବୁ ଟଙ୍କା ନିଜ ପକେଟରୁ ପଇଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ କୋର୍ଟ ବି ୫ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ବିଦ୍ୟୁତ ବିଭାଗର ଖାମଖିଆଲି ଯୋଗୁ ଏହା ହୋଇଛି ବୋଲି କୋର୍ଟ କହିଛନ୍ତି। ବିଭାଗୀୟ ଅଧିକାରୀମାନେ ନିଜ କର୍ତ୍ତବ୍ୟ ପ୍ରତି ଗମ୍ଭୀର କି ଦକ୍ଷ ନୁହନ୍ତି ବୋଲି କୋର୍ଟ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଉଚ୍ଚସ୍ଥ ଗୁରୁ-ବକ୍ରୀ ଶନିଙ୍କ ଚମତ୍କାର ସଂଯୋଗ: ଦୀପାବଳି ପର୍ଯ୍ୟନ୍ତ ଏହି ୩ ରାଶିକୁ ମିଳିବ ପ୍ରଚୁର ଧନଲାଭ, କ୍ୟାରିୟରରେ…

ଗୁରୁ ଗ୍ରହ ଜୁନ ୨ ତାରିଖରେ କର୍କଟ ରାଶିରେ ଗୋଚର କରିଥିଲେ। ଏବେ ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬ରେ ସିଂହ ରାଶିରେ ଗୋଚର କରିବେ। ଶନି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri