Posted inଖେଳ

ବିଦେଶ ମାଟିରେ ଖେଳିବାକୁ ବ୍ୟଗ୍ର: ସୁଶ୍ରୀ

ଭୁବନେଶ୍ୱର, ୧୧।୯-ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ। ଓଡ଼ିଶା ମହିଳା କ୍ରିକେଟରେ ଏହା ଏବେ ସବୁଠାରୁ ଚର୍ଚ୍ଚିତ ନାମ। ରାଜ୍ୟ ଏବଂ ଜୋନାଲ ସ୍ତରରେ ଆକର୍ଷଣୀୟ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଦିବ୍ୟଦର୍ଶିନି ଗତ କିଛିଦିନ ତଳେ ବୋର୍ଡ ସଭାପତି ଏକାଦଶର ଦଳରେ ସ୍ଥାନ ପାଇଥିଲେ। ମଙ୍ଗଳବାର ଘୋଷିତ ଭାରତ ‘ଏ’ ଏବଂ ଇମର୍ଜି ଏସିଆ କପ୍‌ ପାଇଁ ଦଳରେ ସ୍ଥାନ ପାଇ ସେ ବେଶ୍‌ ଉତ୍ସାହିତ। ବିଦେଶ ମାଟିରେ ଖେଳିବାକୁ ବ୍ୟଗ୍ରଥିବା ଦିବ୍ୟଦର୍ଶିିନୀ ପ୍ରଭାବୀ ପ୍ରଦର୍ଶନ କରି ଭାରତୀୟ ସିନିୟର ଦଳରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି।

