Posted inଖେଳ

ଭାରତ ‘ଏ’ ଦଳରେ ଓଡ଼ିଶାର ଦିବ୍ୟଦର୍ଶିନୀ

ଭୁବନେଶ୍ୱର, ୧୧।୯(କ୍ରୀଡ଼ା ପ୍ରତିନିଧି)-ପ୍ରତିଭା ସମ୍ପନ୍ନ ମହିଳା କ୍ରିକେଟ ଖେଳାଳି ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଓଡ଼ିଶା କ୍ରିକେଟ ପାଇଁ ଆଣିଛନ୍ତି ଏକ ଖୁସି ଖବର। ପୂର୍ବରୁ ଭାରତୀୟ ବୋର୍ଡ ଏକାଦଶ ଦଳରେ ସାମିଲ ହୋଇ ନିଜ ଉଜ୍ଜଳ ଭବିଷ୍ୟତର ସୂଚନା ଦେଇ ସାରିଥିବା ଦିବ୍ୟଦର୍ଶିନୀ ମଙ୍ଗଳବାର ଘୋଷିତ ଭାରତୀୟ ମହିଳା ‘ଏ’ ଏବଂ ଇମର୍ଜିଂ ମହିଳା ଦଳରେ ସ୍ଥାନ ପାଇ ରାଜ୍ୟ କ୍ରିକେଟକୁ ଗର୍ବିତ କରିଛନ୍ତି। ଏଥିସହ ଏହି ଓଡ଼ିଆ ଝିଅ ଭାରତୀୟ ସିନିୟର ଦଳରେ ସ୍ଥାନ ପାଇବା ଦିଗରେ ଆଉ ଏକପାଦ ଅଗ୍ରସର ହୋଇଛନ୍ତି। ଦିବ୍ୟଦର୍ଶିନୀ ଜାଗୃତି କ୍ରିକେଟ ଏକାଡେମୀ(ଏସଜିଓ)ରେ କୋଚ୍‌ କ୍ଷୀରୋଦ ବେହେରାଙ୍କ ନିକଟରୁ ପ୍ରଶିକ୍ଷଣପ୍ରାପ୍ତ। ଭାରତ‘ଏ’ ଦଳ କକ୍ସବଜାରସ୍ଥିତ ଶେଖ୍‌ କମଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ୩ଟି ଅନଅଫିସିଆଲ ଏକଦିବସୀୟ ମ୍ୟାଚ ଖେଳିବ। ଏହାପରେ ଚଟ୍ଟଗ୍ରାମର ଜହୁର ଅହମ୍ମଦ କ୍ରିକେଟ ଷ୍ଟାଡିୟମରେ ୩ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ବାଂଲାଦେଶ ଗସ୍ତପରେ ଭାରତ‘ଏ’ ଶ୍ରୀଲଙ୍କାରେ ଅକ୍ଟୋବର ୨୦ରୁ ୨୮ ପର୍ଯ୍ୟନ୍ତ ଏସିସି ଇମର୍ଜିଂ ମହିଳା ଏସିଆ କପ୍‌ରେ ଭାଗନେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋଡ(ବିସିସିଆଇ)ର ମୁଖ୍ୟ କାର୍ଯ୍ୟାଳୟରେ ହେମଲତା କାଲାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସର୍ବଭାରତୀୟ ମହିଳା ଚୟନ କମିଟି ବୈଠକ ଅନୁଷ୍ଠିତ ହୋଇ ଦଳ ଚୟନ କରାଯାଇଛି। ଦେବିକା ବୈଦ୍ୟଙ୍କୁ ଅଧିନାୟିକା ଏବଂ ଏସ.ମେଘନାଙ୍କୁ ଉପଅଧିନାୟିକା ମନୋନୀତ କରାଯାଇଛି।
ଭାରତୀୟ ମହିଳା ‘ଏ’ ଦଳ: ଦେବୀକା ବୈଦ୍ୟ(ଅଧିନାୟିକା), ଏସ.ମେଘନା(ଉପ-ଅଧିନାୟିକା), ଯଷ୍ଟିକା ଭାଟିଆ, ତେଜାଲ ହାସବନିସ, ତନୁଶ୍ରୀ ସରକାର, ସିମରନ ଦିଲ ବାହାଦୂର, ନୁଜତ ପରବୀନ, ଆର.କଳ୍ପନା, ମାନାଲି ଦକ୍ଷିଣୀ, କସ୍‌ମା ସିଂ, ଅଞ୍ଜଳି ସରଓ୍ବାନୀ, ମିନୁ ମାନି, ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ, ଟି.ପି. କନଓ୍ବାର, ରଶି କାନୋଜିଆ।

ବାଂଲାଦେଶ ବିପକ୍ଷ କାର୍ଯ୍ୟସୂଚୀ
ଅକ୍ଟୋବର ୪: ପ୍ରଥମ ଦିନିକିଆ, କକ୍ସବଜାର
ଅକ୍ଟୋବର ୬: ଦ୍ୱିତୀୟ ଦିନିକିଆ, କକ୍ସବଜାର
ଅକ୍ଟୋବର ୮: ତୃତୀୟ ଦିନିକିଆ, କକ୍ସବଜାର
ଅକ୍ଟୋବର ୧୧: ପ୍ରଥମ ଟି୨୦, ଚଟ୍ଟଗ୍ରାମ
ଅକ୍ଟୋବର ୧୨: ଦ୍ୱିତୀୟ ଟି୨୦, ଚଟ୍ଟଗ୍ରାମ
ଅକ୍ଟୋବର ୧୪: ତୃତୀୟ ଟି୨୦, ଚଟ୍ଟଗ୍ରାମ


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବଦଳିବେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ, ଶୁଭମନ୍ ଗିଲ୍‌ଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏସୀୟ କ୍ରୀଡ଼ା ପାଇଁ ଯାତ୍ରା କରୁଥିବା ବେଳେ, ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଦିନିକିଆ (ODI) ସିରିଜ୍…

ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

୮୫ ବର୍ଷରେ MA ପାସ୍‌ କଲେ ଲାଲ ଚାନ୍ଦ; ଏବେ PhD ପାଇଁ ପ୍ରସ୍ତୁତି, କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୨୦ା୯: କୁହାଯାଏ, ପାଠପଢ଼ା ପାଇଁ ବୟସ କେବେ ବି ବାଧା ହୋଇପାରେ ନାହିଁ। ମନରେ ଦୃଢ଼ ଇଚ୍ଛା ଥିଲେ ଯେକୌଣସି ବୟସରେ ଲକ୍ଷ୍ୟ ହାସଲ କରିହୁଏ ।…

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?