ପ୍ରଶ୍ନ: ପ୍ରଥମେ ଭାରତୀୟ ବୋର୍ଡ ସଭାପତି ଏକାଦଶ ଓ ଏବେ ଭାରତ ‘ଏ’ ଏବଂ ଇମର୍ଜିଂ ଦଳରେ ସ୍ଥାନ ପାଇଛ, କେମିତି ଅନୁଭବ ହେଉଛି ?
ଉ: ବହୁତ ଖୁସି ଲାଗୁଛି। ବିଶେଷ କରି ବିଦେଶ ମାଟିରେ ଖେଳିବାକୁ ଯାଉଥିବାରୁ ଏହା ମୋ ପାଇଁ ବହୁତ ବଡ଼ ଅଭିଜ୍ଞତା ଆଣିବ। ମୁଁ ଆଗାମୀ ସିରିଜ ଏବଂ ଟୁର୍ନାମେଣ୍ଟରେ ଖେଳିବାକୁ ବ୍ୟଗ୍ରତାର ସହ ଅପେକ୍ଷା କରିଛି।
ପ୍ର: ଭାରତୀୟ ସିନିୟର ଦଳରେ ସ୍ଥାନ ପାଇବାକୁ ଏହା ଏକ ସୁଯୋଗ ବୋଲି ଭାବୁଛନ୍ତି କି ?
ଉ: ବାଂଲାଦେଶରେ ଭାରତ ‘ଏ’ ପକ୍ଷରୁ ଭଲ ପ୍ରଦର୍ଶନ କରିପାରିଲେ ମୁଁ ନିଶ୍ଚିତ ସିନିୟର ଦଳରେ ସ୍ଥାନ ପାଇବାକୁ ଆଶା ରଖି ପାରିବି। ବାଂଲାଦେଶରେ ୬ଟି ମ୍ୟାଚ ଏହାପରେ ଇମର୍ଜି ଏସିଆ କପ୍‌। ପ୍ରଭାବୀ ପ୍ରଦର୍ଶନ କରି ମୁଁ ଜାତୀୟ ସିନିୟର ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆଶା ରଖିଛି।
ପ୍ର: ନିକଟରେ କେଉଁ ପ୍ରଦର୍ଶନ ପାଇଁ ଭାରତ ‘ଏ’ କିମ୍ବା ଇମର୍ଜିଂ ଦଳରେ ସ୍ଥାନ ମିଳିଲା ବୋଲି ଭାବୁଛନ୍ତି।
ଉ: ମୁଁ ସିନିୟର ଏକଦିବସୀୟରେ ଲୋୟର ଅର୍ଡରରେ ଆସିଥିଲେ ହେଁ ୪ଟି ଅର୍ଦ୍ଧଶତକ ହାସଲ କରିଥିଲି। ସ୍ପିନ ବୋଲିଂରେ ୧୭-୧୮ଟି ଉଇକେଟ ମଧ୍ୟ ନେଇଥିଲି। ଟି୨୦ରେ ମଧ୍ୟ ତୃତୀୟ ସର୍ବାଧିକ ଉଇକେଟ ହାସଲକାରୀ ଥିଲି। ୨୩ ବର୍ଷରୁ କମ୍‌ ବିଭାଗରେ ମଧ୍ୟ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲି। ସିଜନସାରା ମୁଁ ସ୍ଥିର ପ୍ରଦର୍ଶନ ଦେବାରେ ସକ୍ଷମ ହୋଇଥିଲି। ଟି୨୦ ଚ୍ୟାଲେଞ୍ଜର୍ସରେ ମୋତେ ଗୋଟିଏ ମ୍ୟାଚରେ ସୁଯୋଗ ମିଳିଥିଲା। ସେଥିରେ ମୁଁ ୪ ଓଭରରେ ୪ଟି ଉଇକେଟ ନେଇଥିଲି। ମହିଳା ଆଇପିଏଲରେ ମଧ୍ୟ ଭଲ ଖେଳିଥିଲି। ତେଣୁ ଓଭରଅଲ୍‌ ପ୍ରଦର୍ଶନକୁ ଦେଖାଯାଇ ମୋତେ ଏହି ସୁଯୋଗ ଦିଆ ଯାଇଛି ବୋଲି ଅନୁଭବ କରୁଛି।
ପ୍ର: ବ୍ୟାଟିଂ ନା ବୋଲିଂ, କେଉଁଥିରେ ତୁମେ ଶକ୍ତିଶାଳୀ?
ଉ: ମୁଁ ମୁଖ୍ୟତଃ ବୋଲିଂ ଅଲରାଉଣ୍ଡର। ବ୍ୟାଟିଂ କରିବାକୁ ବେଶୀ ସୁଯୋଗ ମିଳେନି। ଯେତେବେଳେ ବି ସୁଯୋଗ ମିଳିଛି ମୁଁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି। ତେବେ ଟିମ୍‌ରେ ମୋ ବୋଲିଂକୁ ବେଶୀ ଫୋକସ କରାଯାଉଛି। ବୋଲିଂ ମୋର ଭଲ ଅଛି, ବ୍ୟାଟିଂରେ ଆଉଟିକେ ଉନ୍ନତି ଆଣିବାକୁ ପଡ଼ିବ।
ପ୍ର: ସଫଳତାର ଶ୍ରେୟ ତୁମେ କାହାକୁ ଦେବାକୁ ଚାହିଁବ ?
ଉ: ପ୍ରଥମେ ମୁଁ କୋଚ୍‌ କ୍ଷୀରୋଦ ବେହେରାଙ୍କୁ ନିଶ୍ଚିତ ଶ୍ରେୟ ଦେବି। ମୋ ଛୋଟ ବେଳରୁ ସେ ମୋତେ ସାହାଯ୍ୟ କରି ଆସିଛନ୍ତି ଏବଂ ତ୍ରୁଟି ସୁଧାରିଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏଶନକୁ ମଧ୍ୟ ଶ୍ରେୟ ଦେବାକୁ ପଡ଼ିବ। କାରଣ ଆମ ଆସୋସିଏଶନ ମହିଳା କ୍ରିକେଟକୁ ପ୍ରାଧାନ୍ୟ ଦେଉଛନ୍ତି। ଆସୋସିଏଶନର ସହାୟତା ପାଇଁ ଆମେ ଆଗକୁ ବଢ଼ିବାକୁ ସକ୍ଷମ ହୋଇ ପାରିଛୁ।

(ତପନ ସ୍ବାଇଁ)


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri